Latest Odisha News

ପୁଣି ଭୂକମ୍ପରେ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ପୁଣି ଥରିଲା ଦିଲ୍ଲୀ । ଲଗାତର ଦ୍ୱିତୀୟ ଦିନରେ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୭ ରେକର୍ଡ କରାଯାଇଛି । ସୋମବାର ଦ୍ୱିପହରରେ ଦିଲ୍ଲୀ ଏନ୍‌ସିଆର୍‌ରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ କେହି ମୃତାହତ ହୋଇନଥିବା ଜଣାପଡିଛି ।
ଗତକାଲି ମଧ୍ୟ ସନ୍ଧ୍ୟାର ୫ଟା ୪୫ ମିନିଟ୍‌ରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା । ତେବେ ଆଜି ମଧ୍ୟ ଭୂମିକମ୍ପ ହୋଇଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି ।

Leave A Reply

Your email address will not be published.