Latest Odisha News

BREAKING NEWS

କରୋନାଭାଇରସ: ଦେଶରେ ୨୪ ଘଣ୍ଟାରେ ୪ ମୃତ, ୯୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ୯୨ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି ଏବଂ ୪ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୋମବାର ଦିନ ସୂଚନା ଦେଇଛନ୍ତି । 92 new cases of #COVID19 & four deaths…

ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି କର: ହାଇକୋର୍ଟ

କଟକ: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟ ରେ ଅଭିଜ୍ଞ ଡାକ୍ତର ନିୟୋଜିତ କରିବାକୁ ହାଇକୋର୍ଟ ଙ୍କ ନିର୍ଦ୍ଧେଶ। କୋରନା ରୋଗୀ ଙ୍କୁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସରଞ୍ଜାମ ଯୋଗାଇବାକୁ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଓ ଡିଏମଇଟି ଙ୍କୁ…

ଗୋଟିଏ ପରିବାରରୁ ୧୩ କରୋନା ପଜିଟିଭ୍‌, ୩୫ ଜଣଙ୍କ ରିପୋର୍ଟ ବାକି

ଉତ୍ତରପ୍ରଦେଶ: କରୋନା ଭାଇରସ କେତେ ସାଂଘାତିକ, ମେରଠରୁ ଏଭଳି ଏକ ଘଟଣା ସାମନାକୁ ଆସିଛି । ଗୋଟିଏ ପରିବାରର ୧୩ ଜଣ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ୫ ଜଣ ସଂକ୍ରମିତ ହୋଇଥିବା ବେଳେ ପରେ ୧୧ ଜଣଙ୍କ ନମୁନା ରିପୋର୍ଟରୁ ୮ ଜଣଙ୍କର ପଜିଟିଭ ଆସିଛି । କୁହାଯାଉଛି ଆଗକୁ ସଂକ୍ରମିତଙ୍କ ସଂଖ୍ୟା…

ମହାରାଷ୍ଟ୍ରରେ ବଢୁଛି କରୋନା; ସଂକ୍ରମିତ ହେଲେ ଗୋଟିଏ ପରିବାରର ୨୫ ସଦସ୍ୟ

ସାଙ୍ଗଲି: ମହାରାଷ୍ଟ୍ରର ସାଙ୍ଗଲିର ଏକ ପରିବାରର ୨୫ ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଅବରୁଦ୍ଧ ହୋଇ ଗୋଟିଏ ଘରେ ୨୫ ଜଣ ସଦସ୍ୟ ରହୁଥିବାରୁ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିଛି ବୋଲି ଜଣେ ଅଧିକାରୀ କହିଛନ୍ତି । ପ୍ରାରମ୍ଭରେ ୪ଜଣ ପରିବାର ସଦସ୍ୟ ମାର୍ଚ୍ଚ ୨୩ରେ ସାଉଦି ଆରବରୁ…

ଫେରିଲା ଶ୍ରୀଜଗନ୍ନାଥଙ୍କ ୧୫୬ କୋଟି ଟଙ୍କା

ପୁରୀ: ୟେସ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବକେୟା ଜମା ଟଙ୍କା । ଦ୍ୱିତୀୟ ପର୍ଯ୍ୟାୟରେ ୧୫୬ କୋଟି ଟଙ୍କା ଶ୍ରୀମନ୍ଦିର ଏସବିଆଇ ଆକାଉଣ୍ଟରେ ଜମା ହୋଇଛି । ସୁଧ ମୂଳ ସହ ମାଚ୍ୟୁରିଟି ପରେ ଫେରିଛି ଟଙ୍କା । ସେହି ଟଙ୍କାକୁ ୬.୦୫ ପ୍ରତିଶତ ସୁଧହାରରେ ବ୍ୟାଙ୍କ ଅଫ୍ ବରୋଦାରେ…

କରୋନା ମୁକାବିଲା: ଗ୍ରାମାଞ୍ଚଳରେ ଖାଦ୍ୟ ବଣ୍ଟନକୁ ତ୍ୱରାନ୍ୱିତ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁୁବନେଶ୍ୱର: ରାଜ୍ୟରେ କୋଭିଡ୍‌-୧୯ ମୁକାବିଲା ଓ ପ୍ରତିଷେଧକମୂଳକ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ଅନ୍ୟ ରାଜ୍ୟରେ ଫସିଥିବା ଓଡିଆ ତଥା ଲକ୍ ଡାଉନ୍‌ରେ ଓଡିଶାରେ ଫସି ରହିଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ସହାୟତା, ରାଜ୍ୟର ବିଭିନ୍ନ…

ପ୍ରତି ୧୫ ମିନିଟରେ ପାଣି ପିଇଲେ ଟଳିବ କି କରୋନା ସଂକ୍ରମଣ ଆଶଙ୍କା ?

