Latest Odisha News

BREAKING NEWS

ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନାକୁ ପରାସ୍ତ କଲେ ୯୬ ଓ ୮୮ ବର୍ଷର ଦମ୍ପତି 

ଭୁବନେଶ୍ୱର: ଏକା ସଂଗେ କରୋନା ସଂକ୍ରମିତ ହେଲେ, ଏକା ସଂଗେ ଏହି ମହାମାରୀକୁ ପରାସ୍ତ ମଧ୍ୟ କଲେ ବୟୋଜ୍ୟେଷ୍ଠ ଦମ୍ପତି । ୯୬ ଓ ୮୮ ବର୍ଷର ଦମ୍ପତି ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮ ବର୍ଷୀୟା ଶକୁନ୍ତଳା ପରିଡା ଏକା…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ ମାମଲା; ଆଜି ୫୨ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ କମୁଥିବା ବେଳେ ଆଜି  ୫୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୩୦ ହଜାର ୧୭୯ରେ ପହଞ୍ଚିଛି । https://twitter.com/bmcbbsr/status/1328296669427888129?s=19 ଭୁବନେଶ୍ୱର ମହାନଗର ନିଗମ…

ବିହାରରେ ନୀତିଶଙ୍କ ସପ୍ତମ ଇନିଂସ ଆରମ୍ଭ

ବିହାର: ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ଆଜି ରାଜଭବନରେ ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।  ଏଥିସହ ଉଭୟ ଜେଡିୟୁ ଓ ବିଜେପିର ୧୪ ଜଣ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ନୀତୀଶ କୁମାରଙ୍କ ଟିମ୍‌ରେ…

ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ମିଳିବ ନୋବେଲ୍‌ ସମ୍ମାନ

ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ କରୋନା ଅବଧିରେ ଶାନ୍ତି ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ ହେବ। କରୋନା ମହାମାରୀ ସମୟରେ ଏହି ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଗିନିଜ ୱାର୍ଲଡ୍‌ ରେକର୍ଡ ଅନୁଯାୟୀ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ହେଉଛି…

ବ୍ୟବସାୟ କରିବାକୁ ଚାହୁଁଛନ୍ତି କି? ନିଅନ୍ତୁ ସରକାରଙ୍କ ଏହି ଯୋଜନାର ସୁଯୋଗ; ପାଇପାରିବେ ୧୦ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଚଳିତ ବର୍ଷ ଅନେକ ଲୋକ ନିଜ ଜୀବିକା ହରାଇଛନ୍ତି। ଆହୁରି ମଧ୍ୟ ଅନେକ ଲୋକ ବେରୋଜଗାର ହୋଇଛନ୍ତି। ସାମ୍ପ୍ରତିକ ସମୟରେ, ଲୋକଙ୍କ ଜୀବନ ଧୀରେ ଧୀରେ ଟ୍ରାକକୁ ଫେରି ଆସୁଛି। ଏହି ସମୟରେ, ଲୋକମାନେ ବର୍ତ୍ତମାନ ପୁନର୍ବାର କାମ ଆରମ୍ଭ କରିବାକୁ ଚାହୁଁଛନ୍ତି।…

ହସ୍ପିଟାଲରେ ଭର୍ତ୍ତି ହେଲେ ବିଧାୟକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ପାଟନାର ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅସୁସ୍ଥତାର କାରଣ ଜଣାପଡିନଥିବା ବେଳେ ନିକଟ ଅତୀତରେ ସରିଥିବା ବାଲେଶ୍ୱର ସଦର ବିଧାନସଭା ଉପ-ନିର୍ବାଚନରେ ସେ…

ଗଣଆନ୍ଦୋଳନର ମାର୍ଗଦର୍ଶନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ବର୍ଷବର୍ଷ ଧରି ଅନେକ ଆନ୍ଦୋଳନ ସତ୍ୱେ କାହିଁକି ବିପ୍ଳବର ବ୍ୟର୍ଥତା, କାହିଁକି ଆନ୍ଦୋଳନଗୁଡିକର ମରୀଚିକା ଆଡକୁ ମହାଯାତ୍ରା, କାହିଁକି ଅନ୍ଧାରୀ ଶାସନକୁ ମୁକାବିଲା କରି ହେଉନି ? ଏଇସବୁ ପ୍ରଶ୍ନ ଏବେବି ମନରେ ଖେଳିବୁଲୁଛି । ଆନ୍ଦୋଳନ…

ହତ୍ୟା ମାମଲା ରୁଜୁ ପରେ ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ସୋମବାର ଦିନ ଓଡ଼ିଶା ସରକାର ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସେକ୍ରେଟାରୀ ଭାବେ ବଦଳି କରିଛନ୍ତି। ଶ୍ରୀ ଅଗ୍ରୱାଲଙ୍କ ସ୍ଥାନରେ ମାଲକାନଗିରି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ୨୦୧୪ ବ୍ୟାଚର ଆଇଏଏସ୍ ଅଫିସର ୟେଦୁଲା ବିଜୟ।…

ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିରରେ ଆଜି ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଯାଇଛି। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଥିଲା। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉ ଥିବାବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ।…

ଡିଜିଟାଲ୍‌ ମଞ୍ଚରୁ ମାରୁତିକୁ ବଡ଼ ଫାଇଦା; ଅନ୍‌ଲାଇନ୍‌ରେ ବିକ୍ରି ହେଲା ୨ ଲକ୍ଷରୁ ଅଧିକ କାର୍‌

ନୂଆଦିଲ୍ଲୀ: ଦେଶର ବୃହତ୍ତମ କାର କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମଏସଆଇ) ଅନଲାଇନରେ ଦୁଇ ଲକ୍ଷରୁ ଅଧିକ କାର ବିକ୍ରି କରିଛି। ସୋମବାର କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମ୍ପାନୀ ଦୁଇ ବର୍ଷ ପୂର୍ବେ ଏହାର ଅନଲାଇନ୍ ବିକ୍ରୟ ପ୍ଲାଟଫର୍ମ ଆରମ୍ଭ କରିଥିଲା। ଏହି ଡିଜିଟାଲ୍…