Latest Odisha News

BREAKING NEWS

ଭାରତୀୟ ବଜାରରେ ଲଞ୍ଚ ହେଲା ଶାଓମିର ୨ନୂଆ ଟିଭି

ମୁମ୍ବାଇ : ଭାରତୀୟ ବଜାରରେ ଶାଓମି ଗୁରୁବାର ଦିନ ଏମଆଇ ଟିଭି ୪ଏକ୍ସ ପ୍ରୋ (୫୫ ଇଞ୍ଚ) ଓ ଏମଆଇ ଟିଭି ୪ଏ ପ୍ରୋ (୪୩ ଇଞ୍ଚ)୨ଟି ନୂଆ ଟିଭି ଲଞ୍ଚ୍ କରିଛି। କମ୍ପାନୀ ପକ୍ଷରୁ ଏହାର ମୂଲ୍ୟ ୩୯ ହଜାର ୯୯୯ଟଙ୍କା ରହିଥିବାବେଳେ ଏମଆଇ ଟିଭି ୪ଏ ପ୍ରୋ ର ମୂଲ୍ୟ ୨୨ ହଜାର ୯୯୯ ଟଙ୍କା ରଖାଯାଇଛି।…

କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ଖୁସି ଖବର: ଜିଏସଟି ଛାଡ ସୀମା ୪୦ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଜିଏସଟିକୁ ନେଇ ଆଶ୍ୱସ୍ତୀ ମିଳିଛି । ଏବେ ୪୦ ଲକ୍ଷ ଟଙ୍କା ଯାଏଁ କାରବାର ଉପରେ ଜିଏସଟି ଛାଡ କରାଯାଇଥିବା ନେଇ ଗୁରୁବାର ଦିନ ଜିଏସଟି କମିଟି ସୂଚନା ଦେଇଛି । ପୂର୍ବରୁ ଏହି ଛାଡ ସୀମା ୨୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା…

ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା, ପାଣ୍ଡ୍ୟା ଓ ରାହୁଲ୍ ୨ଟି ମ୍ୟାଚରୁ ବାସନ୍ଦ !

ମୁମ୍ବାଇ : ମହିଳାଙ୍କ ପ୍ରତି ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା ଦୁଇ ଭାରତୀୟ କ୍ରିକେଟରଙ୍କୁ । ଅନ୍ୟତମ ରିଆଲିଟି ଶୋ’ ‘କଫି ୱିଥ୍ କରନ’ରେ ଗେଷ୍ଟ ଭାବେ ଯୋଗ ଦେଇଥିବା ଭାରତୀୟ କ୍ରିକେଟ ଦଳର ଦୁଇ ଖେଳାଳି କେ ଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଶୋ’ ମଧ୍ୟରେ ମହିଳାଙ୍କ…

କେନ୍ଦୁଝର: ସଡକ ଦୁର୍ଘଟଣାରେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଅଫିସ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛିି । ମୃତକଙ୍କ ନାମ କିରଣବାଳା ନାୟକ ଏବଂ ସେ ସ୍ଥାନୀୟ କୁସଟିକିରି ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି । ମିଳିଥିବା…

ନିକିତା ମୃତ୍ୟୁ ଘଟଣା: ଜାମିନ ଲାଗି ଶାଶୂ-ଶ୍ୱଶୁରଙ୍କ କୋର୍ଟରେ ଆବେଦନ

କଟକ : ଓଡିଆ ସିନେମା ତଥା ଟେଲି ଧାରାବାହିକ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା ପୁଣି ଏକ ରୋଚକ ମୋଡ ନେଇଛି । ନିକିତାଙ୍କ ଫେରାର ଶାଶୂ-ଶ୍ୱଶୁରଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ଝାନଭିନ୍ ଚଳାଇଥିବା ବେଳେ ଏପର୍ଯ୍ୟନ୍ତ ଧରିପାରିନାହିଁ । ମିଳିଥିବା ସୂଚନାନୁଯାୟୀ ନିକିତାଙ୍କ ଏହି…

