Latest Odisha News

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ଅଭିମାନିଆ ଗଳାରେ ଆସ୍ଥାର କଣ୍ଠ ଓଦା ହୋଇ ଯାଉଥାଏ ।bଅପା ଉପନ୍ୟାସକୁ ତିନି ଥରରୁ ଚାରି ଥର ହେବ ସାରି ସାରିଲିଣି । ଲେଖା ବି ଚାଲିଛି ।

ବାସ୍ ମୁଁ ତୋ ଉପରେ ବହୁତ ବହୁତ ଖୁସି ,ଏୟା ହିଁ ତୋ ପାଖରୁ ଆଶା ରଖି ଥିଲି, ଖୁସି ଲାଗିଲାରେ । ମୁଁ ଜାଣେ ଏଇ ସବୁ ଛୋଟ ଛୋଟ କଥା ଭିତରେ ହିଁ ତୋର ଖୁସି ଲୁଚକି ରହିଚିରେ ! ସେଥିପାଇଁ ତ ମୁଁ ତୋତେ ମଝିରେ ମଝିରେ ତାଗିଦା କଲା ଭଳି କଥା କୁହେ ବୁଝିଲୁ ହୁଣ୍ଡି ;ସ୍ନେହ ସିକ୍ତ ଗଳା ରେ କହିଲେ ନିମିଅପା ।

ଆସ୍ଥା ଆବେଗ ଭରା ସ୍ୱରରେ, “ଜାଣିଛ ନିମିଅପା ଏଇ କିଛି ଦିନ ହେଲା ଗୋଟେ ପିଲାକୁ ଘରୁକୁ ଆଣିଛି ! କିଛି ନ ହେଲେ ଦୁଃଖରେ ସୁଖରେ ମୋ ପାଖରେ ରହିବ । ଭଲ ଘରର ପିଲାଟେ ହେଲେ ଈଶ୍ୱରଙ୍କ ବିଚାର କୁ ଦେଖ ! ”

କାଇଁ କଣ ହେଲା ତାର ,ନିମିଅପା ପଚାରିଲେ ! ନାଇଁ ଅପା କିଛି ହେଇନି । ତା ପାଇଁ ଇଆଡୁ ସିଆଡୁ ବାଜେ ଶବ୍ଦ ଗୁଡ଼ା କହିବାକୁ ଭଲ ଲାଗୁନି । ଖାଲି ଏତିକି ଜାଣ କି, ବାପା ମାଆଙ୍କର ଦିଇ ଦିଟା ଝିଅ ପରେ ଇଏ ଜନ୍ମ ହୋଇଥିଲା । ଭାରି ସୁନ୍ଦୁରିଆ ଚେହେରା ଭଗବାନ ଶ୍ରୀକୃଷ୍ଣ ତାଙ୍କର ଚକ୍ର ଉହାଡ ତଳେ ସୁରକ୍ଷିତ କରି ରଖିଥାନ୍ତୁ ବୋଲି ପୁଅଟିର ନାଁ ଦେଇଥିଲେ ସୁରକ୍ଷିତ୍ । ହେଲେ ସେ ଆସ୍ତେ ଆସ୍ତେ ଯେତେବେଳେ ବଡ଼ ହେବାକୁ ଲାଗିଲା ସେତେବେଳେ ତାକୁ ପୁଅ ବେଶଭୂଷା କି ପୁଅ ନାଁ କିଛି ତାକୁ ସ୍ୱାଭାବିକ ମନେ ହେଲାନି ! ସେଥିପାଇଁ ସେ ନିଜକୁ ସୁରେଖାର ରୂପ ଦେଲା । ବାସ୍ ଏଇଠୁ ବଦଳି ଗଲା ତାର ଜୀବନ ଶୈଳୀ ! ଘର ଲୋକ କେହି ଆଉ ଆଗ ଭଳି ଭଲ ପାଇଲେନି , ତା ପାଇଁ ସମାଜରୁ ବାପା ମାଆ ଭଉଣୀମାନଙ୍କୁ ବହୁତ ତାସ୍ଛଲ୍ୟ ଭରା କଥା ,ନିନ୍ଦନୀୟ କଥା ଶୁଣିବାକୁ ପଡ଼ୁଥିଲା ! ସେ ଅନୁଭଵ କଲା ଘରେ ରହି ଅନ୍ୟମାନଙ୍କୁ କଷ୍ଟ ଦେବା ଅପେକ୍ଷା ଘର ଛାଡ଼ିଦେବାଟା ଉଚିତ ନିଷ୍ପତ୍ତି ହେବ ଭାବି …..ଆଜି ସେ . ,ଗଳି କନ୍ଦି ଟ୍ରାଫିକ ଛକରେ ! ସମ୍ଭବଙ୍କୁ ରାଜି କରେଇ ମୁଁ ତାକୁ ଘରକୁ ନେଇ ଆସିଛି ।

କ୍ରମଶଃ

Leave A Reply

Your email address will not be published.