Latest Odisha News

BREAKING NEWS

ସିଏମ୍‌ସି ଅଫିସ୍‌କୁ ୧୫ ଦିନ ଯାଏଁ ଲୋକଙ୍କୁ ମନା

କଟକ: ଆସନ୍ତା ୧୫ ଦିନ ଯାଏଁ କଟକ ମହାନଗର ନିଗମ ତଥା ସିଏମ୍‌ସି କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ମନା । ଏନେଇ କଟକଣା ଜାରି ହୋଇଛି । ସିଏମ୍‌ସି କଣ୍ଟ୍ରୋଲ ରୁମର ଜଣେ ଡାକ୍ତର ପଜିଟିଭ ଚିହ୍ନଟ ହେବା ପରେ ସିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସମୟରେ ସିଏମ୍‌ସିର…

ଚୀନର ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କଲେ ଭାରତୀୟ ସେନା: ସର୍ଭେଲାନ୍ସ ସିଷ୍ଟମ, କ୍ୟାମେରା ଭାଙ୍ଗିଲେ

ଲଦାଖ: ଚୀନକୁ ମଙ୍ଗଳବାର ଭାରତୀୟ ସେନା ଆଉ ଏକ ଝଟକା ଦେଇଛନ୍ତି । ଏଲଏସିରେ ଚୀନ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲା । ଏହାର ଖବର ପାଇବା ସେନା ଆଲର୍ଟରେ ରହିଥିଲା । ସୀମାରେ ପଂହଚିବା ପରେ ଭାରତୀୟ ସେନା ଚୀନର ସର୍ଭେଲାନ୍ସ ସିଷ୍ଟମ ଓ କ୍ୟାମେରା ଭାଙ୍ଗିବା ସହ ସେଠାରୁ ଘଉଡାଇ ଦେଇଥିଲା…

ସ୍କୁଲ ଫି’ ବୃଦ୍ଧିର ଆପୋସ ସମାଧାନ କର: ହାଇକୋର୍ଟ

କଟକ: ହାଇକୋର୍ଟରେ ପହଂଚିଛି ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲା । ସମସ୍ତ ପକ୍ଷଙ୍କୁ ନେଇ ବୈଠକ କରିବା ଲାଗି ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଭାବକ ମହାସଂଘ, ଶିକ୍ଷକ ସଂଘ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ବୈଠକରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପୋସ ମାଧାନରେ ସୂତ୍ର…

ମାସେ ଯାଏଁ ପୁରୀ ସ୍ୱର୍ଗଦ୍ୱାରକୁ ବାହାର ଲୋକଙ୍କୁ ପ୍ରବେଶ ମନା

ପୁରୀ: ପୁଣି ବଢ଼ିଲା ପୁରୀ ସ୍ୱର୍ଗଦ୍ୱାର କଟକଣା । ସ୍ୱର୍ଗଦାରରେ ଦାହ ସଂସ୍କରଣ କଟକଣାକୁ ବୃଦ୍ଧି କରାଯାଇଛି । ପୁଣି ଆଉ ମାସେ ଅର୍ଥାତ ସେପ୍ଟେମ୍ବର ୩୦ ଯାଏଁ ଏହି କଟକଣାକୁ ବଢ଼ାଇଛନ୍ତି ଜିଲ୍ଳାପାଳ । ପୁରୀ ଜିଲ୍ଲା ବାହାର ଲୋକଙ୍କୁ ଶବ ସଂସ୍କାର କରିବାକୁ ଅନୁମତି ମିଳିବ ନାହିଁ । କେବଳ ପୁରୀ…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ପରିବାର ସପକ୍ଷରେ ନ୍ୟାୟ ମାଗିଲେ କ୍ରିକେଟର ରାଇନା

