ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଲୋକେ ନ ଆସଂତି ବାହୁଡ଼ି
କେବଳ ବହୁ ସ୍ମୃତି ଛାଡ଼ି
ରହଂତି ଯେଣୁ ଆମ ମନେ
ପାସୋରି ହୁଏନାହିଁ କ୍ଷଣେ
ଯେ ଆଉ ଦେଖାଯାଉନାହିଁ
ସ୍ମୃତିରେ ଅଛି ଯେଣୁ ରହି
କରିଲେ ତାହାକୁ ସ୍ମରଣ
ଆଚ୍ଛନ୍ନ କରେ ଆମ ମନ
ଆମର ସ୍ମୃତି ରୋମଂଥନ
ପ୍ରକ୍ରିୟା ଚାଲେ ଘନଘନ
ତହିଁରୁ ମିଳେନାହିଁ ମୁକ୍ତି
ମନରେ ଜିଏଁ ମୃତ ବ୍ୟକ୍ତି
ଯେତେ ହେଲେ ବି ବରଣୀୟ
ଜୀବ ମାତ୍ରକେ ମରଣୀୟ
ଏହି ଧାରାରେ ବ୍ୟତିକ୍ରମ
କେବେ ବି ହୁଏନାହିଁ କାମ୍ୟ
ଶ୍ରଦ୍ଧାପୂରିତ ଶବ୍ଦାଂଜଳି
ଅର୍ପଣ କରି ଯାଉଁ ଚଳି
ଆପଣା ମୃତ୍ୟକୁ ପ୍ରତୀକ୍ଷା
କରଂତି ସର୍ବେ ଏକା ଏକା
ମୃତ୍ୟୁ ଯେହେତୁ ନୁହେ ଶେଷ
ବ୍ୟକ୍ତିର ସ୍ମୃତି ଅବଶେଷ
ସର୍ବଦା ରହେ ବହୁ ମନେ
ଏହା ହିଁ ଘଟଇ ଜୀବନେ
ଭାଷାକୁ କରି ଆମେ ଆଶ୍ରା
ସଜାଇ ଭାବର ପସରା
ଯାହା ବି ଦେଉଅଛୁଁ ଲେଖି
ସେ ସବୁ ସମୟର ସାକ୍ଷୀ