Latest Odisha News

BREAKING NEWS

କନିଷିରୁ ମୋଦୀଙ୍କ ବଡ଼ ଦାବି, ତ୍ରିପୁରା ଭଳି ଏଥର ଓଡ଼ିଶାର ନିର୍ବାଚନ ଫଳାଫଳ ହେବ?

ବ୍ରହ୍ମପୁର: ଓଡ଼ିଶାରେ ଜୁନ ୪ ତାରିଖରେ ବିଜେଡି ସରକାର ହଟିବ । ବିଜେପି ଏଠାରେ ଜୁନ ୧୦ରେ ସରକାର ଗଢ଼ିବ। ବ୍ରହ୍ମପୁର କିନିଷିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଅଭିଭାଷଣ ରଖିଛନ୍ତି। ଯଦିଓ ଏହା ଶୁଣିବାକୁ ଅଡୁଆ ଲାଗୁଛି କିନ୍ତୁ ଲୋକଙ୍କୁ ବିଶ୍ବାସ ଦେବାକୁ ଯାଇ ତ୍ରିପୁରାରେ କଥା ଉଦାହରଣ ଦେଇଛନ୍ତି ମୋଦୀ। କହିରଖୁଛୁ ୧୯୯୩ରୁ ୨୦୧୮ ଯାଏ ତ୍ରିପୁରାରେ ସିପିଆଇ ଏମ କ୍ଷମତାରେ ଥିଲା।

BjdElectrycity

ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଭିଭାଷଣରେ ଓଡିଆ ଅସ୍ମିତା କଥା ଉଲ୍ଲେଖ କରିଛନ୍ତି। ଓଡ଼ିଶାର କଳା ସଂସ୍କୃତିକୁ ପ୍ରଶଂସା କରିଛନ୍ତି। ଏହି ସମୟରେ ଯେଉଁମାନେ କିଛି ଫଟୋଚିତ୍ର ଆଣିଥିଲେ ସେସବୁକୁ ଆଣିବା ପାଇଁ ଏସପିଜିଙ୍କୁ ନିବେଦନ କରିଥିଲେ। ଏହି ସମୟରେ ସେ ଲୋକଙ୍କୁ କହିଥିଲେ ଯେ ସେ ସେହି ଫଟୋ ପଛରେ ତାଙ୍କର ଠିକଣା ଲେଖି ଦିଅନ୍ତୁ। ସେ ଓଡ଼ିଆରେ ଚିଠି ପଠାଇବେ। ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ନୁହେଁ କହି କଟାକ୍ଷ କରିଛନ୍ତି।

ସେ ତାଙ୍କ ଅଭିଭାଷଣରେ କହିଥିଲେ, ଓଡିଶାର ବିକାଶ ହେଉନାହିଁ। କିନ୍ତୁ ଏଠିକାର ଲୋକେ ଅନେକ ପରିଶ୍ରମ କରୁଛନ୍ତି। ତ୍ରିପୁରାରେ ୩୦ ବର୍ଷ ଧରି ଗୋଟିଏ ଦଳର (ସିପିଆଇଏମ) ସରକାର ଥିଲା ହେଲେ ୨୦୧୮ରେ ବିଜେପି କ୍ଷମତାକୁ ଆସିଲା। ସମସ୍ତ ବିଧାୟକ ନୂଆ ଥିଲେ। ସେଭଳି କୌଣସି ଅଭିଜ୍ଞ କିମ୍ବା ପୁରୁଖା ନେତା ନଥିଲେ। ଆଉ ବିଜେପି କ୍ଷମତାକୁ ଆସିଲା। ଦ୍ବିତୀୟ ଥର ବି ଲୋକମାନେ ବିଜେପିକୁ କ୍ଷମତାରେ ବସାଇଛନ୍ତି। ଏବେ ତ୍ରିପୁରାରେ ବିକାଶ ହେଉଛି ବୋଲି ମୋଦୀ କହିଛନ୍ତି। ଏପରି କହି ସେ ରାଜ୍ୟରେ ତାଙ୍କ ଦଳର ବିଧାୟକ ଏବଂ ସାଂସଦଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ବିଜେଡି ୨୦୦୦ ମସିହାରୁ କ୍ଷମତାରେ ରହିଛି। ୨୦୦୯ ଯାଏ ବିଜେପି ଓ ବିଜେଡି ମେଣ୍ଟ ସରକାରରେ ଥିଲେ। ଓଡ଼ିଶାରେ ବିଜେଡି ସବୁଠୁ ଶକ୍ତିଶାଳୀ ଦଳ। ୨୦୧୪ ପରେ ବିଜେପି ଲୋକସଭା ଆସନ ଯଦିଓ ପୂର୍ବ ତୁଳନାରେ ଅଧିକ ଜିତିଛି କିନ୍ତୁ ବିଧାନସଭାକୁ ନେତା ପଠାଇବାରେ ଦଳ ସେଭଳି ସଫଳ ହୋଇନାହିଁ। ତେବେ ଓଡ଼ିିଶାରେ ଦୁଇ ଦଳ ଅଲଗା ଅଲଗା ରହିଥିଲେ ମଧ୍ୟ ଦିଲ୍ଲୀରେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ବିଜେଡି ସମର୍ଥନ କରିଥିବା ନଜିର ରହିଛି।

Leave A Reply

Your email address will not be published.