Latest Odisha News

BREAKING NEWS

କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣାର ଶିକାର ହେଲା ଟୁରିଷ୍ଠ ବସ୍ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କେଉଁ ପରିସ୍ଥିତିରେ ଘାଟିରୁ ଓଲଟିଲା ବସ୍ ତଦନ୍ତ କରି ରିପୋର୍ଟ ଦେବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । କୁହାଯାଉଛି ବ୍ରେକ୍ ଫେଲରୁ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଭଞ୍ଜନଗର ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍ ଓଲଟି ପଡ଼ିଥିଲା । ଏଥିରେ ୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ରୁ ଅଧିକ ଆହତ ହୋଇଛନ୍ତି । ଟୁରିଷ୍ଟ ବସଟି ଫୁଲବାଣୀରୁ ପଶ୍ଚିମବଙ୍ଗ ଫେରିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସରେ ୬୦ରୁ ଅଧିକ ପର୍ଯ୍ୟଟକ ଥିବା ସୂଚନା ମିଳିଛି । ମୃତାହତ ଯାତ୍ରୀମାନେ ପଶ୍ଚିମହୃବଙ୍ଗ ହାଓଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.