Latest Odisha News

BREAKING NEWS

୧୩ ତାରିଖରେ ଆଉ ଏକ ଲଘୁଚାପ, ଏସବୁ ଜିଲ୍ଲାରେ ବର୍ଷିବ !

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଓଡ଼ିଶାରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବ । ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୧୩…

ବେରୁତ ବିସ୍ଫୋରଣ ପରେ ପଦ ଛାଡ଼ିଲେ ଲେବାନନ୍ ପ୍ରଧାନମନ୍ତ୍ରୀ

ଲେବାନନ୍: ବେରୁତ ବିସ୍ଫୋରଣ ଘଟଣା ପରେ ଲେବାନନରେ ତେଜିଛି ଜନ ଆକ୍ରୋଶ । ରାଜରାସ୍ତାରେ ହିଂସାକାଣ୍ଡ ଓ ବିରୋଧ ପ୍ରଦର୍ଶନ । ଏଭଳି ସ୍ଥିତିରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଲେବାନନ ପ୍ରଧାନମନ୍ତ୍ରୀ ହସନ୍ ଦିଆବ୍ । ଏହାସହ ତାଙ୍କ କ୍ୟାବିନେଟ ବି ଇସ୍ତଫା ଦେଇଛି । ଟ୍ୱିଟ୍ କରି ହସନ୍ ଦିଆବ…

ଡୋନାଲ୍ଟ ଟ୍ରମ୍ପଙ୍କ ପ୍ରେମସିଟ୍ ବେଳେ ହ୍ୱାଇଟ୍ ହାଉସ୍ ବାହାରେ ଗୁଳିମାଡ଼

ଓ୍ୱାଶିଂଟନ୍: ହ୍ୱାଇଟ୍ ହାଉସ୍ ଭିତରେ ପ୍ରେସମିଟରେ ସୂଚନା ଦେଉଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏତିକିବେଳେ ବାହାରେ ହେଲା ଗୁଳିମାଡ଼ । ହ୍ୱାଇଟ୍ ହାଉସ ବାହାରେ ଗୁଳିମାଡ଼ ନେଇ ନିଜେ ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି କହିଛନ୍ତି, ବର୍ତ୍ତମାନ…

ସଠିକ୍‌ ଜାଗାରେ ରଖନ୍ତୁ ଆକ୍ୱାରିୟମ୍‌, ମିଳିବ ଶୁଭଫଳ

ଭୁବନେଶ୍ୱର: ଘରକୁ ଆକର୍ଷଣୀୟ କରି ସଜାଇବାକୁ ସମସ୍ତେ ପସନ୍ଦ କରନ୍ତି । ନିଜନିଜ ରୁଚି ଅନୁସାରେ ଭିନ୍ନଭିନ୍ନ ଜିନିଷରେ ଲୋକେ ଘର ସଜାନ୍ତି । ତେବେ ଘରେ ଆକ୍ୱାରିୟମ ରଖିଲେ ଏହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ଖାଲି ସୁନ୍ଦର ଦିଶିବା ପାଇଁ ନୁହେଁ ପେଙ୍ଗସୁଇ ଅନୁସାରେ ଆୱାରିୟମ୍‌…

ଆଜି ଜନ୍ମାଷ୍ଟମୀ: ମଧ୍ୟରାତ୍ରୀରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ

ଭୁବନେଶ୍ୱର: ଆଜି ଜନ୍ମାଷ୍ଟମୀ। ଏହି ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ଚଳିତ ବର୍ଷ ଏହା ଅଗଷ୍ଟ ୧୧ରେ ପାଳନ ହେଉଥିବା ବେଳେ ୧୨ ତାରିଖ ଦିନ ଏକ ନିଦ୍ଦିଷ୍ଟ ସମୟ ଯାଏଁ ମଧ୍ୟ ଜନ୍ମାଷ୍ଟମୀର ମୁହୂର୍ତ ରହିଛି। ବେଦବାଣୀ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶିଫଳ ତା୧୧-୮-୨୦୨୦ ମଙ୍ଗଳବାର *-ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ମୋବାଇଲ ନମ୍ବର :୯୪୩୭୨୨୫୪୩୪ ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ୧୧ ରିଖ ମଙ୍ଗଳବାର କର୍କଟ ୨୭ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର…

ମୁଣ୍ଡ ପୂରାଇଲେ ରାହୁଲ-ପ୍ରିୟଙ୍କା, ମାନିଲେ ସଚିନ୍ ପାଇଟଲ୍

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ସଂକଟରେ ପଡ଼ିବ ଯବନିକା । ମାନିଗଲେ ସଚିନ ପାଇଲଟ୍ । ପୁରୁଣା ମାନ ଅଭିମାନ ଛାଡ଼ି କଂଗ୍ରେସ ହିତ ପାଇଁ କାମ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ । ରାଜସ୍ଥାନରେ କଂଗ୍ରେସ ସରକାରର ସ୍ୱାର୍ଥ ଦିଗରେ କାମ କରିବେ । ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ…

ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଭେଣ୍ଟିଲେଟରରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ତାଙ୍କ ମୁଣ୍ଡରେ ରକ୍ତ ଜମାଟ ହୋଇଥିବାରୁ ଆଜି ଆର୍ମି ଆର୍ ଆର୍ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ସଫଳ ହୋଇଥିଲେ ହେଁ ସନ୍ଧ୍ୟାରେ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ଭେଣ୍ଟିଲେଟର…

ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦାପନା ଓ ଜେଉଡ଼ ଭୋଗ

'ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ ଦେବୋ ନ ଜାନାତି କୁତୋ ମନୁଷ୍ୟଃ ?' ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ବା ଜନ୍ମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ଦିନ ସନ୍ଧ୍ୟା ଆଳତି ବେଶରେ ଶ୍ରୀଜୀଉ ସୁନା ଅଳଙ୍କାର ଲାଗି ହୁଅନ୍ତି । ଏହାପରେ ପାଣି ପଡ଼ି ଟେରା ବନ୍ଧାଯାଇ…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ୟେଦୁରପ୍ପା

ବେଙ୍ଗୁଳୁରୁ: ନଅ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦୁରପ୍ପା । ଆଜି କୋଭିଡ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଡିସ୍‌ଚାର୍ଜ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏ ନେଇ ଆଜି ୟେଦୁରପ୍ପା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ସେ ଲେଖିଛନ୍ତି…