Latest Odisha News

BREAKING NEWS

ସିଏମ୍‌ସି ଅଫିସ୍‌କୁ ୧୫ ଦିନ ଯାଏଁ ଲୋକଙ୍କୁ ମନା

କଟକ: ଆସନ୍ତା ୧୫ ଦିନ ଯାଏଁ କଟକ ମହାନଗର ନିଗମ ତଥା ସିଏମ୍‌ସି କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ମନା । ଏନେଇ କଟକଣା ଜାରି ହୋଇଛି । ସିଏମ୍‌ସି କଣ୍ଟ୍ରୋଲ ରୁମର ଜଣେ ଡାକ୍ତର ପଜିଟିଭ ଚିହ୍ନଟ ହେବା ପରେ ସିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସମୟରେ ସିଏମ୍‌ସିର ଅତ୍ୟାବଶକୀୟ ସେବା ଜାରି ରହିବ କିନ୍ତୁ ଅନ୍ୟ ବିଭାଗକୁ ବନ୍ଦ ରଖିବାକୁ ସିଏମ୍‌ସି କମିଶନର ନିଷ୍ପତ୍ତି ନେଇଛନ୍ତି ।

ସେପଟେ କଟକ ଡିସିପିଙ୍କ କାର୍ଯ୍ୟାଳୟରୁ ବରିଷ୍ଠ ଅଧିକାରୀଙ୍କ ସମେତ ଏକାଧିକ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଡିସିପିଙ୍କ କାର୍ଯ୍ୟାଳୟ ୭୨ଘଣ୍ଟା ଅର୍ଥାତ୍ ୩ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଅତ୍ୟାବଶକୀୟ ସେବା କାର୍ଯ୍ୟ ଜାରି ରହିବ । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ୭ ଦିନ ପାଇଁ ଡିସିପି ବାରଣ କରିଛନ୍ତି ।

Leave A Reply

Your email address will not be published.