Latest Odisha News

BREAKING NEWS

ନିଜାମୁଦ୍ଦିନ୍ ମର୍କଜ ସମାବେଶରୁ ଓଡିଶା ଆସିଥିବା ୨୮ ମଧ୍ୟରୁ ୩ କରୋନା ପଜିଟିଭ୍

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ହୋଇଥିବା ତବ୍‌ଲିଘି ଜମାତ୍ ସମାବେଶରେ ଯୋଗଦେଇ ଓଡିଶା ଆସିଥିବା ୨୮ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ କୋଭିଡ୍‌୧୯ ନମୁନା କରୋନା ପଜିଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…

କରୋନାଭାଇରସ ଆତଙ୍କ: ଏପ୍ରିଲ୍ ୩୦ ଯାଏଁ ଏୟାର ଇଣ୍ଡିଆର ବୁକିଂ ବନ୍ଦ

ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ଲାଗି ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଜାରି ରହିଛି । ଏଭଳି ସ୍ଥଳେ ଆସନ୍ତା ଏପ୍ରିଲ୍ ୩୦ ତାରିଖ ଯାଏଁ ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ ପକ୍ଷରୁ ବୁକିଂ ବନ୍ଦ କରାଯିବ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଆଗାମୀ ଏପ୍ରିଲ୍ ୧୪ ତାରିଖରେ…

ଆମେରିକା ଓ ଫ୍ରାନ୍ସରେ ସ୍ଥିତି ବେହାଲ; କରୋନା ସଂକ୍ରମଣରେ ଦିନକରେ ହଜାରେ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାର ପ୍ରଭାବ ଚୀନ ପରେ ଆମେରିକା ଓ ଫ୍ରାନ୍ସରେ ପଡିଥିବା ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନାଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୪୮୦ ଓ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୪-୪-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଅପ୍ରେଲ  ତା ୪ ରିଖ ଶନିବାର ମୀନ ୨୨ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର   ଘାତ ବାର: ବୃଷ,ସିଂହ ଓ କନ୍ୟା ରାଶିର ଆଜି: ଶିମ୍ବ ଖାଇବା ନିଷେଧ…

ଭାରତରେ ଦ୍ରୁତ ଗତିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୬୨ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଏହି ସଂଖ୍ୟା ୨୫୦୦ରୁ ଅଧିକ ଟପିଛି ବୋଲି କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ କରୋନାଭାଇରସ ସଂକ୍ରମଣରେ ଦେଶରେ ୬୨ ଜଣ…

ଗୋଟିଏ ଦିନରେ ଓଡିଶାରେ ୧୫ ନୂଆ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୨୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇ ୨୦ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଗୋଟିଏ ଦିନରେ ୧୫ ଜଣ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୦ ଜଣ ଭୁବନେଶ୍ୱରରୁ ହୋଇଥିବା ବେଳେ…

ଘରେ ରୁହନ୍ତୁ, କରୋନା ସଂକ୍ରମଣ ରୋକିବାରେ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଓଡ଼ିଶାରେ ଏବେ ଲକ୍‌ଡାଉନ୍ ଜାରି ରହିଛି । ରାଜ୍ୟବାସୀ ଏହି ଲକ୍‌ଡାଉନକୁ ମାନି ସରକାରଙ୍କୁ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । #Odisha Government has announced complete shut…

କୋଭିଡ-୧୯; ଗୃହ ମନ୍ତ୍ରାଳୟ ଦେଲା ୧୧୦୯୨ କୋଟି !

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ କରୋନା ମୁକାବିଲା ପାଇଁ ସମସ୍ତ ରାଜ୍ୟ ବାବଦରେ ୧୧ହଜାର ୯୨କୋଟିି ଟଙ୍କା ଅନୁମୋଦନ କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପରିଚାଳନା ପାଣ୍ଠି (SDRMF) ଅଧିନରେ ଅନୁମୋଦିତ ହୋଇଥିବା ଏହି ରାଶି ସାମୁହିକ ସଙ୍ଗରୋଧ ବ୍ୟବସ୍ଥା ଓ…

ଭୁବନେଶ୍ୱରରେ ଆଉ ତିନି କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀର ବମିଖାଲ ଅଂଚଳରେ ତିନି ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ସହିତ ଓଡିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ…

ନିଜାମୁଦ୍ଦିନ୍ ତବଲିଘି ଜମାତ୍ ସମାବେଶରେ ଯୋଗ ଦେଇଥିଲେ ଓଡିଶାର ଷଷ୍ଠ କରୋନା ପଜିଟିଭ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ଷଷ୍ଠ କରୋନା ପଜିଟିଭ ରୋଗୀ ମାର୍ଚ୍ଚ ମାସରେ ଆୟୋଜିତ ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ଆୟୋଜିତ ତବଲିଘି ଜମାତ ସମାବେଶରେ ଯୋଗ ଦେଇ ଫେରିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ସୂଚନା ଦେଇ ଓଡିଶା ସରକାରଙ୍କ କୋଭିଡ୧୯ ମୁଖପାତ୍ର ସୁବ୍ରତ…