Latest Odisha News

BREAKING NEWS

କେପି ସିଂହଦେଓ ଅସୁସ୍ଥ, ଟ୍ୱିଟ୍ କରି ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ୱର : କଂଗ୍ରେସ ବରିଷ୍ଠ ନେତା ତଥା ଢେଙ୍କାନାଳର ଲୋକସାଭ ପ୍ରାର୍ଥୀ କେପି ସିଂହଦେଓ ନିର୍ବାଚନୀ ପ୍ରଚାର ସମୟରେ ଅସୁସ୍ଥ ହେବା ଫଳରେ ତାଙ୍କୁ ଚିକିତ୍ସା ନିମନ୍ତେ ରବିବାର ଦିନ ଭୁବନେଶ୍ୱରସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଢେଙ୍କାନାଳ ରାଜପରିବାରର ୭୮ ବର୍ଷୀୟ ଏହି…

ଖୋର୍ଦ୍ଧା ବିଜେପି ନେତା ହତ୍ୟା ଘଟଣା ତଦନ୍ତର ତଦାରଖ କରିବେ କେନ୍ଦ୍ରାଞ୍ଚଳ ଆଇଜି

କଟକ/ଭୁବନେଶ୍ୱର: କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣା ତଦନ୍ତର ତଦାରଖ କରିବେ ବୋଲି ସୋମବାର ଦିନ ଡ଼ିଜିପି ବିଜୟ କୁମାର ଶର୍ମା କହିଛନ୍ତି । ଆଜି ଗଣମାଧ୍ୟମକୁ ସୂଚନାଦେଇ ଡ଼ିଜିପି ଶ୍ରୀ ଶର୍ମା କହିଛନ୍ତି, ଜଣେ…

ଏପ୍ରିଲ୍ ୧୮ରେ ଓଡିଶା ଆସୁଛନ୍ତି ନିତିନ ଗଡକରୀ ଓ ଉମା ଭାରତୀ

ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଏପ୍ରିଲ୍ ୧୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଉମା ଭାରତୀ । ଉମା ଭାରତୀ କଟକ ସଦର, ଚୌଦ୍ୱାର ଓ ସତ୍ୟବାଦୀ ଅଞ୍ଚଳରେ ନିର୍ବାଚନୀ ର‌୍ୟାଲିରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ…

ଓଡ଼ିଶା ଉପକୂଳରୁ ଶକ୍ତିଶାଳୀ ‘ନିର୍ଭୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ଦୂରଗାମୀ ଆଣବିକ ଅସ୍ତ୍ର ବହନ କରିପାରିବାର କ୍ଷମତା ରଖିଥିବା ନିର୍ଭୟ କ୍ଷେପଣାସ୍ତ୍ରର ଭାରତ ସଫଳ ଉତକ୍ଷେପଣ କରିଛି । ଏହି କ୍ଷେପଣାସ୍ତ୍ରଟିକୁ ଓଡ଼ିଶା ଉପକୂଳରେ ଥିବା ଚାନ୍ଦିପୁର ଇଣ୍ଟେଗ୍ରେଟେଡ଼ ଟେଷ୍ଟ ରେଞ୍ଜରୁ ସଫଳତାର ସହିତ…

ମାଉସୀ ମା’ ମନ୍ଦିର ପହଞ୍ଚି ପାରିଲାନି ରୁକୁଣା ରଥ, ଆଜି ମଧ୍ୟ ଟାଣୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର : ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଶୋକାଷ୍ଟମୀ ଅବସରରେ ରବିବାର ଦିନ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଥିଲେ ମଧ୍ୟ ଆଜି ୨ୟ ଦିନରେ ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିପାରିନାହିଁ । ମିଳିଥିବା ସୂଚନାନୁଯାୟୀ ଭକ୍ତ ରଥକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା…

ପରଲୋକରେ ବିଶିଷ୍ଟ ସଙ୍ଗୀତଜ୍ଞ ରାଖାଲ ମହାନ୍ତି

କଟକ: ବରିଷ୍ଠ କଣ୍ଠଶିଳ୍ପୀ ତଥା ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତିଙ୍କ ୮୮ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସେ ଦୀର୍ଘଦୀନ ଧରି ଅସୁସ୍ଥ ରହିଥିଲେ ଏବଂ ରବିବାର ଦିନ ତାଙ୍କର ପରଲୋକ ହୋଇଯାଇଛି । ସ୍ୱର୍ଗତ ରାଖାଲ ଚନ୍ଦ୍ର ମହାନ୍ତି ଅଲ ଇଣ୍ଡିଆ ରେଡ଼ିଓରେ ଦୀର୍ଘ ୨୦ ବର୍ଷରୁ ଅଧିକ ଦିନ…

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମୋଦୀ, ଏପ୍ରିଲ ୨୭ରେ କେନ୍ଦ୍ରାପଡ଼ା ର‌୍ୟାଲିରେ ଯୋଗଦେବେ

କେନ୍ଦ୍ରାପଡା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଲାଗି ଏପ୍ରିଲ୍ ୨୭ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିବେ । ସେଠାରୁ ସେ ବରୁଆରେ ଏକ ଜନସଭାରେ ଉଦବୋଧନ ଦେବେ । ତାଙ୍କ ଗସ୍ତସୁଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ବିଜୁ…

ଆଜି ବଲାଙ୍ଗିର ଓ ବରଗଡରେ ପ୍ରଚାର କରିବେ ନବୀନ

ଭୁବନେଶ୍ୱର : ଓଡିଶାରେ ୨ୟ ପର୍ଯ୍ୟାୟ ତଥା ଏପିଲ୍ ୧୮ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ବରଗଡ, ବଲାଙ୍ଗିର ଭଳି ପଶ୍ଚିମ ଓଡିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଗସ୍ତକାର୍ଯ୍ୟ ସୂଚୀ ଅନୁଯାୟୀ…

ଖୋର୍ଦ୍ଧା ବିଜେପି ନେତା ହତ୍ୟା ଘଟଣାର ନିନ୍ଦା କଲେ ନବୀନ

ଭୁବନେଶ୍ୱର : ବିଜେପି ନେତା ତଥା ଖୋର୍ଦ୍ଧାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ରବିବାର ରାତିରେ କେହି ଦୁବୃର୍ତ୍ତ ହତ୍ୟା କରିବା ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଏହି ଘଟଣାକୁ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଗମ୍ଭୀରତାର ସହ ନେବା ପାଇଁ ସେ…

ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା, ଦଳ ପକ୍ଷରୁ ଆଜି ବନ୍ଦ ଡାକରା

ଖୋର୍ଦ୍ଧା: ଖୋର୍ଦ୍ଧା ନବୀନବାଗସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ମଣ୍ଡଳ ସଭାପତି ତଥା ଦଳର ନିର୍ବାଚନ ପ୍ରଚାର ମୁଖ୍ୟ ମଙ୍ଗୁଳି ଜେନାଙ୍କୁ ରବିବାର ରାତିରେ ଅଜଣା ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ନିଜ ବାସଭବନ ନିକଟରେ ମଙ୍ଗୁଳି ଜେନା ଓ…