Latest Odisha News

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୯ )

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

” ଏହା ସେହି ସମୟର କଥା ଯେତେବେଳେ ଲଙ୍କେଶ୍ୱର ତାଙ୍କ ସୈନ୍ୟ ସହିତ ଅଳକାପୁରୀ ଆକ୍ରମଣ ପାଇଁ ଯାଇଥିଲେ। ସନ୍ଧ୍ୟା ସମୟ। ସୈନ୍ୟମାନେ ବିଶ୍ରାମ ନେଇଥାଆନ୍ତି। କୁବେରଙ୍କ ପ୍ରାସାଦରୁ ଅପ୍ସରାମାନଙ୍କର ନୃତ୍ୟ ସଙ୍ଗୀତର ଶବ୍ଦ ଭାସି ଆସୁଥାଏ। ସେମାନଙ୍କର ନୂପୁରର ଛମ ଛମ ଶବ୍ଦ ଏବଂ ଚନ୍ଦ୍ରମାର ଶୀତଳ ଜୋଛନା ଦଶାନନଙ୍କ ମନରେ କାମଭାଵ ବଢ଼ାଉଥାଏ।

ସେହି ରାତ୍ରିରେ ସର୍ବଶ୍ରେଷ୍ଠ ସୁନ୍ଦରୀ ଅପ୍ସରା ରମ୍ଭା ଦିବ୍ୟ ବସ୍ତ୍ର ଓ ଆଭୂଷଣରେ ସଜ୍ଜିତା ହୋଇ ସେହି ମାର୍ଗ ଦେଇ ଆସୁଥିଲେ। ଦିବ୍ୟଚନ୍ଦନ ଅଙ୍ଗରେ ଲେପନ କରିଥିଲେ ଏବଂ ଦିବ୍ୟ ପାରିଜାତ ପୁଷ୍ପରେ ଗଭା ସଜାଇଥିଲେ।

କାମାଗ୍ନିରେ ଦଗ୍ଧ ରାବଣ ରମ୍ଭାଙ୍କ ହସ୍ତ ଧରିନେଇ କହିଲେ, ‘ କାହାକୁ ତୃପ୍ତ କରିବା ଅଭିଳାଷରେ ଏହିପରି ଦିବ୍ୟ ଶୃଙ୍ଗାର ହୋଇ ଯାଉଛ ? ମୁଁ ଲଙ୍କାପତି ରାବଣ ସମସ୍ତ ଦେବତାଙ୍କଠାରୁ ସବୁଥିରେ ଉର୍ଦ୍ଧ୍ବରେ। ପ୍ରଥମେ ମୋତେ ତୃପ୍ତ କର। ”

ରମ୍ଭା ଦୁଇ ହାତ ଯୋଡ଼ି ଅତ୍ୟନ୍ତ କରୁଣ ଭାବରେ କହିଲେ, ” ଆପଣ ମୋର ପିତୃତୁଲ୍ୟ। ଆପଣଙ୍କ ଭ୍ରାତୁଷ୍ପୁତ୍ର ନଳକୁବେରଙ୍କ ନିକଟରେ ମୁଁ ସମର୍ପିତା। ସେହି ଦୃଷ୍ଟିରୁ ବିଚାର କଲେ ମୁଁ ଆପଣଙ୍କର ପୁତ୍ରବଧୂ। ଦୟାପୂର୍ବକ ମୋତେ ତାଙ୍କ ନିକଟକୁ ଯିବାକୁ ଦିଅନ୍ତୁ। ”

” ପରନ୍ତୁ ଅଳକାପୁରୀରେ ତ ସେହିପରି କୌଣସି ନିୟମ ନାହିଁ! ଅପ୍ସରାମାନେ କାହାରି ଜଣଙ୍କର ପତ୍ନୀ ନୁହଁନ୍ତି। ତାଙ୍କର କେହି ପତି ନ ଥାଆନ୍ତି। ”

ଏହିପରି କହି ଲଙ୍କେଶ୍ୱର ସେହିଠାରେ ଏକ ଶିଳା ଉପରେ ରମ୍ଭାଙ୍କ ସହ ବଳପୂର୍ବକ ସମ୍ଭୋଗ କଲେ।

ରମ୍ଭା କାନ୍ଦି କାନ୍ଦି ନଳକୁବେରଙ୍କୁ ରାବଣର ଅତ୍ୟାଚାରର ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ। କ୍ରୋଧିତ ନଳକୁବେର ରାବଣଙ୍କୁ ଅଭିଶାପ ଦେଇ କହିଲେ, କୌଣସି ନାରୀର ଇଚ୍ଛା ବିରୁଦ୍ଧରେ ଯଦି ତା’ ସହ ବଳପୂର୍ବକ ସେ ସମ୍ଭୋଗ କରନ୍ତି ତେବେ ତାଙ୍କର ମୃତ୍ୟୁ ସୁନିଶ୍ଚିତ। ଏହି କାରଣରୁ ସୀତାଙ୍କ ସହ ସେ ବଳପ୍ରୟୋଗ କରି ପାରୁନାହାଁନ୍ତି। ”

 

କ୍ରମଶଃ….

Leave A Reply

Your email address will not be published.