Latest Odisha News

BREAKING NEWS

ସମ୍ବଲପୁରରୁ ଜବତ ହେଲା ବିପୁଳ ପରିମାଣର କଫସିରଫ ଓ ନିଶା ଟାବଲେଟ; ୪ ଗିରଫ 

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରୁ ଜବତ ହୋଇଛି ବିପୁଳ ପରିମାଣର କଫସିରଫ ଓ ନିଶା ଟାବଲେଟ। ଘଟଣାରେ ସମ୍ପୃକ୍ତି ଜଣାଇ ସମ୍ବଲପୁର ଟାଉନଥାନା ପୋଲିସ ୪ଜଣଙ୍କୁ ଗିରଫ କରିଥିବା ସୂଚନା। ମିଳିଥିବା ଖବର ଅନୁଯାୟୀ, ବ୍ୟାପକ ପରିମାଣର କପସିରଫ ଓ ନିଶା ଟେବଲେଟ ଜବତ କରିବା ସହ ସମ୍ବଲପୁର ଟାଉନଥାନା…

ଚଳିତ ବର୍ଷ ରଥଯାତ୍ରା ଲାଗି ପ୍ରକ୍ରିୟା ଆରମ୍ଭ

ପୁରୀ: ୨୦୨୧ରେ ରଥଯାତ୍ରା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ନୟାଗଡର ଦଶପଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ସୋମବାର ଦିନ ଯାତ୍ରା କରିଥିଲେ।…

ଆଜି ଜାତୀୟ ଯୁବ ଦିବସ; କାହିଁକି ଓ କେବେଠୁ ହେଉଛି ପାଳନ, ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ସ୍ୱାମୀ ବିବେକନନ୍ଦଙ୍କ ଜନ୍ମ ଦିନ । ସ୍ୱାମୀଜୀଙ୍କ ଜନ୍ମଦିନକୁ ସାରା ଦେଶରେ ଯୁବ ଦିବସ ରୂପେ ପାଳନ କରାଯାଏ । ଭାରତ ସରକାରଙ୍କ ଦ୍ୱାରା ୧୯୪୮ରେ ପ୍ରଥମେ ଜାତୀୟ ଯୁବ ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା । ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଅନୁଯାୟୀ, କେବଳ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା ୧୨-୦୧-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୧୨ ରିଖ ମଙ୍ଗଳବାର ଧନୁ ୨୯ ଦିନ ପୌଷ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: ତୁଳା କୁମ୍ଭ ରାଶି ପୁରୁଷ ବୃଷ…

ଓଡିଶାର ପ୍ରଥମ କଥାକୁହା ସିନେମା ଓ ମୋହନ ସୁନ୍ଦର ଦେବ ଗୋସ୍ଵାମୀ

ଏପ୍ରିଲ ମାସ ୧୯୩୬ ମସିହା, ଓଡିଶା ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନ। ଏପ୍ରିଲ ୧ ତାରିଖ ଦିନ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହୋଇଥିବା ବେଳେ ୨୮ ଏପ୍ରିଲରେ ଓଡିଶାର ପ୍ରଥମ କଥାକୁହା ସିନେମା “ସୀତା ବିବାହ” ମୁକ୍ତିଲାଭ କରିଥିଲା। ରାଜନୈତିକ ଇତିହାସରେ ରାଜ୍ୟ ଗଠନ ଯେମିତି ଏକ…

ବିଶ୍ୱବ୍ୟାପୀ ପ୍ରଦୂଷଣ କମାଇବାରେ ସ୍ଲରି ପାଇପ୍‌ଲାଇନ୍ ସହାୟକ ହେଉଛି: ସୋଆ କର୍ମଶାଳା

ଭୁବନେଶ୍ୱର: ସ୍ଲରି ପାଇପ୍‌ଲାଇନ୍ ମାଧ୍ୟମରେ ଖଣିଜ ପଦାର୍ଥ ପରିବହନ ଦ୍ୱାରା ୯୭ ପ୍ରତିଶତ ପ୍ରଦୂଷଣ କମୁଛି ଏବଂ ୯୩ ପ୍ରତିଶତ ଶକ୍ତି ସଂରକ୍ଷଣ ହୋଇପାରୁଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କୁହାଯାଇଛି। ସୋଆର ପରିକଳ୍ପନା, ନିର୍ମାଣ ଏବଂ ପରିଚାଳନା ଦୃଷ୍ଟିରୁ ଦୂରଗାମୀ…

