Latest Odisha News

ଭୁବନେଶ୍ୱରରେ ମୋଦୀଙ୍କ ରୋଡ ଶୋ’ର କିଛି ଝଲକ…

ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନକୁ ନଜରରରେ ରଖି ରାଜନୈତିକ ଦଳମାନେ ବାରମ୍ବାର ଓଡିଶା ଗସ୍ତରେ ଆସୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ରୋଡ ଶୋ’ ଆରମ୍ଭ କରିଛନ୍ତି ।

ଚୋରା ବନ୍ଧୁକ ଚାଲାଣ କାରବାର: ରାଜଧାନୀରେ ୩ଟି ପିସ୍ତଲ ସହ ଜଣେ ଗିରଫ

ଭୁବନେଶ୍ୱର : କମିଶନରେଟ୍ ପୋଲିସ ବୁଧବାର ଦିନ ଚୋରା ବନ୍ଧୁକ ଚାଲାଣ କାରବାରରେ ସମ୍ପୃକ୍ତି ନେଇ ଜଣଙ୍କୁ ଗିରଫ କରିବା ସହ ୩ଟି ଦେଶୀ ବନ୍ଧୁକ ଜବତ କରିଛି । ମିଳିଥିବା ସୂଚନାନୁଯାୟୀ ବେଆଇନ୍ ବନ୍ଧୁକ ନିର୍ମାଣ ହେଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ପୋଲିସ ଉକ୍ତ ସ୍ଥାନରେ ଚଢାଉ…

ଭୁବନେଶ୍ୱର ଏୟାରପୋର୍ଟ କଷ୍ଟମ୍‌ ଅଧୀକାରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ !

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜଣେ ଯାତ୍ରୀ କଷ୍ଟମ୍‌ ଅଧୀକାରୀଙ୍କ ବିରୋଧରେ ଜବରଦସ୍ତ ଟିକସ ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କୁପୁସସ୍ୱାମୀ ନାଗରାଜନ ନାମକ ଜଣେ ଯାତ୍ରୀ ଏଭଳି ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଉକ୍ତ ଯାତ୍ରୀ…

ତରୁଣ ପିଢ଼ି ଆଜିର ସାମାଜିକ ବାସ୍ତବତା ପ୍ରତି ଆକୃଷ୍ଟ ନୁହନ୍ତି : ଶାନ୍ତନୁ କୁମାର ଆଚାର୍ଯ୍ୟ

ଶାନ୍ତନୁ କୁମାର ଆଚାର୍ଯ୍ୟ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ମୂର୍ଦ୍ଧନ୍ୟ କଥାକାର । ପନ୍ଦରଟି ଉପନ୍ୟାସ, କୋଡିଏଟି ଗଳ୍ପ ସଂକଳନ ସହିତ ତାଙ୍କର ରହଚି ଆତ୍ମଜୀବନୀ, ଭ୍ରମଣ କାହାଣୀ ଏବଂ ଅନ୍ୟୂନ ଦଶଟି ଶିଶୁସାହିତ୍ୟ ପୁସ୍ତକ । ଏହା ବ୍ୟତୀତ “କରଂଜିଆ ଡାଏରି “ ପରି ବହୁ ମୂଲ୍ୟବାନ ଫିଚର ଲେଖା…

ଭାରତରେ ‘ଟିକଟକ୍’ ଆପ୍ ବନ୍ଦ କଲା ଗୁଗୁଲ୍

ନୂଆଦିଲ୍ଲୀ : ଲୋକପ୍ରିୟ ବ୍ରାଉଜର୍ ଗୁଗଲ୍ ମାଡ୍ରାସ୍ ହାଇକୋର୍ଟଙ୍କ ଆଦେଶାନୁସାରେ ଭାରତରେ ଚୀନ ଆପ୍ ‘ଟିକଟକ୍’କୁ ବ୍ଲକ୍ କରିଛି । ଏହା ଫଳରେ ଏବେ ୟୁଜରର୍ସମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହି ମ୍ୟୁଜିକାଲ ଆପ୍ ଟିକଟକକୁ ଡାଇନଲୋଡ କରିପାରିବେ ନାହିଁ । ଚୀନର ‘ବାଇଟେଣ୍ଡାନସ୍ ଟେକନୋଲଜି’ର…