ମୋହାଲୀ:ହଠାତ୍ ଆଇପିଏଲ ଛାଡି ଭାରତ ଫେରିଥିବା କ୍ରିକେଟର ସୁରେଶ ରାଇନା ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ରାଇନାଙ୍କ ପିଉସୀ ନାନୀ ଓ ତାଙ୍କ ପରିବାରବର୍ଗଙ୍କ ଉପରେ କେତେକ ଦୁବୃତ ଆକ୍ରମଣ କରିଥିଲେ । ଏଥିରେ ପିଉସା ଓ ତାଙ୍କର ଜଣେ ପୁଅ ମୃତ୍ୟୁବରଣ କରିଛନ୍ତି । ପିଉସୀଙ୍କ ଜୀବନ ମଧ୍ୟ…

ଏଣିକି ୮ଟି ରୁଟ୍‌ରେ ପ୍ରତିଦିନ ଚାଲିବ ‘ମୋ ବସ୍‌’

ଭୁବନେଶ୍ୱର: ଏଣିକି ସପ୍ତାହର ୭ ଦିନ ଚାଲିବ ‘ମୋ ବସ୍‌’ । ଅଧିକ ଡିମାଣ୍ଡ ଥିବା ଯୋଗୁଁ ଏବେ ୮ଟି ରୁଟ୍‌ରେ ‘ମୋ ବସ୍‌’ ଚାଲିବ । ରୁଟ୍ ନମ୍ବର ୧୧, ୧୬, ୧୮, ୨୦, ୨୩, ୨୪, ୨୫ ଓ ୩୩ରେ ‘ମୋ ବସ୍‌’ ଗଡିବ । ଏନେଇ କ୍ରୁଟ୍ ତଥା ଓଏସ୍‌ଆର୍‌ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା…

ପାଣିରେ ବୁଡି ୩ ନାବାଳିକାଙ୍କ ସଲିଳ ସମାଧି

ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ଦେଓଗଞ୍ଜ ଗ୍ରାମରେ ମଙ୍ଗଳବାର ଦିନ ଏକ ଅଭାବନୀୟ ନଜରକୁ ଆସିଛି । ଗ୍ରାମ ନିକଟ ଏକ ପୋଖରୀରେ ବୁଡି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି । ଏଯାବତ୍ ମୃତକ ମାନଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁଯାୟୀ ୩ ଜଣ ଯାକ ପିଜୁଳି ଖାଇବାକୁ…

ବଗଲା ବିବାଦକୁ ନେଇ ବର୍ଷିଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ବଗଲା ଧର୍ମଶାଳା ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଏବେ ଓଟିଡିସି ଓ ଆଟିଡିସିର ଚିଠିକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଏହି ଚିଠିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର। ସମ୍ବିତ ପାତ୍ରଙ୍କ ଅଭିଯୋଗ…

ପଞ୍ଚତତ୍ତ୍ୱରେ ବିଲିନ ହେଲା ପ୍ରଣବ ମୁଖାର୍ଜିଙ୍କ ପାର୍ଥୀବ ଶରୀର

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ଶେଷକୃତ୍ୟ ମଙ୍ଗଳବାର ଦିନ ଦିଲ୍ଲୀ ସ୍ଥିତ ଲୋଧି ରୋଡ୍ ଶ୍ମଶାନ ଘାଟରେ ସଂପନ୍ନ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହିତ ତାଙ୍କୁ ବିଦାୟ ଦିଆଯାଇଥିବା ବେଳେ ପୁଅ ଅଭିଜିତ୍ ମୁଖାଗ୍ନି ଦେଇଥିଲେ ।…

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ, ସାଇକୋ ଲେଡି ଉପରେ ସନ୍ଦେହ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ । ଏବେ ତାଙ୍କ ମୃତ୍ୟୁ ମାମଲାରେ ଜଣେ ସାଇକୋ ଲେଡିଙ୍କ କଥା ସାମ୍ନାକୁ ଆସିଛି । ଆଦିତ୍ୟଙ୍କ ବାପା ସାଇକୋ ଲେଡି ଉପରେ ସନ୍ଦେହ କରୁଛନ୍ତି । ସେ କହିଛନ୍ତି, ଜଣେ ଯୁବତୀ ଆଦିତ୍ୟଙ୍କୁ ବାହାଘର ପୂର୍ବରୁ…