Latest Odisha News

ଓଡ଼ିଆ ଚଳଚ୍ଚିତ୍ର “ମୋ ଜୀବନ ତୁ”ର ଶୁଭ ମହୁରତ

ଭୁବନେଶ୍ୱର: ଦର୍ଶକଙ୍କ ସାମ୍ନାକୁ ଖୁବଶୀଘ୍ର ଆସିବ ଓଡ଼ିଆ ଚଳଚ୍ଚିତ୍ର “ମୋ ଜୀବନ ତୁ” । ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ତି ଗ୍ରାଣ୍ଡରେ ଫିଲ୍ମର ଶୁଭ ମହୁରତ ହୋଇଯାଇଛି । ଆସନ୍ତା ଦିନରେ ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ ମହୁରତ ଅବସରରେ ଉପସ୍ଥିତ ଥିଲେ ସମସ୍ତ ଷ୍ଟାରକାଷ୍ଟ ଓ କ୍ରିଉ ମେମ୍ବର ।

ଆଗକୁ ନିର୍ମାଣ ହେବାକୁ ଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସୁଛନ୍ତି ପ୍ରଦୀପ ଓ ଅଙ୍କିତା ଭୌମିକ୍ । ସେହିଭଳି ଅନ୍ୟ ପ୍ରମୁଖ ଭୂମିକାରେ ସରୋଜ ଦାସ, କାଳିଆ, ପପୁ ସନ୍ତୁକ, ରିସ୍ନା, ଟନିଆ, ବାବୁ ପ୍ରଧାନ, ନେହା ଓ ଶୁଭଶ୍ରୀଙ୍କ ଭଳି ଜଣାଶୁଣା କଳାକାର ନଜର ଆସିବେ ।

ଫିଲ୍ମର ମହୁରତରେ ପ୍ରଯୋଜକ ଇମ୍‌ତିୟାଜ ଅଲ୍ଲି, ଯୁଗ୍ମ ନିର୍ଦ୍ଦେଶକ ଲୁବୁନ୍‌-ଟୁବୁନ୍‌, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ, ଅଭିନେତା ପ୍ରଦୀପ ଓ ଅଙ୍କିତା ଭୌମିକଙ୍କ ସମେତ ଅନ୍ୟ କଳାକାର ଉପସ୍ଥିତ ଥିଲେ ।

ଫେଷ୍ଟିଭ ଡିଭାଇନ୍ ଇନ୍‌ଫ୍ରା ଆଣ୍ଡ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନର୍ ତଳେ ନିର୍ମିତ ଏହି ଫିଲ୍ମରେ ଅନେକ ଜଣାଶୁଣା କଣ୍ଠଶିଳ୍ପୀଙ୍କ ସୁମଧୁର ସ୍ୱର ଶୁଣିବାକୁ ମିଳିବ । ଯେଉଁଥିରେ ସାମିଲ ଅଛନ୍ତି ହ୍ୟୁମାନ୍ ସାଗର, ଇରା ମହାନ୍ତି, ଅଭିଜିତ ମଜୁମଦାର, ବିଷ୍ଣୁମୋହନ କବି, ଅସୀମା ପଣ୍ଡା, ଦିପ୍ତୀରେଖା ପାଢୀ ଓ ସ୍ୱୟମ୍ ପାଢୀ ।

ଲୁବୁନ୍‌-ଟୁବୁନ୍‌ଙ୍କ ନିର୍ଦ୍ଦେଶିତ ଷଷ୍ଠ ଫିଲ୍ମ ଭାବେ “ମୋ ଜୀବନ ତୁ”ର ସୁଟିଂ ଅପ୍ରେଲ୍ ୧’ ତାରିଖରେ ଆରମ୍ଭ ହେବ ।

Leave A Reply

Your email address will not be published.