Latest Odisha News

BREAKING NEWS

ଆଜି ରାଜ୍ୟରୁ ୧୭୧୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୁଇ ହଜାର ଭିତରେ ରହୁଛି ଦୈନିକ କରୋନା କେସ୍ । ଓଡ଼ିଶାରେ ନିୟନ୍ତ୍ରଣରେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୭ଶହ ୧୨ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୯୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୧୫ । ୧୮ ବର୍ଷ ଭିତରେ ଆଉ ୩୨୩ ସଂକ୍ରମିତ ବାହାରିଛନ୍ତି ।

୪ଟି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୫ ୭ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୧୪୭, କୋରାପୁଟରୁ ୧୧୮, କଟକରୁ ଆଉ ୧୦୪ ଜଣ ସଂକ୍ରମିତ ହୋଇଛନ୍ତି । ଅନ୍ୟ ଜିଲ୍ଲାରେ ଦୈନିକ ପଜିଟିଭ୍ କେସ୍ ଶହେ ଭିତରେ ରହିଛି । ବିଭିନ୍ନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଖସୁଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୭୧ହଜାର ୫୨୩କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୪୫ହଜାର ୨୬ ଆକ୍ରାନ୍ତ । ଏବେ ରାଜ୍ୟରେ ୧୭ହଜାର ୬୪୭ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.