Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଶ୍ରୀହନୁମାନ ଦେବଙ୍କର ଜନ୍ମୋତ୍ସବ ପାଳିତ ହୋଇଥାଏ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପଣା ସଂକ୍ରାନ୍ତି ବହୁ ଜାକମକରେ ପାଳିତ ହୁଏ । କରୋନା ଯୋଗୁ ଯାଗାଘରଗୁଡିକ ବନ୍ଦ ରହିଛି । ଏଠାରେ ପହିଲିମାନ ମାନେ ହନୁମାନଙ୍କୁ ଆରାଧାନ କରିବା ସହ କୁସ୍ତି ଲଢ଼ିଥାନ୍ତି । ପଣା, ଛତୁଆରେ ଶ୍ରୀକ୍ଷେତ୍ର ଭାସିଥାଏ କହିଲେ ଭୁଲ ହେବ ନାହିଁ । ଆଜିର ଦିନରେ ପୁରୀରେ କେହି ଭୋକିଲା କିମ୍ବା ଶୋଷିଲା ରୁହନ୍ତି ନାହିଁ । ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁ ହନୁମାନଙ୍କ ଜନ୍ମେତ୍ସୋବ ପାଳିତ ହୋଇଥାଏ । ଉତ୍କଳରେ ପାଳିତ ସୌରବର୍ଷର ପ୍ରଥମ ଦିବସ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ଶ୍ରୀହନୁମାନ ଦେବଙ୍କର ଜନ୍ମୋତ୍ସବ ପାଳିତ ହୋଇଥାଏ ! ରାଶିଚକ୍ରର ପ୍ରଥମ ରାଶିର ପ୍ରଥମ ଅଂଶରେ ଉଦିତ ସୂର‌୍ୟଙ୍କୁ ସଦ୍ୟଜାତ ହନୁମାନ ଗ୍ରାସ କରିଥିଲେ ! ଏଣୁ ଏହି ଦିବସରେ ଶ୍ରୀମନ୍ଦିରରେ ହନୁମାନ ଜନ୍ମ ନୀତି ପାଳିତ ହୁଏ !

ଏହି ଦିନ ସକାଳ ଧୂପ ସରିବା ପରେ ଦକ୍ଷିଣି ଘରେ ବିରାଜମାନ କରୁଥିବା ଶ୍ରୀହନୁମାନ ଆଜ୍ଞାମାଳ ପାଇ ଝୁଲଣ ମଣ୍ତପ ତଳେ ଥିବା ବିମାନରେ ବିଜେ କରିଥାନ୍ତି ! ଘଣ୍ଟ ଛତା କାହାଳୀ ସହ ପଟୁଆରରେ ପୂଜାପଣ୍ତା ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଣିଥିବା ଆଜ୍ଞାମାଳ ଶ୍ରୀମନ୍ଦିରସ୍ଥ ଚାରିଦ୍ୱାର ମହାବୀର ଓ ବାର ଭାଇ ହନୁମାନଙ୍କୁ ପ୍ରଦାନ କରିବା ପରେ ବିମାନବଡୁ ସେବକଗଣ ବିମାନକୁ ସ୍କନ୍ଧରେ ବହନ କରି ଶ୍ରୀହନୁମାନଙ୍କୁ ଜଗନ୍ନାଥ ବଲ୍ଲଭ ମଠରେ ଭୋଗ ଓ ବନ୍ଦାପନା ପରେ ଚଳନ୍ତି ପ୍ରତିମା ଶ୍ରୀହନୁମାନ ବାହୁଡା ବିଜେ କରି ଦକ୍ଷିଣି ଘର ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି !

ଏହିଦିନ ଶ୍ରୀମନ୍ଦିରରୁ ଶ୍ରୀହନୁମାନ ଆଜ୍ଞାମାଳ ପାଇ ବିଜେ ହୋଇ ଜଗନ୍ନାଥ ବଲ୍ଲଭ ମଠକୁ ଯିବା ପରେ ଭୋଗ ମଣ୍ତପ ମଇଲମ, ମହାସ୍ନାନ, ଚନ୍ଦନ, ସର୍ବାଙ୍ଗ ନୀତି ହୋଇ ଦ୍ୱିପ୍ରହର ଧୂପ ଟେରା ପଡିଥାଏ ! ପୁଜାପଣ୍ତା ଏହି ସମୟରେ ଚାରି ଦିଗରେ ଦିଗବଳି ଦେବା ପରେ ଭୋଗ ମଣୋହି ବଢିଥାଏ ଓ ଏହାପରେ ଅନ୍ୟାନ୍ୟ ନୀତିମାନ ହୋଇଥାଏ !

Leave A Reply

Your email address will not be published.