Latest Odisha News

BREAKING NEWS

ଭାଷା ଭାଗବତ : ଭାଷା ଘଟ, ଜ୍ଞାନ ଜଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩

ଭାଷା ଘଟରେ ଜ୍ଞାନ ଜଳ
ନିର୍ଗୁଣ ତରଳ ନିର୍ମଳ
ଭାଷା ତ ଥାଏ ଭଳି ଭଳି
ଜ୍ଞାନର ନାହିଁ ରୂପାବଳି

ଯଦି ଘଟରେ ଜଳ ନାହିଁ
କିଏ ବା ଲୋଡ଼ିବ କିପାଇଁ ?
ଘଟରେ ଥାଏ ଯେଉଁ ଜଳ
ତାହା ତ ସର୍ଦଦା ନିଶ୍ଚଳ

ଜଳକୁ କରି ନିତି ପାନ
ବଂଚାଇ ରଖୁଁ ଏ ଜୀବନ
ଜ୍ଞାନ ପ୍ରବାହ ନିରଂତର
ଘଟ ବଦଳେ ବାରଂବାର

ଭାଷା ଓ ଜ୍ଞାନର ସଂପର୍କ
ବୁଝଂତୁ ଭାଷାପ୍ରେମୀ ଲୋକ

Comments are closed, but trackbacks and pingbacks are open.