Latest Odisha News

BREAKING NEWS

ଆତ୍ମହତ୍ୟା ପୂର୍ବରୁ ଭିଡିଓ ରେକର୍ଡିଂ କଲେ ପୁଣି ଜଣେ ଯୁବକ

ଟିଟଲାଗଡ: ଗତ ଜାନୁଆରୀ ୧୮ ତାରିଖ ଦିନ ଟିଟଲାଗଡ ରେଳ ଷ୍ଟେସନରେ ଜଣେ ଯୁବକ ଆତ୍ମହତ୍ୟା କରୁଥିବା ଘଟଣାର ଭିଡିଓ ବୁଧବାର ଦିନ ଭାଇରାଲ ହୋଇଛି । ଉକ୍ତ ଭିଡିଓରେ ପ୍ରତାପ ବାରିକ ନାମକ ଜନୈକ ଯୁବକ ଅନଲାଇନ୍ ଦ୍ୱାରା ତାଙ୍କର ୭୦ ହଜାର ଟଙ୍କା ଠକେଇ ହୋଇଥିବା ନେଇ କହିଥିଲେ । ଆହୁରି ମଧ୍ୟ…

ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ୪ର୍ଥ ସର୍ବଭାରତୀୟ ମହିଳା ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ଅଲ ଲଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ କଲିକତାର ରାମଲିଲା ପାର୍କ ଠାରେ ବିଶାଳ ୪ର୍ଥ ସର୍ବଭାରତୀୟ ମହିଳା ସମ୍ମିଳନୀ ମଙ୍ଗଳବାର ଦିନ ପ୍ରକାଶ୍ୟ ଅଧିବେଶନ ମଧ୍ୟଦେଇ ଉଦଘାଟିତ ହୋଇ ଯାଇଛି । ଭାରତବର୍ଷର ବିଶିଷ୍ଟ ନାରୀ ନେତ୍ରୀ ମେଧା ପାଟକର ଏହି ସମ୍ମିଳନୀକୁ ଉଦଘାଟନ…

ବିମାନ କମ୍ପାନୀଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ:୧୩ ନୂଆ ବିମାନ ଚଳାଚଳ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଙ୍ଗାପୁର, ଦୁବାଇ ଓ ଆବୁଧାବି ସମତେ ୧୩ଟି ସ୍ଥାନକୁ ଉଡିବ ବିମାନ । ଏନେଇ ରାଜ୍ୟ ସରକାରଙ୍କ ସହ ବିମାନ କମ୍ପାନୀଙ୍କ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତାବ ଦିଆଯାଇଛି । ଆନ୍ତର୍ଜାତୀୟ ବିମାନର ଇନ୍ଧନ ଭାଟରେ କୌଣସି ପ୍ରକାର ରିହାତି ମିଳିବ ନାହିଁ । କିନ୍ତୁ…

ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପ୍ରାପ୍ତ କଲେ ଓଡ଼ିଆ ପୁଅ ୟଶ ମିଶ୍ର

ଭୁବନେଶ୍ୱର/ନୂଆଦିଲ୍ଲୀ: ଜାତୀୟ ସ୍ତରରେ ଓଡ଼ିଶାର ମାନ ବଢ଼ାଇଛନ୍ତି ଆଉ ଜଣେ ଓଡ଼ିଆ ପୁଅ । ଭୁବନେଶ୍ୱର ଅଞ୍ଚଳର ୟଶ ବୁଧବାର ଦିନ ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରାପ୍ତ କରିଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର…

ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ

ୟୁପି: ପୋଲିସର ଦାଦାଗିରି । ସାଧାରଣ ଜନତାଙ୍କ ଉପରେ ଖାକି ବର୍ଦ୍ଦିର ଥାର୍ଡ ଡିଗ୍ରୀ । ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ । ଏତିକିରେ ବି ସୁଝିଲାନି ରାଗ । ଶେଷରେ ଦୋକାନ ବଜାର ଭଙ୍ଗାରୁଜା କରିବା ସହ ଜୋର ଜବରଦସ୍ତ ବନ୍ଦ କରିଦେଲା । ଏଭଳି କିଛି ଘଟଣା ଘଟିଛି ଉତରପ୍ରଦେଶର ଇଟାୱା…

