Latest Odisha News

BREAKING NEWS

ୟୁଏଇରେ ଆୟୋଜିତ ହେବ ଆଇପିଏଲ !

ମୁମ୍ବାଇ:ଆଇସିସି ଟି୨୦ ବିଶ୍ୱକପ ୨୦୨୧କୁ ଘୁଂଚାଇଦେବା ଫଳରେ ଆଇପିଏଲ ସମ୍ଭାବନା ଆଶା ଉଜ୍ଜୀବୀତ ହୋଇଛି । ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ କହିଛନ୍ତି ଖୁବ୍‌ଶୀଘ୍ର ଅନୁମତି ପାଇଁ ସରକାରଙ୍କ ସହ ବୋର୍ଡ କଥା ହେବ । ୧୦ ଦିନ ପରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକ ବସିବ ଏବଂ ଏହାପରେ…

ଜେଲ୍ ଭିତରେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରିଣୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ନଳିନୀ ଶ୍ରୀହରଣ ଜଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନଳିନୀ ଭେଲ୍ଲୋର ଜେଲରେ ଆଜୀବନ ସଜ୍ଜା…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲା ଭେଟେରାନ୍ ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସ୍ୱର୍ଗତଃ ବିଜୟ ମହାନ୍ତିଙ୍କର ପାର୍ଥୀବ ଶରୀର । ଆଜି ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ୱରର ଏକ…

କଟକରେ ୧୩ ଶହ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

କଟକ: କଟକରେ ମଙ୍ଗଳବାର ଦିନ ୮୪ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୩୨୭ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ଲକଡାଉନରେ ପୋଲିସର ମାଡ ଥିଓରୀ: ତଦନ୍ତ ନିର୍ଦ୍ଦେଶ

ଝାରସୁଗୁଡା: ଝାରସୁଗୁଡାରେ ଲକଡାଉନରେ ଘରୁ ବାହାରିଥିବା ଜଣେ ଯୁବକଙ୍କୁ ପୋଲିସ ମାଡ ମାରିବା ଘଟଣାରେ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାରସୁଗୁଡା ଏସପି କହିଛନ୍ତି । ଏସପି ଜାରି କରିଥିବା ପ୍ରେସନୋଟରେ…

ଭୁୁବନେଶ୍ୱରରୁ ବାହାରିଲେ ଆଉ ୨୧ ପଜିଟିଭ, ୪୯ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୨୧ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୪୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ ଜରିଆରେ ସୂଚନା ଦିଆଯାଇଛି…

କରୋନା ପରୀକ୍ଷା ଓ ପରିଚାଳନାକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିଚାଲିଥିବା ବେଳେ ସରକାରଙ୍କ କୋଭିଡ୍ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କଂଗ୍ରେସ କହିଛି, ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାରେ ସମ୍ପୂର୍ଣ୍ଣ ତ୍ରୁଟି ରହିଛି । ଚିକିତ୍ସା ବଦଳରେ ସରକାର କେବଳ ସଚେତନ ଓ କିଟ୍ କିଣାରେ…

ସମ୍ବଲପୁରରେ ୧୦ ଦିନିଆ ସଟଡାଉନ୍ ଘୋଷଣା

ସମ୍ବଲପୁର: ଆସନ୍ତାକାଲି ଠାରୁ ସମ୍ବଲପୁର ଜିଲ୍ଲାକୁ ପ୍ରଶାସନ ପକ୍ଷରୁ ୧୦ ଦିନିଆ ସଟଡାଉନ୍ ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ ଶୁଭମ୍ ସକ୍ସେନା ସୂଚନା ଦେଇ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୨ ତାରିଖ ଠାରୁ ଜୁଲାଇ ୩୧…

ସୁଶାନ୍ତ ସିଂହ ରାଜପୁତଙ୍କୁ ମ୍ୟୁଜିକାଲ୍ ଟ୍ରିବ୍ୟୁଟ୍ ଦେବେ ଏଆର ରେହମାନ

ମୁମ୍ବାଇ: ଆସନ୍ତା ଜୁଲାଇ ୨୨ ତାରିଖରେ ଓସ୍କାର ବିଜେତା ଏଆର ରେହମାନଙ୍କ ସମେତ ବହୁ ବଡବଡ କଳାକାର ସ୍ୱର୍ଗତଃ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମ୍ୟୁଜିକାଲ୍ ଟ୍ରିବ୍ୟୁଟ୍ ଦେବେ । ଏନେଇ ଡିଜନୀ-ହଟଷ୍ଟାର ପକ୍ଷରୁ ଟ୍ୱିଟ୍ କରାଯାଇଛି ।…

ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ଦେହାନ୍ତ

ଗଜପତି: ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ତେଣୁ ବ୍ରହ୍ମପୁର ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ସେ ପାରଳାଖେମୁଣ୍ଡି…