Latest Odisha News

BREAKING NEWS

ହକି ବିଶ୍ୱକପ: ନେଦରଲାଣ୍ଡର ବିଶ୍ୱରେକର୍ଡ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ଗୁରୁବାର ନେଦରଲାଣ୍ଡ ଟିମ ବିଶ୍ୱରେକର୍ଡ କରିଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ନେଦରଲାଣ୍ଡ ୧୪-୦ ଗୋଲରେ ଚିଲିକୁ ପରାସ୍ତ କରିଛି । ଏହା ବିଶ୍ୱକପ ଟୁର୍ଣ୍ଣାମେଂଟ ଇତିହାସର ସବୁଠାରୁ ବୃହତ ବିଜୟ । ଏହା ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ନାମରେ ରହିଥିଲା । ୨୦୧୦ରେ ଅଷ୍ଟ୍ରେଲିଆ ୧୨-୦ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ନେଦରଲାଣ୍ଡ ଟିମ ପକ୍ଷରୁ ବ୍ରିଙ୍କମ୍ୟାନ ଥିଏରୀ (୨୫, ୩୩, ୫୮ତମ) ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ । ୱିଜନ କୋଏନ ୨ଟି, ଡି ବିଲ୍ଡର ଡର୍କ, ଭ୍ୟାନ ଡେମ ଥାଇଜ, ପିଟର ଟେରେଂସ, ବ୍ଲକ ଜଷ୍ଟେନ ଓ ବେନ୍ସ ଟେଉନ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଏଥିସହ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।

ଅନ୍ୟ ଏକ ମୁକାବିଲାରେ ମାଲେସିଆ ୩-୨ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ମାଲେସିଆ ପକ୍ଷରୁ ସାରୀ ଫୈଜଲ ୨ଟି ଓ ରହୀମ ରାଜି ଗୋଟିଏ ଗୋଲ ସ୍କୋର କରିଥିଲେ । ନ୍ୟୁଜିଲାଣ୍ଡ କଡା ସଂଘର୍ଷ କରିଥିଲେ ମଧ୍ୟ ଶେଷ କ୍ୱାର୍ଟରରେ ବାଜି ମାରିଥିଲା ମାଲେସିଆ ।

Leave A Reply

Your email address will not be published.