ମାଲକାନଗିରି: ମାଲକାନଗିରି ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ୮ମାସର ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି ଲୋକ । ମୃତ ମହିଳା ହେଲେ ବନ୍ଦନା ମଣ୍ଡଳ ।
ପରିବାର ଲୋକଙ୍କ କହିବା ଅନୁସାରେ ,ଗତକାଲି ରାତିରେ ବନ୍ଦନାଙ୍କୁ ସାପ କାମୁଡିଥିବା ସନ୍ଦେହରେ ପରିବାର ଲୋକ ସଦର ଚିକିତ୍ସାଳୟକୁ ନେଇଥିଲେ । ସାପଟିକୁ ମାରି ମେଡିକାଲ ଆଣିଥିଲେ ପରିବାର। ତଥାପି ଯଥାଯଥ ଚିକିତ୍ସା ମିଳିନଥିଲା । ପରେ ସକାଳେ ଘରକୁ ଫେରିବା ପରେ ପୁଣି ଅସୁସ୍ଥ ହୋଇପଡ଼ିଥିଲେ ବନ୍ଦନା । ତୁରନ୍ତ ପୁଣି ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା ।
ରୋଗୀ ସୁସ୍ଥ ହୋଇନଥିଲେ ମଧ୍ୟ ଡାକ୍ତର ଡିସଚାର୍ଜ କରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର । ସେପଟେ ଚିକିତ୍ସାରେ କୌଣସି ଅବହେଳା କରାଯାଇନଥିବା କହିଛନ୍ତି ଡାକ୍ତର ।
ଅନ୍ୟପଟେ ଚିକିତ୍ସାରେ କୌଣସି ଅବହେଳା ହୋଇନଥିବା ଦାବି କରିଛନ୍ତି ସମ୍ପୃକ୍ତ ଡାକ୍ତର। ରୋଗୀଙ୍କୁ ଆବଶ୍ୟକ ସମସ୍ତ ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଇଥିବା ସେ କହିଛନ୍ତି । ତେବେ ମୃତ୍ୟୁ ପରେ ପରିବାର ଲୋକ ଉତ୍କ୍ଷିପ୍ତ ହୋଇ ମେଡିକାଲ୍ରେ ହଙ୍ଗାମା କରିଛନ୍ତି । ମୃତକଙ୍କ ସମ୍ପର୍କୀୟ ଡାକ୍ତର ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ସ୍ଥିତି ସ୍ବାଭାବିକ ହୋଇଛି।
