Latest Odisha News

BREAKING NEWS

ଦେଶରେ ଦିନକରେ ରେକର୍ଡ ୭୭, ୨୬୬ ନୂଆ ଆକ୍ରାନ୍ତ, ୧, ୦୫୭ ମୃତ

ନୂଆଦିଲ୍ଲୀ: ନିଜ ରେକର୍ଡ ନିଜେ ଭାଙ୍ଗୁଛି କରୋନା । ଦେଶରେ ଗୋଟିଏ ଦିନରେ ରେକର୍ଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୭୭ ହଜାର ୨୬୬ ନୂଆ ପଜିଟିଭ୍ । ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ୫୦୧କୁ ବୃଦ୍ଧି ପାଇଛି । ସଂକ୍ରମଣ ସହ ଦେଶରେ…

ଖୋଲିଲା ରେଙ୍ଗାଲି ଜଳ ଭଣ୍ଡାରର ୪ ଟି ଗେଟ୍

ଅନୁଗୁଳ: ପ୍ରବଳ ବର୍ଷା କାରଣରୁ ରେଙ୍ଗାଲି ଜଳଭଣ୍ଡାର ମୋଟ ୪ ଟି ଗେଟ ଖୋଲାଯାଇଛି। ସେହିପରି ତଳ ମୁଣ୍ଡରେ ସମଲ ବ୍ୟାରେଜ ର ମଧ୍ୟ ୧୩ ଟି ଗେଟ ଖୋଲା ଯାଇଛି । ରେଙ୍ଗାଳିରେ ପୂର୍ବରୁ ୩ ଟି ଗେଟ ଖୋଲା ଥିଲା । ଲଗାଣ ବର୍ଷା ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ…

ରାଜ୍ୟରେ ଗୋଟିଏ ଦିନରେ ୫୮ ହଜାରରୁ ଉର୍ଦ୍ଧ୍ବ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୮ ହଜାର ୮୪୦ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୦,୦୨୩ ଜଣଙ୍କର ଆଣ୍ଟିଜେନ, ୮୬୮୦ ଟି ଆରଟିପିସିଆର୍ ଓ ୧୩୭ ଟି ଟ୍ରୁନଟ୍‌…

ସୁଶାନ୍ତଙ୍କ ଫ୍ଲାଟରେ ରହି ଏହାକୁ ନିଜର ବୋଲି ଦାବି କରୁଛନ୍ତି ଅଙ୍କିତା: ରିୟା

ମୁମ୍ବାଇ: ଦିନକୁ ଦିନ ରହସ୍ୟ ଘେରକୁ ଟାଣି ହୋଇ ଯାଉଛି ଅଭିନେତା ସୁଶାନ୍ତ ସିଂ ଙ୍କ ମୃତ୍ୟୁ ଘଟଣା । ଏହା ହତ୍ୟା କି ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ତେବେ ପ୍ରତିଦିନ ସୁଶାନ୍ତଙ୍କୁ ନେଇ ଏକ ନୂଆ ଗୁଜବ ବା ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତ ସିଂ ରାଜପୁତ ତାଙ୍କ ପୂର୍ବତନ…

ସପ୍ତାହେ ସଟଡାଉନ୍ ରହିବ ଝାରସୁଗୁଡ଼ା ସହର

ଝାରସୁଗୁଡ଼ା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହରକୁ ସପ୍ତାହେ ସଟଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ୩୦ ତାରିଖରୁ ଲାଗୁ ହେବ କଟକଣା । ସକାଳ ୬ଟାରୁ ଦିନ ୧୧ଟା ମଧ୍ୟରେ ମିଳିବ ଗ୍ରୋସରି ସାମଗ୍ରୀ, ପନିପରିବା, କ୍ଷୀର, ଅଣ୍ଡା, ମାଛ ଓ ମାଂସ । ସଟଡାଉନ୍ ବେଳେ ଖୋଲା ରହିବ ଔଷଧ…

ବଢୁଛି ମହାନଦୀ; କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ଲଗାଣ ବର୍ଷା ପରେ ବଢୁଛି ମହାନଦୀର ଜଳସ୍ତର । ଆସନ୍ତାକାଲି ସୁଦ୍ଧା ମୁଣ୍ଡଳୀରେ ୯ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବନ୍ୟା ଆଶଙ୍କା ଦେଖାଦେଇଛି। କଟକ କହ୍ନେଇପୁର ଅଞ୍ଚଳରେ ନଦୀ କୂଳିଆ ଘର ସବୁ…

ଆଜିଠୁ ଭୁବନେଶ୍ୱରରେ ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ରୂପ ନେଉଛି କରୋନା ଭୁତାଣୁ । ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଏହା କାୟା ମେଳାଉଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଦ୍ଵିତୀୟ ପର୍ଯ୍ୟାୟ ସେରୋ ସର୍ଭେ । ଏହି ସେରୋ ସର୍ଭେ ଭୁବନେଶ୍ୱର ମହାନଗର ନିଗମର ପ୍ରଶାସନିକ…

ଆଖି ତଳୁ କଳାଦାଗ ହଟାଇବ ଏହି ସରଳ ଉପଚାର

ଭୁବନେଶ୍ୱର:ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ନିଜର ଯତ୍ନ ନେବା ପ୍ରାୟ ସମସ୍ତେ ଭୁଲି ଗଲେଣି । ତେବେ ବୟସ ଆଗରୁ ତ୍ୱଚା ଜନିତ ସମସ୍ୟା ଦେଖା ଦେଉଛି । ଯାହା ମଧ୍ୟରୁ ଆଖି ତଳ କଳା ପଡିବା ଏକ ସାଧାରଣ କଥା। ତେବେ ବିଭିନ୍ନ କାରଣରୁ ଆଖି ତଳ କଳା ପଡିଥାଏ। ବହୁ ରାତି ଯାଏ ଅନିଦ୍ରା ରହିବା ଭଳି…

ଥମିଲା ବର୍ଷା; ଆଜିଠୁ ଶୁଖିଲା ପାଗ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ଗଲା କିଛି ଦିନ ହେବ ପ୍ରବଳ ବର୍ଷା ଲାଗି ରହିଥିଲା। ତେବେ ଏହି ଲଘୁଚାପ ବଳୟଟି ଏବେ ଦକ୍ଷିଣ-ପଶ୍ଚିମ ମୁହାଁ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ଆଉ ବିଶେଷ ବର୍ଷା ହେବାର…

ଆଣ୍ଡାମାନର ବିରଳ ଆଦିବାସୀଙ୍କୁ କରୋନା

ପୋର୍ଟବ୍ଲେୟାର: ବ୍ୟାପୁଛି କରୋନା । ଦିନକୁ ଦିନ ନେଉଛି ଭୟଙ୍କର ରୂପ । ବିଶ୍ୱର ଏହା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜର ଏକ ବିରଳ ଆଦିବାସୀ ସମ୍ପ୍ରଦାୟରେ ବ୍ୟାପିବାରେ ଲାଗିଲାଣି କରୋନା। ଏଠାରେ ଥିବା ବିରଳ ଆଦିବାସୀ ସଂପ୍ରଦାୟର ଏହି ଜନଜାତିରେ ୪…