ଜାଣନ୍ତୁ, କେମିତି କଟିବ ଆଜି ଦିନ

ଆଜିର ରାଶି ଫଳ ତା୧୭-୦୪-୨୦୧୯ ବୁଧବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୭ ତାରିଖ ବୁଧବାର ମେଷ ୪ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର କର୍କଟ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ-ପୋଲିସ ମୁହାଁମୁହିଁ ଝଗଡ଼ା, ଭାଇରାଲ୍ ହେଲା ଭିଡ଼ିଓ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ବୁର୍ଲ୍ଲାଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କିଛି ପୋଲିସ ଅଧିକାରୀଙ୍କ ସହିତ ପାଟିତୁଣ୍ଡ ହେବାର ଏକ ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ମିଳିଥିବା ସୂଚନାନୁଯାୟୀ, ବୁର୍ଲ୍ଲାର ଏମସିଏଲ ହେଲିପ୍ୟାଡ଼ରେ…

ଭୁବନେଶ୍ୱର ତାପମାତ୍ରା ଛୁଇଁଲା ୪୩.୭ ଡ଼ିଗ୍ରୀ, ଉପକୂଳ ଓଡ଼ିଶାରେ ରୌଦ୍ରତାପ ବୃଦ୍ଧି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ମଙ୍ଗଳବାର ଦିନ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ରାଜଧାନୀର ତାପମାତ୍ରା ବୃଦ୍ଧି ହେବା ସହିତ ଏହା ୪୩.୭ ଡ଼ିଗ୍ରୀ ଛୁଇଁଥିବାର ରେକର୍ଡ଼ କରାଯାଇଛି । ତେବେ ଏବର୍ଷ ଏପ୍ରିଲ ମାସରେ ଭୁବନେଶ୍ୱରର ଏହା ସର୍ବାଧିକ ତାପମାତ୍ରା ବୋଲି ପାଣିପାଗ ବିଭାଗ…

ନଈ

ନଈ ମାନିନୀ ମିଶ୍ର -୧- ନଈମାନେ କେଉଁ ଗୋଟେ ପାହାଡର ଛାତି ଚିରି ଗଡି ଆସୁଥିବା ଗ୍ଲାସେ ପାଣି, ଚିମୁଟେ ଚିନି କିଛି ଲୁହ, କିଛି ସିଙ୍ଘାଣି ଆଉ ସ୍ତ୍ରୀ ଲୋକଟେ ନିଜକୁ ଚିରି ଚିରି ତା ଛୁଆ ପାଇଁ ପରସି ଦେଇଥିବା ଚାରିଧାର ରୁଟି। ହେଲେ, ନଈକି ଚାଲ କହିଲି ଯେ ତୁ ମତେ…

ଅନ୍ଧାର

ଅନ୍ଧାର ଡା. ଜଗତବଂଧୁ ମହାପାତ୍ର ଭଲଲାଗେ, ଅନ୍ଧାର ଆଲୋକର ମାୟା ଠାରୁ ଚାଲିଯିବାକୁ ଦୂରକୁ ହଜାଇଦେବାକୁ ନିଜର ସ୍ଥିତି ଅନ୍ଧାରର ପରିଧିରେ ଯେଉଁଠି ରମଣଠାରୁ ମରଣ ଯାଏ, ସବୁ ଏକାପରି ଅନ୍ଧାରରେ ଶାନ୍ତି ଅଛି, ଅଛି ତୃପ୍ତି ସତ୍ୟ, ଶିବ, ସୁନ୍ଦରର ସାନ୍ନିଧ୍ୟତା ଜୀବାତ୍ମା…