Latest Odisha News

BREAKING NEWS

ବିଜେଡିର ମିଶ୍ରଣ ପର୍ବ: ‘ଆହୁରି ମଜବୁତ ହେବ ଦଳ’

ଭୁବନେଶ୍ୱର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଓ ଏନଏସିର ବିଜେପି କର୍ମକର୍ତ୍ତା । ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଉପସ୍ଥିତି ରହି ସମସ୍ତ ବିଜେପି କର୍ମୀଙ୍କୁ ସ୍ବାଗତ ଜଣାଇଛନ୍ତି । ବିଜେପିକର୍ମୀଙ୍କ ଯୋଗଦାନ ଫଳରେ ଚିଲିକା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ବୋଲି ସାଂସଦ ଶ୍ରୀମଙ୍ଗରାଜ କହିଛନ୍ତି ।

ଏହି ଅବସରରେ ବିଜେଡିରେ ସାମିଲ ହୋଇଥିବା ବିଜେପି କର୍ମକର୍ତ୍ତାମାନେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗଦେଇଥିବା କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ମିଶ୍ରଣ ପର୍ବରେ ବାଣପୁର ଏନଏସିର ପୂର୍ବତନ କାଉନସିଲର ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ଉପସଭାପତି ପ୍ରଣତୀ ମାର୍ଥା, ୱାର୍ଡ଼ ସଭାପତି ବିଶ୍ୱନାଥ ଦଳେଇ, ମହିଳା ସଭାପତି ପ୍ରତୀମା ମଲ୍ଲିକ, ପୂର୍ବତନ କାଉନସିଲର ଝରିଆ ପ୍ରଧାନ, ବରିଷ୍ଠନେତା ଦୀନବନ୍ଧୁ ପ୍ରଧାନ ଓ ଯୋଗେନ୍ଦ୍ର ବାରିକ, ଯୁବ ସଂଗଠକ ମନୋଜ ସାହୁ, ପୂର୍ବତନ କାଉନସିଲର ସୁଧାକର ଭୋପା, ଖୋର୍ଦ୍ଧା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଉପସଭାପତି କାବେରୀ ଜେନା, ବାଣପୁର ଏନଏସିର ପୂର୍ବତନ ଯୁବସଭାପତି ନାରାୟଣ ଦାସ, ଏସ୍‌ସି ମୋର୍ଚ୍ଚାର ମହିଳା ସଭାପତି ଉତ୍ତରା ମଲ୍ଲିକ ଏବଂ ବାଣପୁର ବ୍ଲକ ତୁମୁରା ପୁଟଶାସନ ଗ୍ରାମପଞ୍ଚାୟତର ସଞ୍ଜୟ କୁମାର ବଳିଆର ସିଂହ, ଅନୀଲ କୁମାର ସ୍ୱାଇଁ, ରାଧାକାନ୍ତ ରଥ, ରଞ୍ଜନ କୁମାର ରାଉତରାୟ, ଜୟନ୍ତ କୁମାର ସ୍ୱାଇଁ, ରାଜେଶ କୁମାର ବେହେରା, ବିଜୟ ପାତ୍ର, ମାନସ ବେହେରା, ଜିତୁନ ବେହେରା, ସଂକଳ୍ପ ବେହେରା, ରଘୁନାଥ ବାରିକ, ନବଘନ ନାୟକ, ସୌରୀ ବେହେରା, ମକଦମ ବେହେରାଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଚିଲିକା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ସୌମ୍ୟ ଶଙ୍କର ଚକ୍ର, ବାଣପୁର ଏନଏସି ଚେୟାରମ୍ୟାନ ମିଟୁ ନାୟକ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ବାଣପୁର ବ୍ଲକ ପୂର୍ବତନ ଚେୟାରମ୍ୟାନ ମାନସ ପ୍ରଧାନ, ଯୁବନେତା ଜଗତ ବଲ୍ଲଭ ମହାରଣା, ତୁମୁରା ପୁଟଶାସନ ଗ୍ରାମପଞ୍ଚାୟତ ସରପଞ୍ଚ ଅକ୍ଷୟ କୁମାର ସେଠୀ, ଯଦୁ ପ୍ରଧାନ, ମନୋଜ ପ୍ରଧାନ ଓ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.