Latest Odisha News

ଓଦାଓଦା

ଓଦାଓଦା

ଅଖିଳ କୁମାର ମିଶ୍ର

ଦିନ ତମାମ୍ ଚୁପଚାପ୍ ଶାନ୍ତ ବର୍ଷାବିନ୍ଦୁ
ମୋ କାଠ ଝରକାର ବନ୍ଧ ଦେଇ
ଖସରି ଖସରି ଗଲା ଓ ବିବ୍ରତ ନିଦରୁ ମତେ ଉଠାଇଲା,
ଶୟନେ ଅସ୍ତିର ମୋ ଭଙ୍ଗା ହୃଦୟକୁ
ମୌସୁମୀ ପରଶି ଦେଲା ଏକ ଶୀତଳ ଆଲିଙ୍ଗନ ।

ଭଲ ହେଉ ନ ଥିବା ଘା’ପରି,
ମୋ ନିଃସଙ୍ଗତା ଥିଲା ଗଭୀର ଓ ବାସ୍ତବ,
ଛଟପଟ, ଉପାସିଆ, ତମବିନା
ମୋ ହାତମାନେ ବି ଖାଲିଥିଲେ,
ଥଣ୍ଡା ଜଳର ସ୍ପର୍ଶ ଯେବେ ପାଇଲି,
ତମେ ମତେ ଡ଼ାକି ଡ଼ାକି ଆସୁଛ ବୋଲି ଜାଣିଲି ।

ତମକୁ ନ ଦେଖି ମଧ୍ୟ, ତମ ଉପସ୍ଥିତି ସହ
ପରିଚିତ ହେଲାପରେ, ଝରକାକୁ ଉପେକ୍ଷାକରି
ବର୍ଷାପାଣି ମୋ ଘର ତିନ୍ତାଇବାକୁ ଛାଡ଼ିଦେଲି,
ମୋ ଦେହକୁ ତମ ସ୍ମୃତିରେ ଭିଜାଇ ଦେଲି ।

ଆଜି ମୋ ଆକାଶରୁ ଝରିପାରୁ ନଥିବା
ଲୁହମାନେ ଖସି ପଡ଼ିଲେ ତାଙ୍କ ସାଂଗେ
ଧୂସର ବାଦଲମାନେ କାନ୍ଦିଲେ,
ତେଣୁ ମୁଁ ସବୁ ଅପରାଧବୋଧର ପୋଷାକକୁ କାଢ଼ି ଦେଲି
ଓ ତୁମକୁ କୋଳରେ ଧରି ଶୋଇ ପଡ଼ିଲି ।

Leave A Reply

Your email address will not be published.