ନୂଆଦିଲ୍ଲୀ: କରୋନାଭାଇରସର ଆତଙ୍କକୁ ଦେଖି ଲୋକମାନେ ସଂକ୍ରମଣ ରୋକିବାର ସମସ୍ତ ଉପାୟ ଅବଲମ୍ବନ କରୁଛନ୍ତି । କିଛି ସମୟ ବ୍ୟବଧାନରେ ପାଣି ପିଇଲେ କରୋନାଭାଇରସ ସଂକ୍ରମଣକୁ ରୋକାଯାଇ ପାରିବା ନେଇ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରତି ୧୫ ମିନିଟରେ ପାଣି ପିଇବା ଦ୍ୱାରା ଆମ ଗଳାରେ ଥିବା…

କୋଭିଡ୍‌-୧୯ ଲକ୍‌ଡ଼ାଉନ୍‌: ଟେଲିକମ୍ କର୍ମଚାରୀଙ୍କୁ ପୋଲିସ ନ’ପିଟିବା ଲାଗି କେନ୍ଦ୍ରର ଅନୁରୋଧ

ଭୁବନେଶ୍ୱର: ସାରା ଦେଶରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଲକଡ଼ାଉନ୍ ଚାଲିଥିବା ବେଳେ ଓଡ଼ିଶା ପୋଲିସ ରାଜ୍ୟର କେତେକ ଟେଲିକମ୍ୟୁନିକେସନ କର୍ମଚାରୀଙ୍କୁ ନିର୍ଦ୍ଦୁମ ପିଟିଥିବାର ଅଭିଯୋଗ ଆସିଥିଲା । ଏହାକୁ ଲକ୍ଷ୍ୟ କରି କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଏହି ଷ୍ଟାଫମାନଙ୍କୁ ନପିଟିବାକୁ ଓଡ଼ିଶା…

କରୋନା ସଚେତନତା ଦିଗରେ କାମ କରୁଛନ୍ତି ବିଜ୍ଞାନ ଶିକ୍ଷକ

ବାରିପଦା : କରୋନା ମହାମାରୀର ମୁକାବିଲା କରିବା ପାଇଁ ଏବେ ସମସ୍ତେ ବ୍ୟଗ୍ର । ଖବର କାଗଜ, ଟିଭି, ମୋବାଇଲ ଫୋନ ଏପରିକି ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କ ନିକଟକୁ ସଚେତନର ବାର୍ତ୍ତା ପଠାଯାଉଛି । ଏତେ ସବୁ ପରେ ବି ଆମ ରାଜ୍ୟରେ ଏପରି କେତେକ ଉପାନ୍ତ ତଥା ଅନୁନ୍ନତ ଅଂଚଳ ଅଛି ଯେଉଁଠି…

ଲକଡାଉନ ବେଳେ ଲୋକଙ୍କୁ ମାଡ ମାରି ନିଲମ୍ବିତ ହେଲେ ପୋଲିସ ବାବୁ

ବଲାଙ୍ଗୀର: ସୋମବାର ଦିନ ବଲାଙ୍ଗୀର ଜିଲ୍ଲାର ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ଉପରେ ଲକଡାଉନ ବେଳେ ଲୋକଙ୍କୁ ମାଡ ମାରିଥିବା ଅଭିଯୋଗ ରହିଛି । ମିଳିଥିବା ସୂଚନା ମୁତାବକ, ଟାଉନ ପୋଲିସ ଥାନାର ୨ଜଣ କନେଷ୍ଟବଳ ସୂର୍ଯ୍ୟକାନ୍ତ ସାମନ୍ତରାୟ ଓ ପ୍ରଦ୍ୟୁମ୍ନ ସାମଲ…