Latest Odisha News

ତିହାର ଜେଲରେ ନ୍ୟାୟିକ ହେପାଜତରେ ରହିବେ କେଜ୍ରିୱାଲ, ମେ’୯ରେ ଆଗାମୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଅନ୍ତରୀଣ ଜାମିନର ଆବେଦନକୁ ନେଇ କୋର୍ଟ କୌଣସି ସ୍ପଷ୍ଟ ରାୟ ପ୍ରଦାନ କରିଥିବା ବେଳେ ଆସନ୍ତା ମେ’ ୨୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ କେଜ୍ରିୱାଲ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୯ ତାରିଖରେ ହେବ ।

ଏହି ମାମଲାର ଶୁଣାଣି ସମୟରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପନକର ଦତ୍ତଙ୍କ ବେଞ୍ଚ ମଧ୍ୟ ଇଡିକୁ ଅନେକ ପ୍ରଶ୍ନ ପଚାରିଥିଲେ। ଜଜ ଇଡି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସବି ରାଜୁଙ୍କୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ ପୂର୍ବରୁ ଏବଂ ପରେ କେସ ଫାଲକୁ ଦାଖଲ କରିବାକୁ କହିଥିଲେ ।

କୋର୍ଟ ଇଡିଙ୍କୁ ପ୍ରଶ୍ନ କରିଥିଲେ ଯେ, ସେ କିଛି ଜିନିଷକୁ ସାମ୍ନାକୁ ଆଣିବାରେ ଦୁଇ ବର୍ଷ ଲଗାଇଦେଇଛନ୍ତି । ମାମଲାରେ ସାକ୍ଷୀ ଏବଂ ଅଭିଯୁକ୍ତଙ୍କୁ ସିଧା ପ୍ରାସଙ୍ଗିକ ପ୍ରଶ୍ନ କାହିଁକି ପଚାରିନାହାନ୍ତି । ସେହିପରି କୋର୍ଟରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଙ୍କ ପକ୍ଷରେ ରହି ଅତିରିକ୍ତ ସଲିସିଟର ଜେନେରାଲ ଏସବି ରାଜୁ କହିଛନ୍ତି ଯେ, ମାମଲାର ଆରମ୍ଭରେ ଯାଞ୍ଚର କେନ୍ଦ୍ରରେ କେଜ୍ରିୱାଲ ନଥିଲେ, ହେଲେ ପରେ ତାଙ୍କ ନାମ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ, କେଜରିୱାଲଙ୍କୁ ମାର୍ଚ୍ଚ ୨୧ ରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା । ବର୍ତ୍ତମାନ ସେ ତିହାର ଜେଲରେ ନ୍ୟାୟିକ ହେପାଜତରେ ରହିଛନ୍ତି ।

Comments are closed.