Latest Odisha News

BREAKING NEWS

ବନ୍ଦ ହେଲା ଅଲିମ୍ପିକ ମଶାଲ ରିଲେ

ଟୋକିଓ: ଶେଷର ଅଲିମ୍ପିକ ମଶାଲ ରିଲେ ଅଟକିଲା । ଗୁରୁବାରଠାରୁ ଏହା ଆରମ୍ଭ ହେବାର ଥିଲା । ମାତ୍ର ଅଲିମ୍ପିକ ଘୁଂଚିବା ପରେ ଏହାର ଏବେ ଜରୁରୀ ନାହିଁ ବୋଲି ଦର୍ଶାଇ ରିଲେକୁ ବନ୍ଦ କରାଯାଇଛି । ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଏହାର…

ସଚିନ ରାଗିଲେ: ଲକ୍‌ଡାଉନ ପାଳନ କର, ମଉଜ କର ନାହିଁ

ନୂଆଦିଲ୍ଲୀ: ଲକଡାଉନକୁ ଗୁରୁତ୍ୱ ଭାବେ ନେଉ ନ ଥିବା ଲୋକମାନଙ୍କ ଉପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବିରକ୍ତ ହୋଇଛନ୍ତି । ଆପଣମାନେ କରୋନା ମାହାମାରୀରୁ ପ୍ରଭାବକୁ ଚିନ୍ତା କରିପାରୁ ନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ସତ୍ୱେ ଆପଣମାନେ ବାହାରକୁ ବାହାରିବା ସହ ମଉଜ କରୁଛନ୍ତି ।…

କମଳନାଥଙ୍କ ପ୍ରେସ୍ ମିଟରେ ଯୋଗ ଦେଇଥିବା ସାମ୍ବାଦିକ କରୋନା ଭାଇରସରେ ଆକ୍ରାନ୍ତ

ଭୋପାଲ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କମଳନାଥ ଆୟୋଜନ କରିଥିବା ପ୍ରେସ୍ ମିଟରେ ଯୋଗଦେଇଥିବା ଜଣେ ସାମ୍ବାଦିକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ଉକ୍ତ ସାମ୍ବାଦିକଙ୍କ ଝିଅ ମଧ୍ୟ କୋଭିଡ୍-୧୯ ଭାଇରସରେ ଆକ୍ରାନ୍ତ ହୋଇଥିଲେ। ସେ ଯାହା ସଂସ୍ପର୍ଶରେ…

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ମୋସନ ପୋଷ୍ଟର ରିଲିଜ

ଚାରିଆଡେ କରୋନାକୁ ନେଇ ଭୟଭୀତ ଅବସ୍ଥା ଥିବା ବେଳେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର’ର ମୋସନ ପୋଷ୍ଟର ଆଜି ରିଲିଜ ହୋଇଛି । ଏହି ଫିଲ୍ମରେ ‘ଆର୍‌ଆର୍‌ଆର’କୁ ରାଇଜ, ରୋର୍‌, ରିଭୋଲ୍ଟ ବୋଲି ଦର୍ଶାଯାଇଛି । ଏସ୍‌. ଏସ୍‌. ରାଜାମୌଲି ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ…

ଲକ୍‌-ଡାଉନ୍ ନିର୍ଦ୍ଦେଶ ଭାଙ୍ଗି ଗିରଫ ଆତ୍ମଘୋଷିତ ଗୁରୁମା !

