ଭୁବନେଶ୍ୱର: ଓଡିଶା ଫୁଟବଲ ଆସୋସିଏଶନ ଓ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ମିଳିତ ସହାୟତାରେ ଓଡିଶା ମହିଳା ଲିଗ ଫୁଟବଲ ଫେବୃୟାରୀ ୧୨ରୁ ଆରମ୍ଭ ହେବ । କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଏହାର ଜର୍ସି ଉନ୍ମୋଚିତ ହୋଇଥିଲା । କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ସେକ୍ରେଟାରୀ ଆର.ଭିନିଲ କ୍ରିଷ୍ଣା ଓ ଫାଓର ଯୁଗ୍ମ ସଚିବ ଅଭିଜିତ ପାଲ ଅଂଶଗ୍ରହଣ କରିବାକୁ ଯାଉଥିବା ୬ଟିମର ଜର୍ସି ଉନ୍ମୋଚିତ କରିଥିଲେ ।ଏହି ଅବସରରେ ପ୍ୟାରୀ ଖାଖା ଓ ମନୀଷ ପନ୍ନା ନିକଟରେ ସମ୍ପନ୍ନ ହୋଇଥିବା ଏଏଫସି ଏସିଆ କପ ପାଇଁ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିବାରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଶୁଭେନ୍ଦୁ ପଣ୍ଡା, ସସ୍ମିତା ମଲ୍ଲିକ ଓ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଉପସ୍ଥିତ ଥିଲେ । ୬ଟି ଟିମକୁ ନେଇ ଡବଲ ଲେଗ ଫର୍ମାଟରେ ଏହି ଲିଗ ଆୟୋଜିତ ହେବ । ଏଥିରେ ଚାମ୍ପିୟନ ହୋଇଥିବା ଦଳ ଇଣ୍ଡିଆନ ମହିଳା ଲିଗ ପାଇଁ ମନୋନୀତ ହେବ ।
BREAKING NEWS
- ଖରାଦିନେ ପଡୁଥିବା ସନଟ୍ୟାନ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ
- ପଦ୍ମ ଫୁଟାଇବ ମୋଦି ଲହର!
- ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ୮ ମୃତ, ଅନେକ ଗୁରୁତର
- ରେସଲର ବଜରଙ୍ଗ ପୂନିଆଙ୍କୁ ୨୦୨୪ ଶେଷ ପର୍ଯ୍ୟନ୍ତ ସସପେଣ୍ଡ କଲା ୟୁଡବ୍ଲ୍ୟୁଡବ୍ଲ୍ୟୁ
- ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେଡି, କ’ଣ ରହିଛି ଫୋକସ୍ ରେ ଜାଣନ୍ତୁ…
- ପଦ୍ମ ଫୁଟାଇବ ମୋଦି ଲହର !
- ହାତରେ ରହିବ ତ କୋରାପୁଟ !
- ଜାତୀୟ ମହିଳା ହକି ଲିଗ: ମିଜୋରମକୁ ହରାଇଲା ଓଡିଶା
- ‘ହିନ୍ଦୁଙ୍କ ଚିନ୍ତା ନିଶ୍ଚୟ କରିବି; କାରଣ ଭୂମି ଛୋଟ ହେବାରେ ଲାଗିଛି, ଜନସଂଖ୍ୟା ବୃଦ୍ଧି ପାଉଛି’
- ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାନ୍ତିଲାଲ କହିଲେ ଯାହାର ୨ଟି ପତ୍ନୀ ତାକୁ କଂଗ୍ରେସ ଦେବ ୨ ଲକ୍ଷ
Comments are closed, but trackbacks and pingbacks are open.