Latest Odisha News

ଆଇଏସଏଲ:ବାମ୍ବୋଲିନରେ ଗୋଲବର୍ଷା, ଇଷ୍ଟବେଙ୍ଗଲକୁ ହରାଇଲା ଓଡିଶା

ଭୁବନେଶ୍ୱର: ଗୋଆର ବାମ୍ବୋଲିନ ଷ୍ଟାଡିୟମରେ ଚାଲିଥିବା ଆଇଏସଏଲର ଏକ ମୁକାବିଲାରେ ଗୋଲ ବର୍ଷା ଦେଖିବାକୁ ମିଳିଛି । ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ମଧ୍ୟରେ ଅନୁଷ୍ଠିତ ଏହି ମୁକାବିଲାରେ ୧୧ ଗୋଲ ସ୍କୋର ହୋଇଥିଲା । ଓଡିଶା ୬-୫ ଗୋଲରେ ଅପେକ୍ଷାକୃତ ଶକ୍ତିଶାଳୀ ଇଷ୍ଟବେଙ୍ଗଲକୁ ପରାସ୍ତ କରି ପ୍ରଶଂସକଙ୍କ ମନ ଜିଣିଛି । ଓଡିଶା ପକ୍ଷରୁ ଏସ. ଲାହେରଜୁଆଲା (୩୩ତମ), ରାମଫାଙ୍ଗଜାଉଭା ପଲ (୪୯ତମ, ୬୬ତମ), ଜେରୀ ମାହ୍ୱିମିଙ୍ଗାମାଙ୍ଗା(୫୧ତମ, ୬୭ତମ) ଓ ଡିଏଗୋ ମୌରିସିଓ (୬୯ତମ) ଗୋଲ ସ୍କୋର କରିଥିଲେ । ସେହିପରି ଇଷ୍ଟବେଙ୍ଗଲ ତରଫରୁ ଆନ୍ଥୋନୀ ପିଲକିଙ୍ଗଟନ(୨୪ତମ), ରବି କୁମାର(୩୭ତମ), ଅମାଡି (୬୦ତମ, ୯୦ତମ) ଓ ଜେଜେ ଲାଲପେଖୁଲା ୭୪ତମ ମିନିଟରେ ଗୋଲ ଦେଇଥିଲେ ।

ପ୍ରଭାବୀ ପ୍ରଦର୍ଶନ ପାଇଁ ରାମଫାଙ୍ଗଜାଉଭା ପଲ ହୀରୋ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ । ବିଜୟ ସତ୍ୱେ ଓଡିଶା ଏଫସି ପଂଏଟ ଟେବୁଲରେ ଶେଷ ସ୍ଥାନରେ ରହିଛି । ୨୦ ମ୍ୟାଚରେ ଦଳ ୨ ବିଜୟ, ୬ଡ୍ର ଓ ୧୨ ପରାଜୟ ସହ ସମୁଦାୟ ୧୨ ପଂଏଟ ହାସଲ କରିଥିଲା । ପ୍ରଥମ ୪ଟି ସ୍ଥାନରେ ମୋହନବାଗାନ(୪୦), ମୁମ୍ବାଇ ସିଟି (୩୭), ନର୍ଥଇଷ୍ଟ ୟୁନାଇଟେଡ (୩୧),ଏଫସି ଗୋଆ (୩୧) ରହିଛନ୍ତି ।

Leave A Reply

Your email address will not be published.