ପୃଥିବୀର ଏହିସବୁ ସବୁ ଦେଶ, ଯେଉଁଠି ଭାରତୀୟ ମୁଦ୍ରାର ମୂଲ୍ୟ ୧୦୦ ଗୁଣ ଅଧିକ !

ଭୁବନେଶ୍ୱର: ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ହ୍ରାସ ପାଉଥିବା ବେଳେ ଆପଣଙ୍କୁ ଯଦି କୁହାଯିବ ଏପରି ଏକ ସ୍ଥାନ ଯେଉଁଠି ଟଙ୍କାର ମୂଲ୍ୟ ୧୦୦ ଗୁଣ ଅଧିକ ବୋଲି। କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ । ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ଦୁନିଆରେ ଏମିତି ଅନେକ ଦେଶ ରହିଛି…

କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ: ଦିଲ୍ଳୀ ପାଇଁ ଭୋଟ ମାଗିବେ ସିଦ୍ଧୁ

ନୂଆଦିଲ୍ଲୀ: ଦିଲ୍ଳୀବାସୀଙ୍କୁ ଭୋଟ ମାଗିବେ କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁ । ଭୋଟରଙ୍କୁ କରିବେ ଆକୃଷ୍ଟ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସେ ଏଥର ଘର ଘର ବୁଲି ପ୍ରଚାର କରିବେ । ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି । ଏହି…

ସାକାର ହେଲା ସ୍ୱପ୍ନ: ଆକାଶରେ ଉଡିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସାକାର ହେଲା ସ୍ୱପ୍ନ, ଆକାଶରେ ଉଡିଲେ ଦିବ୍ୟାଙ୍ଗ । ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ୪୮ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉଡାଣ ଭରିଛନ୍ତି । ଆଲିଆନ୍ସ ଏୟାର ପକ୍ଷରୁ ସ୍ୱତନ୍ତ୍ର ବିମାନରେ ସେମାନେ ଉଡାଣ ଭରିଛନ୍ତି । ଏହି ୪୮ ଜଣଙ୍କ ମଧ୍ୟରେ ଅଛନ୍ତି ଦିବ୍ୟାଙ୍ଗ, ଆଦିବାସୀ ଓ…

ଓଡ଼ିଶା ଆସିବ ‘ଡାକୋଟା’; ଏଏଆଇଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ଖୁବ୍‌ଶୀଘ୍ର ଓଡ଼ିଶା ଫେରିବ ସ୍ୱର୍ଗତ ବିଜୁ ବାବୁଙ୍କ ସାହସ ଓ ବୀରତ୍ୱର ଗାଥା ବହନ କରୁଥିବା ଡାକୋଟା ବିମାନ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏଏଆଇକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଗତ ୧୬ରେ ଏନେଇ ଲୋକସଭା ଭବନରେ ବୈଠକ ମଧ୍ୟ ହୋଇଥିଲା । ଏହି ବିମାନଟି ଏବେ…

‘ସିଏଏ’ ଉପରେ ଲାଗିବନି ରୋକ: ୪ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଳୀ: ନାଗରିକତା ସଂଶୋଧନ ଆଇନ ଉପରେ ଲାଗିବନି ରୋକ । ଆଜି ସୁପ୍ରିମକୋର୍ଟ ସିଏଏ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାଖଲ ହୋଇଥିବା ୧୪୪ ଆବେଦନର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ନାଗରିକତା ସଂଶୋଧନ ଆଇନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ୧୪୪ଟି ଆବେଦନ ହୋଇଥିଲା…