Latest Odisha News

BREAKING NEWS

ଚତୁର୍ଥ ଟି-୨୦ ମଧ୍ୟ ସୁପର୍ ଓଭରରେ ନିର୍ଣ୍ଣୟ ହେଲା; ଜିତିଲା ଭାରତ

ୱେଲିଂଟନ: ଚତୁର୍ଥ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ କରିଥିଲା ୧୬୫ ରନ । ଏହାର ଜବାବରେ ନ୍ୟୁଜିଲାଣ୍ଡ ୧୬୬ ରନ କରିନପାରି ୭ଟି ୱିକେଟ ହରାଇ କରିଥିଲା ୧୬୫ ରନ । ପୂର୍ବ ହାମିଲଟନ୍ ମ୍ୟାଚ୍ ପରି ସୁପର୍ ଓଭରରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ।…

ଆଦିବାସୀ ମେଳାର ପଞ୍ଚମ ସଂଧ୍ୟା: ଜନଜାତି କଳାକାରଙ୍କ ପାରମ୍ପରିକ ନୃୃତ୍ୟରେ ମେଳା ପରିସର ପ୍ରକମ୍ପିତ

ଭୁବନେଶ୍ୱର: ଆଦିବାସୀ ମେଳାର ପଞ୍ଚମ ଦିବସରୁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ । ନାଗାଲାଣ୍ଡ, ମିଜୋରାମ, ସିକିମ, ଆସାମ, ଛତିଶଗଡ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ହିମାଚଳପ୍ରଦେଶ ସହିତ ଓଡିଶାର ଜନଜାତି କଳାକାରଙ୍କ ପାରମ୍ପରିକ ନୃୃତ୍ୟରେ ମେଳା ପରିସର ପ୍ରକମ୍ପିତ ହୋଇଛି…

ଐତିହାସିକ ଧଉଳି ପାହାଡର ପାଦ ଦେଶରେ ଆୟୋଜିତ ହେଉଛି ଧଉଳି କଳିଙ୍ଗ ମହୋତ୍ସବ

ଭୁବନେଶ୍ଵର: ଓଡିଶା ସରକାରଙ୍କର ରାଜ୍ୟ ପର୍ଯ୍ୟଟନର ବିଶ୍ଵ ବ୍ୟାପି ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ କାର୍ଯ୍ୟରତ । ଓଡିଶାକୁ ବିଶ୍ଵ ମାନଚିତ୍ରରେ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟା କରି ଆସୁଅଛନ୍ତି । ବିଶେଷ କରି…

ମହିଳା ବସ ଯାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲେ କମିଶନରେଟ ପୋଲିସ

ଭୁବନେଶ୍ୱର: ବସରେ ଯାତ୍ରା କରୁଥିବା ମହିଳାଙ୍କ ସହାୟତା ନିମନ୍ତେ କମିଶନରେଟ ପୋଲିସ ଶୁକ୍ରବାର ଦିନ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି । ଯାତ୍ରା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କଲେ ମହିଳା ଯାତ୍ରୀମାନେ ନିମ୍ନ ନମ୍ବରରେ ସମ୍ପର୍କ କରିପାରିବେ । ୧୦୦,…

ବହୁ ପ୍ରତୀକ୍ଷିତ ଆନନ୍ଦପୁର ବ୍ୟାରେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆନନ୍ଦପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ଆନନ୍ଦପୁର ବ୍ୟାରେଜ୍‌ର ଲୋକାର୍ପଣ କରିଛନ୍ତି । ପ୍ରାୟ ୪୭୫କୋଟି ଟଙ୍କା ବ୍ୟୟରେ ବୈତରଣୀ ନଦୀ ଉପରେ ନିର୍ମିତ ହୋଇଥିବା ଏହି ବ୍ୟାରେଜ୍ ହେବା ଫଳରେ ଅଞ୍ଚଳ ବାସୀଙ୍କ ବହୁ ଦିନର ଅଞ୍ଚଳବାସୀଙ୍କର ସ୍ବପ୍ନ…

ଓଡ଼ିଶାରେ କରୋନା ଆତଙ୍କ: ଏସସିବିରେ ଭର୍ତ୍ତି ହେଲେ ମେଡ଼ିକାଲ ଛାତ୍ର

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ଏହା ନିଜର କାୟା ଓଡ଼ିଶା ରାଜ୍ୟରେ ମଧ୍ୟ ବିସ୍ତାର କରିଛି । ଏହି ମାରାତ୍ମକ ଭାଇରସର ଆକ୍ରାନ୍ତରେ ଚୀନରେ ୨୦୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଭାରତର କେରଳା ଠାରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ…

ବେଳାଭୂମିରେ ମରି ପଡିଛନ୍ତି ବହୁସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ସମୁଦ୍ର ବେଳାଭୂମିରେ ଶହ ଶହ ସଂଖ୍ୟାରେ ବିରଳ ଅଲିଭ ରିଡଲେ କଇଁଛ ମରି ପଡିଥିବାର ଦେଖିବାକୁ ମିଳିଛି । କଇଁଛ ମାନଙ୍କ ମୃତ ଦେହ ହନୁମାନ ମନ୍ଦିର ସମୁଦ୍ର ବେଳାଭୂମି ନିକଟରୁ ଆରମ୍ଭ କରି ଷଣ୍ଢକୁଦ ବେଳାଭୂମି ପର୍ଯ୍ୟନ୍ତ ପଡିଥିବା ଦେଖିବାକୁ ମିଳିଛି…

କରୋନା ଭାଇରସର କାୟା ବିସ୍ତାର; ଗ୍ଲୋବାଲ୍ ଇମରଜେନ୍ସି ଘୋଷିତ କଲା ଡବ୍ଲୁଏଚଓ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୨୩୧କୁ ଛୁଇଁଛି । ଏହାର ପ୍ରଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ଗ୍ଲୋବାର ଇମରଜେନ୍ସି ଭାବେ ଘୋଷିତ କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ କରୋନା ଭାଇରସ୍ ଦ୍ୱାରା…

ଭୁବନେଶ୍ୱରରୁ ବାରଣାସୀକୁ ସିଧାସଳଖ ବିମାନ ଉଡାଣ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏକ ବିମାନ ୪୦ ଯାତ୍ରୀଙ୍କୁ ନେଇ ଶୁକ୍ରବାର ଦିନ ବାରଣାସୀକୁ ଉଡାଣ ଭରିଛି । ପ୍ରାପ୍ତ ସୂଚନାନୁଯାୟୀ ଆଡମିନିଷ୍ଟ୍ରେଟିଭ୍ ପ୍ରକ୍ରିୟାରେ କୌଣସି କାରଣବଶତଃ ବିଳମ୍ବ ଯୋଗୁଁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ…

ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର; ୩ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ନାଗରୋଟାସ୍ଥିତ ଟୋଲ୍ ପ୍ଲାଜା ନିକଟରେ ଶୁକ୍ରବାର ଦିନ ହୋଇଥିବା ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…