Latest Odisha News

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ପ୍ରସ୍ତାବିତ ପ୍ରକଳ୍ପ ଲାଗି ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୧୬.୬୦ କୋଟି ଟଙ୍କା

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ, ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରି ବ୍ଲକ ଏବଂ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକୁ…

କଂଗ୍ରେସ ମିଶ୍ରଣ ପର୍ବ: ଘର ବାହୁଡ଼ିଲେ କାର୍ତ୍ତିକେଶ୍ୱର ଓ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶା କଂଗ୍ରେସ ଭବନରେ ଆଜି କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ମୁଖ୍ୟ ହେବା ପରେ ସଭାପତି ନିରଞ୍ଜନ ପଟ୍ଟନାୟକ ବହୁ ପୁରୁଖା ନେତାଙ୍କୁ ପୁନର୍ବାର ଦଳକୁ ଫେରାଇ ଆଣି କଂଗ୍ରେସକୁ ମଜବୁତ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ଆଜି କଂଗ୍ରେସ ଭବନ ବେଶ୍…

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ୨ ଜଣ ମହିଳା !

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଡ଼ତୁବି ଗ୍ରାମରେ ଏକ କୁମ୍ଭୀର ମୁହଁରୁ ନିଶ୍ଚିତ ମୃତ୍ୟୁମୁଖରୁ ଜଣେ ଯୁବକଙ୍କୁ ବଞ୍ଚାଇଛନ୍ତି ୨ ଜଣ ମହିଳା । ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଥିବା ଯୁବକ କିଣରାମ ମଣ୍ଡଳ ଗ୍ରାମ ନିକଟସ୍ଥ ଏକ ନାଳକୁ ଯାଇଥିବା ବେଳେ ଏକ…

କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ: କଂଗ୍ରେସର ୨୨ ଓ ଜେଡ଼ିଏସ ର ୧୨ ଜଣ ମନ୍ତ୍ରୀ ସାମିଲ

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ୱାମୀ ଆଜି ତାଙ୍କର ମନ୍ତ୍ରୀମଣ୍ଡଳକୁ ପ୍ରଥମଥର ଲାଗି ସମ୍ପ୍ରସାରିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବାର ପ୍ରାୟ ୧୫ ଦିନ ପରେ କଂଗ୍ରେସର ୨୨ ଜଣ ଏବଂ ତାଙ୍କୁ ମିଶାଇ ଜେଡ଼ିଏସର ୧୨ ଜଣ ମନ୍ତ୍ରୀଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ…

ପ୍ରସିଦ୍ଧ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂ ଆଉ ନାହାନ୍ତି

ଭୁବନେଶ୍ୱର : ପ୍ରସିଦ୍ଧ ଓଡ଼ିଆ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂଙ୍କର ଆଜି ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କର ପ୍ରଶଂସକମାନେ ରାଜଧାନୀସ୍ଥିତ ଭିଏସଏସ ନଗରସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଛନ୍ତି । ରସରାଜ ନାମରେ ବିଖ୍ୟାତ ଏହି…

ଜଷ୍ଟିସ ରଘୁବୀର ଦାଶଙ୍କ ଅଧ୍ୟକ୍ଷତାରେ ହେବ ରତ୍ନଭଣ୍ଡାର ଚାବି ହଜିବା ଘଟଣା ତଦନ୍ତ

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ସରକାର ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଆଜି ଜଷ୍ଟିସ ରଘୁବୀର ଦାଶଙ୍କୁ ଏହି କମିଶନର ଅଧ୍ୟକ୍ଷ ଭାବେ ଓଡ଼ିଶା ସରକାର ନିଯୁକ୍ତି ଦେଇଛନ୍ତି ।…

‘ରଜୋ’ ନୁହେଁ ‘ରଜ’: ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜୋର୍ ଧରିଲା

ଭୁବନେଶ୍ୱର : ‘ରଜୋ ନୁହେଁ ରଜ’ ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା । ଓଡ଼ିଆମାନେ ମହାନ ପାରମ୍ପରିକ ପର୍ବ ‘ରଜ’ ଉତ୍ସବ ଆସନ୍ତା ୧୪ ତାରିଖରେ ସମଗ୍ର ଓଡ଼ିଶା ପାଳିବାକୁ ଯାଉଛନ୍ତି । ତେବେ କିଛି ବ୍ୟବସାୟିକ ଗୋଷ୍ଠୀ ଜାଣତରେ ହେଉ ବା ଅଜାଣତରେ ‘ରଜ’ କୁ ତାଙ୍କର ବିଭିନ୍ନ…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ସମ୍ପର୍କରେ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ଅବଶ୍ୟ ଓଡ଼ିଶାରେ ପ୍ରାକ-ମୌସୁମୀ ଜନିତ ବୃଷ୍ଟିପାତ କେତେକ ସ୍ଥାନରେ ଅନୂଭୁତ ହୋଇସାରିଛି । ଭାରତୀୟ ପାଣିପାଗ ସଂସ୍ଥା ସତର୍କ…

କଂଗ୍ରେସର ଚକାଜାମ୍ ସାଧାରଣ ଲୋକଙ୍କ ଗ୍ରହଣୀୟତା ଐତିହାସିକ ସଫଳତା ଆଣିଦେଲା – ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ‘ଆଚ୍ଛେ ଦିନ୍’ର ନାରା ଦେଇ ଦେଶରେ କ୍ଷମତାକୁ ଆସିଥିବା ବିଜେପି ଦଳ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଅହେତୁକ ଭାବରେ ବୃଦ୍ଧି କରିବା ଫଳରେ ଜନସାଧାରଣ ଘୋର ହନ୍ତସନ୍ତ ହେଉଛନ୍ତି । ଅପରପକ୍ଷେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ର ମୂଲ୍ୟ ବୃଦ୍ଧି ଜନସାଧାରଣଙ୍କର ମେରୁହାଡ…

ରତ୍ନଭଣ୍ଡାର ଚାବି ହଜିବା ନେଇ ବିଜେପିର ପ୍ରେସମିଟ୍

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜି ଯାଇନାହିଁ ବରଂ ହଜେଇ ଦିଆଯାଇଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଜଗନ୍ନାଥ ମନ୍ଦିର ଆଇନକୁ ରାଜ୍ୟ ସରକାର ଜାଣିଶୁଣି କଦର୍ଥ କରୁଛନ୍ତି ।…