Latest Odisha News

BREAKING NEWS

ଆସନ୍ତା ଦୁଇଦିନ ଏହି ୩ଟି ଜିଲ୍ଲାର ସମସ୍ତ ସ୍କୁଲ ରହିବ ବନ୍ଦ…

ଭୁବନେଶ୍ୱର: ଆସନ୍ତା ଦୁଇଦିନ ଓଡ଼ିଶାର ୩ଟି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସାମୁଦ୍ରିକ ଝଡ଼ ବୁଲବଲର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯେଉଁ ୩ଟି ଜିଲ୍ଲାର ସ୍କୁଲ ଗୁଡ଼ିକୁ ୮ ଓ ୯ ତାରିଖ ଦିନ ବନ୍ଦ…

ସାମୁଦ୍ରିକ ଝଡ଼ ବୁଲବୁଲ୍ ଯୋଗୁଁ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଦିଆଯାଇଥିବା ବୁଲେଟିନ୍ ଅନୁଯାୟୀ, ସାମୁଦ୍ରିକ ଝଡ଼ ବୁଲବୁଲ୍ ଓଡ଼ିଶାରେ ଆଂଶିକ ପ୍ରଭାବ ପକାଇବ । ଏହାଯୋଗୁଁ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଆଇଏମଡ଼ିର ଏହି…

ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ହାଇ ଆଲର୍ଟ !

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ବହୁ ଚର୍ଚ୍ଚିତ ତଥା ସମ୍ବେଦନଶୀଳ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଭାରତର ସମସ୍ତ ରାଜ୍ୟ ଗୁଡ଼ିକୁ ହାଇ ଆଲର୍ଟ ଜାରି କରିଛନ୍ତି ବୋଲି ଏନଡ଼ିଟିଭିରେ ରିପୋର୍ଟ ପ୍ରକାଶ ପାଇଛି । ବିଶେଷକରି ସୋସିଆଲ୍ ମିଡ଼ିଆ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଲା ଜିଲ୍ଲା ପାଲିଏଟିଭ୍ କେୟାର୍ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କ ଲାଗି ଗୁରୁବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଲିଏଟିଭ୍ କେୟାର୍ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ରାଜଧାନୀସ୍ଥିତ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ…

ବାଂଲା ବିପକ୍ଷରେ ରୋହିତ ଶର୍ମାଙ୍କ ଧୁଆଁଧାର୍ ବ୍ୟାଟିଂ; ଭାରତ ୮ ୱିକେଟରେ ବିଜୟୀ

ରାଜକୋଟ: ପ୍ରଥମ ଟି-ଟ୍ୱେଣ୍ଟିରେ ବାଂଲାଦେଶ ଠାରୁ ପରାସ୍ତ ହୋଇଥିବା ଭାରତ ଆଜି ପ୍ରତିଶୋଧ ନେଇଛି । ବାଲାଂଦଳକୁ ୮ ୱିକେଟରେ ପରାସ୍ତ କରି ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜରେ ୧-୧ ବରାବର କରିଛି । ଅଧିନାୟକ ରୋହିତ ଶର୍ମା ଆଜିର ମ୍ୟାଚରେ ବିଜୟର କର୍ଣ୍ଣଧାର ସାଜିଛନ୍ତି । ଭାରତ ଟସ୍ ଜିତି…

ଓଡ଼ିଶାର ଏହି ୮ ଜଣ ଶିଳ୍ପୀଙ୍କୁ ମିଳିବ ଜାତୀୟ ପୁରସ୍କାର !

ଭୁବନେଶ୍ୱର: ଉକୃଷ୍ଟ କଳାର ରାଜ୍ୟ ଉତ୍କଳ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଓଡ଼ିଶାର ସାହିତ୍ୟ, ସଂସ୍କୃତି ତଥା ପରମ୍ପରା କେବଳ ଭାରତ ନୁହେଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ଓଡ଼ିଶାର ହସ୍ତତନ୍ତ ବସ୍ତ୍ର ହେଉ ଅଥବା କଳାକାରୁକାର୍ଯ୍ୟ ସମ୍ପନ୍ନ ଶିଳ୍ପକଳା ସାରା ବିଶ୍ୱରେ ଆଦୃତି…

ଓଏଏସ୍ ସଂଘ ସଭାପତି ତଥା ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲଙ୍କ ପିତୃ ବିୟୋଗ

ଝାରସୁଗୁଡ଼ା: ଓଡ଼ିଶା ପ୍ରଶାସନିକ ସଂଘର ସଭାପତି ତଥା ଝାରସୁଗୁଡ଼ା ଜିଲ୍ଲା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ୟୁନିଟ୍ ୯ ସ୍ଥିତ ବାସଭବନରେ, ତାଙ୍କର ପିତା ଫକୀର ଚରଣ ସାମଲଙ୍କ ଆଜି ନିଧନ ଘଟିଛି। ୧୯୩୨ ମସିହା ନଭେମ୍ବର ମାସରେ ଜନ୍ମିତ ଦିବଂଗତ ଶ୍ରୀ ସାମଲ ଙ୍କ ମୃତ୍ୟୁ ବେଳକୁ , ୮୭ବର୍ଷ ବୟସ…

ଉଚ୍ଚସ୍ତରୀୟ ବୈଠକରେ ‘ବୁଲବୁଲ’ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ବୁଲବୁଲ’କୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିବା ପରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହର ସରକାରଙ୍କ ସହିତ ଏହାର…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: କୋଇଲାଖଣି ଦୁର୍ଘଟଣା ମୃତକଙ୍କ ପରିବାର ଲାଗି ସହାୟତା ରାଶି ୩୦୦ ପ୍ରତିଶତକୁ ବୃଦ୍ଧି

କୋଇଲାଖଣି ଦୁର୍ଘଟଣାରେ ପ୍ରାଣ ହରାଉଥିବା ଶ୍ରମିକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଅନୁକମ୍ପା ମୂଳକ ରାଶିରେ ୩୦୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ । ଏହି ଅର୍ଥରାଶି ୫ ଲକ୍ଷଟଙ୍କାରୁ ବୃଦ୍ଧି କରାଯାଇ ୧୫ ଲକ୍ଷ ଟଙ୍କା…

‘ଆଇଆଇଏମସି’ରେ ୨୦୨୦-୨୧ ଶିକ୍ଷାବର୍ଷରୁ ଆରମ୍ଭ ହେବ ମାଷ୍ଟର କୋର୍ସ !

ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି) ୨୦୨୦-୨୧ ଶିକ୍ଷା ବର୍ଷରୁ ପୋଷ୍ଟ ଗ୍ରାଜୁଏଟ ଡ଼ିଗ୍ରୀ ପାଠ୍ୟକ୍ରମ ଆରମ୍ଭ କରିବା ନେଇ ସୂଚନା ମିଳିଛି । କିଛି ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଆଗାମୀ ବର୍ଷ ଠାରୁ ଏହି ଶିକ୍ଷାନୁଷ୍ଠାନ ହେଲଥ କମ୍ୟୁନିକେସନ ଗଭରନାନ୍ସ, ଗଣମାଧ୍ୟମ ଓ ନ୍ୟୁ…