ସଡ଼କ ଦୁର୍ଘଟଣାରେ କେନ୍ଦ୍ର ମନ୍ତ୍ରୀ ଆହତ, ପତ୍ନୀ ମୃତ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ସୋମବାର ସନ୍ଧ୍ୟାରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାୟକ ଆହତ ହୋଇଥିବା ବେଳେ ତାଙ୍କ ପତ୍ନୀ ବିଜୟାଙ୍କ ମୃତ୍ୟୁ ଘଟିଛି। ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାରେ ତାଙ୍କ ପତ୍ନୀ ଏବଂ ବ୍ୟକ୍ତିଗତ ସଚିବ ଦୀପକଙ୍କର…

ନୂଆ କୃଷି ଆଇନ ବାତିଲ ଦାବିରେ ପଦଯାତ୍ରା

ଭୁବନେଶ୍ୱର: ଦିଲ୍ଲୀ କୃଷକ ଆନ୍ଦୋଳନ ସମର୍ଥନରେ ଏବଂ ୩ କଳା କୃଷି ଆଇନ ବାତିଲ ଦାବିରେ ସିପିଆଇ(ଏମ୍-ଏଲ) ରେଡ଼ ଷ୍ଟାର କେନ୍ଦ୍ରୀୟ କମିଟି ପକ୍ଷରୁ ୨୬ ଡ଼ିସେମ୍ବରରୁ ୧୧ ଜାନୁଆରୀ ଦେଶବ୍ୟାପୀ ଅଭିଯାନ ଡ଼ାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପାର୍ଟିର ଖୋର୍ଦ୍ଧା ଜିଲ୍ଲା କମିଟି ଆନୁକୂଲ୍ୟରେ…

ସେରମ ଇନଷ୍ଟିଚ୍ୟୁଟରୁ ବାହାରିଲା ଭ୍ୟାକସିନ୍ ଗାଡ଼ି

ନୂଆଦିଲ୍ଲୀ: ଟିକାକରଣ ଦିଗରେ ଆଉ ପାଦେ ଆଗେଇଛି ଭାରତ। ସେରମ ଇନଷ୍ଟିଚ୍ୟୁଟରୁ ବାହାରିଲା ଭ୍ୟାକସିନ ଗାଡ଼ି। ଆଜି କେନ୍ଦ୍ର ସରକାର ପରଚେଜ୍ ଅର୍ଡର କରିଥିଲେ। ଏହାର କିଛି ସମୟ ପରେ ସେରମ ଇନଷ୍ଟିଚ୍ୟୁଟରୁ ବାହାରିଥିଲା ଭ୍ୟାକସିନ ଗାଡ଼ି। ସେଣ୍ଟ୍ରାଲ ହବରୁ ସବ୍ ସେଣ୍ଟ୍ରାଲ ହବ୍ ଓ ସେଠାରୁ ସବୁ…

ନୂଆଦିଲ୍ଲୀ ସ୍ଥିତ ଇଣ୍ଡୋନେସିଆ ଦୂତାବାସରେ ବିଜୁବାବୁଙ୍କ ନାଁରେ ସ୍ୱତନ୍ତ୍ର କକ୍ଷ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ସ୍ବତନ୍ତ୍ର କକ୍ଷ। ନୂଆଦିଲ୍ଲୀ ସ୍ଥିତ ଇଣ୍ଡୋନେସିଆ ଦୂତାବାସ କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ନାଁରେ ଏକ ସ୍ୱତନ୍ତ୍ର କକ୍ଷକୁ ଉତ୍ସର୍ଗ କରାଯାଇଛି। ଆଜି ଏହାକୁ ଉଦଘାଟନ କରିଥିଲେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ରାଷ୍ଟ୍ରଦୂତ…