Latest Odisha News

ଆଜିଠୁ ଆରମ୍ଭ ହେଲା +୨ ପରୀକ୍ଷା

ଭୁବନେଶ୍ୱର : ସାରା ରାଜ୍ୟରେ ଆଜିଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା ରାଜ୍ୟର ୧,୦୯୧ କେନ୍ଦ୍ରରେ ଅନୁଷ୍ଠିତ ହେଉଛି । ସେଥିମଧ୍ୟରେ ପ୍ରାୟ ୧,୫୫୬ ଜୁନିୟର କଲେଜରେ ପାଖାପାଖି ୩,୬୯,୫୩୭ ଛାତ୍ରଛାତ୍ରୀ ପରିକ୍ଷା…

ଏୟାର୍ ଷ୍ଟ୍ରାଇକ୍ ହୋଇଥିବାର ପ୍ରମାଣ ସହ ରିପୋର୍ଟ ଦାଖଲ କଲା ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟଠାରେ ହୋଇଥିବା ଏୟାର୍ ଷ୍ଟ୍ରାଇକ ନେଇ ପ୍ରଶ୍ନ ଉଠିଥିଲା । ଏପରିକି ବ୍ରିିଟେନର ରଏଟର ସଂସ୍ଥା ଏହି ଏୟାର୍ ଷ୍ଟ୍ରାଇକ୍ ପରର ସାଟେଲାଇଟ ଚିତ୍ରରେ କୌଣସି କ୍ଷତି ହୋଇନଥିବା ଦର୍ଶାଇଥିଲେ । ମାତ୍ର ବାଲାକୋଟରେ ଏୟାର୍ ଷ୍ଟ୍ରାଇକ ହୋଇଥିବାର ପ୍ରକୃତ…

ମିଶନ ଶକ୍ତି ଭବନ ଲାଗି ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀଙ୍କ ୧ କୋଟି ଟଙ୍କା ମଞ୍ଜୁର

ବଲାଙ୍ଗୀର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପଥରଚେପାଠାରେ ମିଶନ ଶକ୍ତି ଭବନ ଲାଗି ୧ କୋଟି ମଞ୍ଜୁର କରିବା ସହିତ ମିଶନ ଶକ୍ତି ସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ନବୀନ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା…

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ହଷ୍ଟେଲ ମଧ୍ୟରୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ବୁଧବାର ଦିନ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ମୃତ ଛାତ୍ର ଜଣକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଦିବସ ବେହେରା…

ଚୋରି ହେଲା ରାଫେଲ୍ ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍: ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର

ନୂଆଦିଲ୍ଲୀ: ଫ୍ରାନ୍ସ ସହିତ ଚୁକ୍ତିନାମାରେ ରାଫେଲ୍ ଲଢୁଆ ଯୁଦ୍ଧ ବିମାନ ସମ୍ପର୍କୀତ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଚୋରି ହୋଇଯାଇଥିବା ନେଇ କେନ୍ଦ୍ର ସରକାର ବୁଧବାର ଦିନ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି । ବୁଧବାର ଦିନ ଏସମ୍ପର୍କରେ ସୁପ୍ରିମକୋର୍ଟ…

ସୁଲତାନ ଆଜଲାନ ଶାହ କପ୍ ହକି: ଭାରତୀୟ ଦଳରେ ୩ ଓଡ଼ିଆ ଖେଳାଳି ସାମିଲ୍

ଭୁବନେଶ୍ୱର: ବିଶ୍ୱ ହକିର ଅନ୍ୟତମ ଚର୍ଚ୍ଚିତ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍ ‘ସୁଲତାନ ଆଜଲାନ ଶାହ ହକି କପ’ ଲାଗି ଭାରତୀୟ ଜାତୀୟ ଦଳରେ ୩ ଜଣ ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରା ମନୋନୀତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୨୩ ତାରିଖଠାରୁ ମାଲେସିଆର…

ଆପୋଷ ଆଲୋଚନା ହିଁ ମହାନଦୀ ଜଳ ବିବାଦକୁ ସମାଧାନ କରିପାରିବ : ଛତିଶଗଡ଼ ମନ୍ତ୍ରୀ

ଭୁବନେଶ୍ୱର : ମହାନଦୀ ଜଳକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗିରହିଥିବା ବିବାଦ ଖୁବଶୀଘ୍ର ସମାଧାନ ହେବ ବୋଲି ବୁଧବାର ଦିନ ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଛତିଶଗଡ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଟି ଏସ୍ ସିଂହଦେଓ ଆଶା ପ୍ରକଟ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ…

କେନ୍ଦ୍ରାପଡାର ମହାକାଳପଡାରେ ଆରମ୍ଭ ହେଲା ବୋଟ୍ ଆମ୍ବୁଲାନ୍ସ ସେବା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଅନ୍ତର୍ଗତ ବତିଘର ଓ ଜମ୍ବୁ ପଞ୍ଚାୟତର ସୁଦୂର ତଥା ଅପହଞ୍ଚ ଅଞ୍ଚଳଗୁଡିକ ଲାଗି ବୁଧବାର ଦିନ ୧୦୮ ବୋଟ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି । ଯାହାଫଳରେ ନଦୀ ନାଳ ଘେରା ଅଞ୍ଚଳବାସୀ ଉପକୃତ ହେବେ । ମହାକାଳପଡା ବିଧାୟକ…

ବଲାଙ୍ଗିରର ପାଟଣାଗଡ ହସ୍ପିଟାଲରୁ ନବଜାତ ଶିଶୁପୁତ୍ର ଚୋରି

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ଥିବା ସରକାରୀ ହସ୍ପିଟାଲରୁ ଏକ ନବଜାତ ଶିଶୁକୁ ଜଣେ ଅଜଣା ମହିଳା ଚୋରି କରିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ତେଲନପଲ୍ଲୀ ଅଞ୍ଚଳର ଜଣେ ମହିଳା ରବିବାର ଦିନ ଉକ୍ତ ହସ୍ପିଟାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ମେଡିକାଲରେ…

ପୁରୀ: ଜୁନିୟର କଲେଜରୁ ସିସିଟିଭି କ୍ୟାମେରା ଚୋରି

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ଅନ୍ତର୍ଗତ ସାତପଡ଼ା ଥାନା ଆଉଟପୋଷ୍ଟ ନିକଟରେ ଥିବା ପଞ୍ଚାୟତ ଜୁନିଅର କଲେଜରୁ ୨ଟି ସିସିଟିଭି କ୍ୟାମେରା ଚୋରି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ଏନେଇ ସାତପଡ଼ା ପଞ୍ଚାୟତ ଜୁନିଅର କଲେଜ କର୍ତ୍ତୃପକ୍ଷ…