ଅଯୋଧ୍ୟା ମାମଲା: ବିଚାରପତି ଓହରି ଯିବାରୁ ଜାନୁଆରୀ ୨୯ରେ ହେବ ଶୁଣାଣି

ନୂଆଦିଲ୍ଲୀ: ଆଜି ଦିବସରେ ଦେଶର ସବୁଠୁ ଚର୍ଚ୍ଚିତ ବିବାଦୀୟ ଅଯୋଧ୍ୟା ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟ ହେବା ପୂର୍ବରୁ ଜଣେ ବିଚାରପତି  ଓହରି ଯିବାରୁ ଶୁଣାଣିକୁ ସ୍ଥଗିତ ରଖାଯାଇ ଆସନ୍ତା ଜାନୁଆରୀ ୨୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଆଜି ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟଙ୍କ…

ଓଡ଼ିଶା ରଣଜୀ ଟ୍ରଫି ବିଜୟର ୨ କର୍ଣ୍ଣଧାର: ବ୍ୟାଟିଂରେ ଶୁଭ୍ରାଂଶୁ ଓ ବୋଲିଂରେ ବସନ୍ତ ମହାନ୍ତି ଶ୍ରେଷ୍ଠ

ଭୁବନେଶ୍ୱର: ଗୋଆ ବିପକ୍ଷରେ ବିଶାଳ ୨୭୬ ରନ ବ୍ୟବଧାନରେ ପରାସ୍ତ କରି ଓଡ଼ିଶା ଏହି ସିଜିନରେ ତା’ର ରଣଜୀ ଅଭିଯାନ ସମାପ୍ତ କରିଛି । ଓଡ଼ିଶାର ଚଳିତ ରଣଜୀ ଟ୍ରଫି ସିଜିନ ଶେଷ ହେବା ସହିତ ବ୍ୟାଟିଂରେ ଶୁଭ୍ରାଂଶୁ ସେନାପତି ତଥା ବୋଲିଂ ବିଭାଗରେ ବସନ୍ତ ମହାନ୍ତି ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛନ୍ତି…

ରିଲିଜ ହେଲା ‘ନିମକି’ର ଟ୍ରେଲର, ନୂଆ ଅନ୍ଦାଜରେ ନଜର ଆସିବେ ଚୁଲବୁଲି ବର୍ଷା

ଭୁବନେଶ୍ୱର : ଦର୍ଶକଙ୍କ ମନ ଜିଣିବା ପାଇଁ ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ପରଦାକୁ ଓହ୍ଲାଇଛନ୍ତି । ନିକଟରେ ତାଙ୍କର ଅପକମିଂ ଫିଲ୍ମ ‘ନିମକି, ନିମପୁରରୁ ନବୀନ ନିବାସ’ ସିନେମାର ଟ୍ରେଲର ରିଲିଜ ହୋଇଛି । ନାରୀ କୈନ୍ଦ୍ରିକ ଏହି ସିନେମାରେ ଲିଡ୍ ରୋଲରେ ନଜର…

ଟ୍ରାକ୍ ମରାମତି କାର୍ଯ୍ୟ ଯୋଗୁଁ ରାୟଗଡାରେ ରେଳ ଚଳାଚଳ ବାଧାପ୍ରାପ୍ତ

ରାୟଗଡ଼ା : ଦକ୍ଷିଣ ଓଡିଶାର ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ୍ ରେଲୱେ ଷ୍ଟେସନ୍ ନିକଟ ରେଳ ଧାରଣାରେ ଫାଟ ସୃଷ୍ଟି ହେବା ଯୋଗୁ ଗୁରୁବାର ଦିନ ରେଳ ଚଳାଚଳ ଆଶିଂକ ପ୍ରଭାବିତ ହୋଇଛି। ମିଳିଥିବା ସୂଚନାନୁଯାୟୀ ରେଳ ଟ୍ରକ୍ ନିରୀକ୍ଷକ ଦଳ ଉକ୍ତ ଟ୍ରାକ୍ ନିରୀକ୍ଷଣ କରୁଥିବା ବେଳେ ସିଙ୍ଗାପୁର…

ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ କରିବେ ଅଯୋଧ୍ୟା ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାରେ ଗୁରୁବାର ଦିନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିବେ । ଏହି ଖଣ୍ଡପୀଠରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ ଏସ.ଏ…