Latest Odisha News

BREAKING NEWS

ଜଟିଳତା ମଧ୍ୟରେ ଓଡ଼ିଶାରେ ୨୦୧୯ ନିର୍ବାଚନ: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେବାର ଦୀର୍ଘ ତିନିମାସ ପରେ ବରିଷ୍ଠ ନେତା ବିଜୟ ମହାପାତ୍ର ରବିବାର ଦିନ କହିଛନ୍ତି, ବଡ଼ ଜଟିଳତା ମଧ୍ୟରେ ଓଡ଼ିଶାରେ ୨୦୧୯ ନିର୍ବାଚନ ଅନୁଷ୍ଠିତ ହେବ । “ଏଭଳି ନିର୍ବାଚନ ଓଡ଼ିଶାର ଜନସାଧାରଣ ପୂର୍ବରୁ କେବେବି ଦେଖି ନଥିବେ” ବୋଲି କହିଛନ୍ତି ବରିଷ୍ଠ ନେତା…

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ

ପାନାଜୀ: ଗୋଆ ମୁଖ୍ୟମନ୍ତ୍ରୀ ତଥା ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କର ରବିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ପାକସ୍ଥଳୀ ଜନୀତ ରୋଗରେ ପୀଡ଼ିତ ହୋଇଥିବା ସହିତ ଅସୁସ୍ଥ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । President…

ବିଜେଡ଼ିରେ ଯୋଗଦାନ କଲେ କିନ୍ନର ନେତ୍ରୀ ମୀରା ପରିଡ଼ା

ଭୁବନେଶ୍ୱର: ସାମାଜିକ କର୍ମୀ ତଥା ନିଖିଳ ଓଡ଼ିଶା କିନ୍ନର ବିକାଶ ଟ୍ରଷ୍ଟର ଅଧ୍ୟକ୍ଷା ମୀରା ପରିଡ଼ା ରବିବାର ଦିନ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ସେ ତାଙ୍କର ସମର୍ଥକମାନଙ୍କ ସହିତ ନବୀନ ନିବାସରେ ପହଞ୍ଚି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

ବିଜେପିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବାର ଗୋଟିଏ ଦିନ ପରେ ସାଲେପୁର ବିଧାୟକ ପ୍ରକାଶ ବେହେରା ରବିବାର ଦିନ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ଶ୍ରୀ ବେହେରା ଆନୁଷ୍ଠାନିକ ଭାବେ ଏକ ଉତ୍ସବରେ ଭାଜପାରେ…

ନବୀନ ଏଥର ପଶ୍ଚିମ ଓଡ଼ିଶାରୁ ଲଢିବେ ନିର୍ବାଚନ !

ଭୁବନେଶ୍ୱର: ବିଜେଡ଼ି ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଏଥର ନିର୍ବାଚନ ଲଢିବା ନେଇ ରବିବାର ଦିନ ସୂଚନା ଦେଇଛନ୍ତି । “ପଶ୍ଚିମ ଓଡ଼ିଶାର ମୋ ଦଳର ନେତାମାନେ ମୋତେ ଏହି ଅଞ୍ଚଳର କୌଣସି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବା ନିମନ୍ତେ ପ୍ରସ୍ତାବ…

ସ୍ୱର୍ଣ୍ଣ ଜିତିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ

ପାତିଆଲା: ଓଡ଼ିଆ ସ୍ଫ୍ରିଣ୍ଟ୍ କୁଇନ୍ ଦୂତୀ ଚାନ୍ଦ ପଞ୍ଜାବର ପାତିଆଲାଠାରେ ଫେଡ଼େରେସନ୍ କପ ଦୌଡ଼କୁଦର ୨୦୦ ମିଟର ବିଭାଗରେ ୧ମ ହୋଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଭାରତର ଦ୍ରୁତତମ ମହିଳା ଦୂତୀ ୨୩ତମ ଫେଡ଼େରେସନ କପ ଜାତୀୟ ସିନିୟର୍ ଆଥଲେଟିକ ଚମ୍ପିୟାନସିପର ୨୦୦…

ଲୋକସଭା ନିର୍ବାଚନ: ସିପିଏମ ନେତା ଜନାର୍ଦ୍ଦନ ପତି ଭୁବନେଶ୍ୱରରୁ ଲଢିବେ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବରିଷ୍ଠ କମ୍ୟୁନିଷ୍ଟ ନେତା ଜନାର୍ଦ୍ଦନ ପତି ନିର୍ବାଚନ ଲଢିବେ ବୋଲି ସିପିଏମ ପକ୍ଷରୁ ଶନିବାର ଦିନ ବିଧିବଦ୍ଧ ଭାବେ ନାମ ଘୋଷଣା କରାଯାଇଛି । ସେହିପରି ନୂଆଦିଲ୍ଲୀଠାରେ ଦଳର କେନ୍ଦ୍ରୀୟ କମିଟି ମଧ୍ୟ ଲୋକସଭା ନିର୍ବାଚନ ଲାଗି ୪୪ ଜଣ…

ସତର ବର୍ଷ ପରେ ଶଙ୍ଖ ଫୁଙ୍କିବେ ଦିଲିପ ରାୟ

ଭୁବନେଶ୍ୱର: ରାଉରକେଲାର ପୂର୍ବତନ ବିଧାୟକ ଦିଲିପ ରାୟ ଆଜି ସନ୍ଧ୍ୟାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ତାଙ୍କର ବିଜେଡ଼ିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଟିକଟରେ ରାଉରକେଲା ବିଧାନସଭା ଆସନ ଜିତିଥିଲେ…

ବିଜେଡ଼ି ଛାଡ଼ିଲେ ଦାମଙ୍କ ଝିଅ ପ୍ରିତିନନ୍ଦା, ବାପାଙ୍କ ପରି ବିଜେପିରେ ମିଶିବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ବରିଷ୍ଠ ନେତା ଡ଼ାକ୍ତର ଦାମୋଦର ରାଉତ ବିଜେପିରେ ଯୋଗଦେବା ପରେ ସକ୍ରୀୟ ରାଜନୀତିରେ ଥିବା ତାଙ୍କ ଝିଅ ପ୍ରିତିନନ୍ଦା ରାଉତରାୟ ବିଜେଡ଼ିରୁ ଇସ୍ତଫା ପ୍ରଦାନ କରିଛନ୍ତିି । ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ସେ ଦଳ ଛାଡ଼ିଥିବା ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି । ଦାମଙ୍କ ବଡ଼ଝିଅ…

ଚୌଦ୍ୱାର ‘ଗୁଡନ୍ୟୁଜ୍ ଇଣ୍ଡିଆ’ ସେଲଟରହୋମରୁ ଉଦ୍ଧାର ହେଲେ ୪୨ ଜଣ ପିଲା

କଟକ : ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) କଟକ ଜିଲ୍ଲା ଚୌଦ୍ୱାରସ୍ଥିତ ଡ୍ରିମ୍ ହୋମ୍ ଆଶ୍ରମରୁ ୪୨ ଜଣ ପିଲାଙ୍କୁ ଉଦ୍ଧାର କରିଛନ୍ତି। ଏକ ଅଣସରକାରୀ ସଙ୍ଗଠନ ଗୁଡ ନ୍ୟୁଜ୍ ଇଣ୍ଡିଆ ଦ୍ୱାରା ଏହି ଡ୍ରିମ୍ ହୋମ୍ ଆଶ୍ରମପରିଚାଳିତ ହେଉଥିଲା ।…