Latest Odisha News

BREAKING NEWS

ଦିନିକିଆରେ ମିଥାଲୀଙ୍କ ଆଉ ଏକ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିଥାଲୀ ରାଜ ଦିନିକିଆ କ୍ରିକେଟରେ ଆଉ ଏକ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ମହିଳା ଖେଳାଳି ଭାବେ ସେ ସୀମିତ ଓଭର କ୍ରିକେଟରେ ୭୦୦୦ ରନ ପୂର୍ଣ୍ଣ କରିଛନ୍ତି । ୩୮ ବର୍ଷୀୟା ଏହି ଷ୍ଟାର ଖେଳାଳି ୨୧୩ ଦିନିକିଆରେ ୭୦୧୯ ରନ ସଂଗ୍ରହ କରିଛନ୍ତି । ଏଥିରେ ୭ଶତକ ଓ ୫୪ ଅର୍ଦ୍ଧଶତକ ସାମିଲ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଦିନିକିଆ କ୍ରିକେଟ ଅବସରରେ ସେ ଏହି ମାଇଲଖୁଂଟ ଅତିକ୍ରମ କରିଥିଲେ । ମିଥାଲି ୪୫ ରନର ଇନିଂସ ଖେଳିଥିଲେ ମଧ୍ୟ ଭାରତ ଏହି ମ୍ୟାଚରେ ଦକ୍ଷିଣଆଫ୍ରିକାଠାରୁ ହାରିବା ସହ ସିରିଜ ହାତଛଡା କରିଛି । ଏହା ପୂର୍ବରୁ ମିଥାଲୀ ଆନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ ପୂର୍ଣ୍ଣ କରି ରେକର୍ଡ କରିଥିଲେ । ତାଙ୍କ ପୂର୍ବରୁ ଇଂଲଣ୍ଡର ଚାର୍ଲୋଟ ଏଡୱାର୍ଡ୍ସ କେବଳ ଏହି ସଫଳତା ହାସଲ କରିଥିଲେ ।

Leave A Reply

Your email address will not be published.