Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦ୍ୱିପ୍ରହରରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ଜୁନ୍ ୧୧ ତାରିଖରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଜ୍ୟର ସ୍ୱାର୍ଥ ସମ୍ବଳିତ ଦାବି ତଥା…

ଟସରେ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଓଭାଲ: ଆଜି ସ୍ଥାନୀୟ ଓଭାଲଠାରେ ଅନୁଷ୍ଠିତ ହେଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ମ୍ୟାଚର ସବୁଠୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ । ପ୍ରଥମେ ଟସରେ ଜିତି ଭାରତୀୟ କପ୍ତାନ ବିରାଟ କୋହଲୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟିମ୍ ଇଣ୍ଡିଆ ଓପନର୍ ରୋହିତ…

ପୁରୀ ଲାଗି ‘ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍’ !

ଭୁବନେଶ୍ୱର/ପୁରୀ : ଓଡିଶାର ୨ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଦୁହେଁ ଶନିବାର ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଗସ୍ତରେ ଆସିଥିଲେ । ପରେ ବାତ୍ୟାରେ ପ୍ରଭାବିତ ପୁରୀ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ଲାଗି…

ବାଲିଅନ୍ତା ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ବଡଭାଇ ଗିରଫ

ଭୁବନେଶ୍ୱର : ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାଇ ସ୍ରଷ୍ଟା ରାଉତରାୟ ଓରଫ୍ ମାମୁନ ରବିବାର ଦିନ ଆତ୍ମସମର୍ପଣ କରିବା ପରେ ପୋଲିସ ତାକୁ ଗିରଫ କରିଛି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଅତଳାଗଡ଼ ନିକଟରେ ଶୁକ୍ରବାର ଦିନ କୌଣସି କାରଣବଶତଃ ସ୍ରଷ୍ଟା ନିଜ…

ଢେଙ୍କାନାଳ: ରାଇସ୍ ମିଲ୍ କାନ୍ଥ ଧସି ୪ ମୃତ ଓ ୫ଜଣ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳର ଅଳସୁଆ ହାଟ ନିକଟରେ ରବିବାର ସକାଳେ ଏକ ରାଇସ୍ ମିଲ୍ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୪ଜଣଙ୍କ ମୃତ୍ୟୁ ଘଟିବା ସହ ୫ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହି ଘଟଣା ଆଜି ସକାଳ ୭ଟା ବେଳେ ଘଟିଥିବା ବେଳେ ହାଟରେ ଉପସ୍ଥିତ ଥିବା କିଛି ବେପାରୀ ଓ ଆଉ କିଛି…

ଆଜି କିଏ ଜିତିବ ବଡ଼ ମ୍ୟାଚ୍ ? ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କଡ୍ଡା ଟକ୍କର୍

ଇଂଲଣ୍ଡରେ ଚାଲିଥିବା କ୍ରିକେଟ ମହାକୁମ୍ଭ ଆଇସିସି ବିଶ୍ୱକପ ପ୍ରତିଯୋଗିତାର ସବୁଠୁ ପ୍ରତିଦ୍ୱନ୍ଦିତାମୂଳକ ମ୍ୟାଚ୍ ଆଜି ଅନୁଷ୍ଠିତ ହେଉଛି । କ୍ରିକେଟ ବିଶାରଦଙ୍କ କହିବାନୁଯାୟୀ, ଚଳିତତ ବିଶ୍ୱକପର ଦୁଇ ପ୍ରମୁଖ ଦାବିଦାର୍ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆଜି ଲଣ୍ଡନରେ ଅନୁଷ୍ଠିତ ହେଉଛି ବଡ଼…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୦୯-୦୬-୨୦୧୯ ରବିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୯ ରିଖ ରବିବାର ବୃଷ ୨୬ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ମେଷ ରାଶିର ଘାତ ବାର କର୍କଟ ମକର ରାଶି…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୭ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ରାତି ୮ଟା ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୧୭…

ଜୁନ୍ ୧୫ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର : ଜୁନ୍ ୧୫ ସୁଦ୍ଧା ମୌସୁମୀ ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶନିବାର ଦିନ କେରଳ ଉପକୂଳ ଛୁଇଁବା ପରେ ବିଭାଗ ପକ୍ଷରୁ ଏହି ପୂର୍ବାନୁମାନ…

ଆଲିଗଡ଼ ହତ୍ୟାକାଣ୍ଡର ଅଭିଯୁକ୍ତ ପୂର୍ବରୁ ନିଜ ଝିଅକୁ କରିଥିଲା ଦୁଷ୍କର୍ମ: ପୋଲିସ

ଆଲିଗଡ଼: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଆଲିଗଡ଼ରେ ଦୁଇ ବର୍ଷର ନାବାଳିକା ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ସଙ୍ଗୀନ ଅଭିଯୋଗ ଆଣିଛି । ପୋଲିସ ସେହି ଅଭିଯୁକ୍ତର ପୁରୁଣା ଫାଇଲ୍ ଖେଳାଇବାରୁ ତା’ନାମରେ ପୂର୍ବରୁ ଅନ୍ୟ ଏକ ସଙ୍ଗୀନ ମାମଲା ରହିଥିବା ଜାଣିବାକୁ…