Latest Odisha News

BREAKING NEWS

ପାରାଦ୍ୱୀପରେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଯୁବକ ଗୁରୁତର ଆହତ

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପର ଲକ୍ ପଡ଼ାଠାରେ ପ୍ରକାଶ ମିଶ୍ର ନାମକ ଜଣେ ଯୁବକ ଦୁର୍ବୃତ୍ତଙ୍କ ଛୁରାମାଡ଼ର ଶିକାର ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ପ୍ରକାଶ ମିଶ୍ର ନାମକ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ଜଣକ ପେଟରେ ଛୁରୀ ଦ୍ୱାରା ପେଟରେ ଆଘାତ ଦେବାରୁ ସେ ଗୁରୁତର ଭାବେ…

ଟିଭି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ସ୍ୱାମୀଙ୍କ ଜାମିନ ଆବେଦନ କୋର୍ଟରେ ଖାରଜ

କଟକ: ଅତିରିକ୍ତ ଜିଲ୍ଲା ସେସନ ଜଜ୍ -୨ ଶନିବାର ଦିନ ଟିଭି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ତାଙ୍କର ସ୍ୱାମୀ ଲିପନ ସାହୁଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ସେସନ ଜଜ୍ ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକ ସରକାରୀ ଓକିଲ ନନ୍ଦନନ୍ଦନ ମହାପାତ୍ର ଏବଂ…

ସ୍ୱନାମଧନ୍ୟ ପାଲା ଗାୟକ ଲକ୍ଷ୍ମଣ ଚରଣ ରାଉତ

ଭୁବନେଶ୍ୱର: ପାଲା ଜଗତରେ ଜଣେ ଅମଳିନ ପ୍ରତିଭା ଗାୟକ ତପନ ଲକ୍ଷ୍ମଣ ଚରଣ ରାଉତ । ୧୯୫୧ ମସିହା ଏପ୍ରିଲ ୨୦ ତାରିଖରେ ଭଦ୍ରକ ଜିଲ୍ଲା ବନ୍ତ ନିକଟସ୍ଥ ହାସିନୀପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଲକ୍ଷ୍ମଣ । ବାପା ଚିନ୍ତାମଣି ରାଉତ ଏବଂ ମାଆ ସାଗିରି । ଜେଜେବାପା ଫକୀର ରାଉତ ଗାୟକ ଥିଲେ ।…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁଲଗାମ୍ ଜିଲ୍ଲାର କେଲ୍ଲାମ ଅଞ୍ଚଳରେ ରବିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ କୁଲଗାମ୍ ଜିଲ୍ଲାର କେଲ୍ଲାମ ଅଞ୍ଚଳରେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ…

ଭୁବନେଶ୍ୱରରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ପ୍ରଶାନ୍ତି ବିହାର ଅଞ୍ଚଳରୁ ରବିବାର ଦିନ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ନବଜାତ ଶିଶୁଟିର କାନ୍ଦ ଶୁଣି ତାକୁ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ ।…

ତେଲେଙ୍ଗାନାରୁ ଉଦ୍ଧାର ହେଲେ ଓଡ଼ିଆ ଦାଦନ ଶ୍ରମିକ

ରାୟଗଡା : ଇଣ୍ଟରନେସନାଲ୍ ହ୍ୟୁମାନ୍ ରାଇଟ୍ କମିଶନ ଓ କିଛି ସ୍ୱେଚ୍ଛାସେବୀ ସଙ୍ଗଠନର ମିଳିତ ଉଦ୍ୟମରେ ତେଲେଙ୍ଗାନାରେ ଫସିଥିବା ୧୫ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ୧୫ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କ ଘର ବଲାଙ୍ଗିର ଜିଲ୍ଲାରେ ବୋଲି ଜଣାପଡ଼ିଛି । ଏଥିସହିତ ସେମାନଙ୍କ…

ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ନୃତ୍ୟରେ ବିଭୋର ହେଲେ ଦର୍ଶକ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ମିଳିତ ଉଦ୍ୟମରେ ଆୟୋଜିତ ୧୫ତମ ଧଉଳି କଳିଙ୍ଗ ମହୋତ୍ସବର ଆଜିଥିଲା ଦ୍ୱିତୀୟ ସନ୍ଧ୍ୟା । ଐତିହାସିକ ଧଉଳି ପାହାଡ଼ର ପାଦଦେଶ ବାଦ୍ୟଯନ୍ତ୍ର, ଓଡ଼ିଶୀ ଓ ସମରକଳା ନୃତ୍ୟ ସଙ୍ଗୀତରେ ଥିଲା ଚଳଚଞ୍ଚଳ । ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ…

ଚତୁଃରାଷ୍ଟ୍ରୀୟ ମହିଳା ଗୋଲ୍ଡ୍ କପ: ଇରାନ ବିପକ୍ଷରେ ଭାରତ ୧-୦ ରେ ବିଜୟୀ

ଭୁବନେଶ୍ୱର: ଭାରତୀୟ ସ୍ପୋର୍ଟସ କ୍ୟାପିଟାଲ ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ହିରୋ ଚତୁଃରାଷ୍ଟ୍ରୀୟ ମହିଳା ଗୋଲ୍ଡ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଆଜି ଆୟୋଜଜକ ଭାରତ ଇରାନ ଦଳକୁ ୧-୦ ଗୋଲରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିପାରିଛି…

ଆଇଏଏସ ସ୍ତରରେ ଅଦଳବଦଳ: ସମର୍ଥ ବର୍ମା ବିଏମସି କମିଶନର୍ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ଆଇଏଏସ ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି, ସମର୍ଥ ବର୍ମା ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ର ନୂତନ କମିଶନର୍ ରୂପେ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ପ୍ରଶାସନ ବିଜ୍ଞପ୍ତି ଅନୁଯାୟୀ, ୨୦୧୩ ବ୍ୟାଚ ଆଇଏଏସ ଶୁଭମ ସକ୍ସେନା ବର୍ମାଙ୍କ…

କ୍ୟାପିଟାଲ୍ ହାଇସ୍କୁଲର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର: ରାଜଧାନୀର ପୁରାତନ ସରକାରୀ ବିଦ୍ୟାଳୟ କ୍ୟାପିଟାଲ ହାଇସ୍କୁଲର ୬୮ତମ ବାର୍ଷିକ ପୁରସ୍କାର ବିତରଣ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ କଟକ-ଭୁବନେଶ୍ୱର ପୋଲିସ କମିଶନର୍ ସତ୍ୟଜିତ୍ ମହାନ୍ତି ଯୋଗଦାନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ । ଏହି ଉତ୍ତବରେ…