ଦେଓରିଆ(ୟୁପି): ସରକାରଙ୍କ ଲକ୍‌-ଡାଉନ୍ ନିର୍ଦ୍ଦେଶ ଭାଙ୍ଗି ପୋଲିସ ହାତରେ ଗିରଫ ଆତ୍ମଘୋଷିତ ଗୁରୁମା । ଦେଓରିଆ(ୟୁ.ପି)ରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । A perspective on how tough it is for @Uppolice to enforce…

ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ମଙ୍ଗଳବାର ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବୁଧବାର ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ୯୭ ବର୍ଷୀୟ…

କରୋନାଭାଇରସ୍ ପ୍ରଭାବ: ଭିଡିଓ କଲିଂରେ ବିବାହ

ବିିହାର: କରୋନାଭାଇରସ୍ ଭୟରେ ବିହାରରେ ଭିଡିଓ କଲିଂ ବିବାହ । ସୋସିଆଲ୍ ମିଡିଆରେ ଏହି ବିବାହର(ନିକାହ) ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ନୋଭେଲ କରୋନାଭାଇରସ୍ ଆତଙ୍କରେ ସାରା ଦେଶରେ ଜାରି ହୋଇଛି ଲକ୍‌-ଡାଉନ୍ ନିର୍ଦ୍ଦେଶ । ଏପରି ସ୍ଥିତିରେ ବିହାରରେ ହୋଇଥିବା ଏହି ଭିଡିଓ କଲିଂ…

ଚୀନ୍‌ର ଉହାନରୁ ଉଠିଲା ଲକ୍ ଡାଉନ୍‌, ଗଡିଲା ବସ୍‌

ଉହାନ: ପ୍ରାୟ ୪ ମାସ ପରେ ଉଠିଲା ଲକ୍ ଡାଉନ । କୋହଲା ହେଲା କଟକଣା । ରାସ୍ତାରେ ଗଡିଲା ବସ୍ । କରୋନାର କେନ୍ଦ୍ର ସ୍ଥଳ ଚୀନ୍‌ର ଉହାନରେ ଆଜି ସ୍ଥିତି ସ୍ୱାଭାବିକ ହୋଇଛି । ପ୍ରାୟ ୩ ମାସ ହେବ ଜାରି ଅବରୋଧ ହଟାଇବା ପାଇଁ ମଙ୍ଗଳବାର ନିଷ୍ପତି ନିଆଯାଇଥିଲା । ଏହାପରେ ବୁଧବାର ଅର୍ଥାତ ଆଜି…

କୋଭିଡ-୧୯ ଲକଡାଉନ: ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ କେଉଁ ଦେଶରେ କ’ଣ ଦଣ୍ଡ ବ୍ୟବସ୍ଥା ରହିଛି, ଜାଣନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ ମହାମାରୀକୁ ଭାରତରେ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଭାରତରେ ଥିବା ନିୟମ ଓ ଦଣ୍ଡ ବ୍ୟବସ୍ଥା କଡାକଡି ନଥିବାରୁ ଲୋକମାନେ ନିୟମ ଉଲ୍ଲଙ୍ଘନ କରି ଚାଲିଛନ୍ତି । କିନ୍ତୁ ଦୁନିଆର ଏମିତି କିଛି ଦେଶରେ…

କରୋନା ଭୂତାଣୁରେ ଆକ୍ରାନ୍ତ ହେଲେ ପ୍ରିନ୍ସ ଚାର୍ଲସ; ନମୂନା ପରୀକ୍ଷାରେ ପଜିଟିଭ୍ ଚିହ୍ନଟ !

ଲଣ୍ଡନ: ମରଣାନ୍ତକ କରୋନା ଭୂତାଣୁ ସାମ୍ନାରେ ନା ଧନୀ ନା ଗରିବ ନା ପ୍ରଜା ନା ରାଜା ସମସ୍ତେ ସମାନ । ଏହି କଥାଟି ସତ୍ୟ ସାବ୍ୟସ୍ତ ହୋଇଛି ଯେତେବେଳେ ବ୍ରିଟେନ ପ୍ରିନ୍ସ ଚାର୍ଲସଙ୍କୁ କରୋନା ଭୂତାଣୁ ସଂକ୍ରମଣ ହୋଇଥିବାର ଖବର ପ୍ରଚାରିତ ହେଲା । ଏହି ଖବର ଏବେ ସାରା ୟୁରୋପରେ ଚର୍ଚ୍ଚାର ବିଷୟ…