Latest Odisha News

BREAKING NEWS

ଟାଇମ୍ସ ଟାୱାରରେ ଭୟଙ୍କର ଅଗ୍ନିକାଣ୍ଡ, ଧୂଆଁମୟ ହେଲା ପରିବେଶ

ମୁମ୍ବାଇ: ମୁମ୍ବାଇ ଟାଇମ୍ସ ଟାୱାରରେ ଭୟାବହ ଅଗ୍ନିକାଣ୍ଡ। ମହାରାଷ୍ଟ୍ର ମୁମ୍ବାଇ ଲୋୟର ପରେଲ ଅଞ୍ଚଳରେ ଥିବା ଟାଇମ୍ସ ଟାୱାର ବିଲ୍ଡିଂ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସତ ମହଲ ବିଶିଷ୍ଟ କୋଠାରେ ଅଚାନକ ନିଆଁ ଲାଗିଯାଇଥିଲା। ନିଆଁର ଏତେ ଭୟାବହ ଥିଲା ଯେ କିଛି ସମୟ ପାଇଁ ଚାରିଆଡେ ଧୂଆଁ ମୟ…

ଦେଶର ସର୍ବାଧିକ ପ୍ରଦୂଷିତ ୧୦୦ ସହର ମଧ୍ୟରେ ଗୋଟିଏ ରାଜ୍ୟରେ ରହିଛି ୧୫ଟି ସହର, ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ଜୀବନକୁ ସହଜ ସୁନ୍ଦର ଓ ବିଳାସମୟ କରିବା ପାଇଁ ମଣିଷ ବିଭିନ୍ନ ପ୍ରକାର କଳକାରଖାନା, ଆମୋଦ ପ୍ରମୋଦର ସାମଗ୍ରୀ, ଅତ୍ୟାଧୁନିକ ଗାଡ଼ି ମଟର, ଚକାଚକ୍ ରାସ୍ତାଘାଟ ଆଦି ତିଆରି କରିବାରେ ଲାଗୁଛି । କିନ୍ତୁ ଅନ୍ୟପକ୍ଷରେ ଏସବୁର ବହୁଳ ଓ ଅନିୟନ୍ତ୍ରିତ ବ୍ୟବହାର ଯୋଗୁ ମଣିଷ ବଞ୍ଚି…

କ୍ୟାରିୟରରେ ୯୦୦ ଗୋଲ ସ୍କୋର କରି ଭାବପ୍ରବଣ ହେଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ କ୍ୟାରିୟରର ୯୦୦ ଗୋଲ ସ୍କୋର କରିବା ପରେ ଭାବପ୍ରବଣ ହୋଇ ପଡିଛନ୍ତି । ୟୁଇଏଫଏ ନେଶନ୍ସ ଲିଗରେ କ୍ରୋଏସିଆ ବିପକ୍ଷରେ ସେ ଏହି ସଫଳତା ହାସଲ କରିଛନ୍ତି । ପର୍ତୁଗାଲ ୨-୧ ଗୋଲରେ କ୍ରୋଏସିଆକୁ ପରାସ୍ତ କରିଛି । ୩୯ ବର୍ଷୀୟ…

ବଞ୍ଚାଇବାକୁ ଯାଇ ମାଡ଼ ଖାଇଲେ ପୋଲିସ, ୨ ଆହତ

ଯାଜପୁର: ରକ୍ଷା କରିବାକୁ ଯାଇଥିଲେ ହେଲେ ନିଜେ ଆକ୍ରମଣର ଶିକାର ହେଲେ ରକ୍ଷକ। ଏମିତି କିଛି ଅଭାବନୀୟ ଘଟଣା ଘଟିଛି ଯାଜପୁରରେ। ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବାପା ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇ ପୋଲିସ ଆହତ ହୋଇଛନ୍ତି। ଉକ୍ତ ଗାଁର ଜଣେ ବ୍ୟକ୍ତି ପାରିବାରିକ କଳହକୁ ନେଇ ୧୧୨କୁ କଲ୍‌…

ହଷ୍ଟେଲରେ ସିନିୟରଙ୍କ ଦାଦାଗିରି: ୨୨ ଜଣଙ୍କୁ ମାଡ଼ ମାରିଥିବା ଅଭିଯୋଗ

ନୂଆପଡ଼ା: ପୁଣି ହଷ୍ଟେଲରେ ସିନିୟରଙ୍କ ଦାଦାଗିରି । ୨୨ ଜଣ ଜୁନିୟରଙ୍କୁ ମାଡ଼ ମାରିଥିବା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ତରବୋଡ ନବୋଦୟ ବିଦ୍ୟାଳୟରେ। ଉକ୍ତ ବିଦ୍ୟାଳୟ ହଷ୍ଟେଲରେ ରାଗିଂ ହେଉଥିବା ଅଭିଯୋଗ ଆସିଛି। ହଷ୍ଟେଲର ଦ୍ଵାଦଶ ଶ୍ରେଣୀର ୭ ଜଣ ଛାତ୍ର ଦଶମ ଶ୍ରେଣୀର ୨୨…

ବେଙ୍ଗଲର ଏକାଧିକ ସ୍ଥାନରେ ଇଡି ରେଡ୍; ଫସିଲେ ଆରଜି କର ପୂର୍ବତନ ପ୍ରିନ୍ସିପାଲଙ୍କ ସମ୍ପର୍କୀୟ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ସିବିଆଇ ଦୁର୍ନୀତି ମାମଲାରେ ସନ୍ଦୀପ ଘୋଷଙ୍କୁ ଗିରଫ କରିସାରିଛି। ବର୍ତ୍ତମାନ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଆର୍ଥିକ ଦୁର୍ନୀତି ସହ ଜଡ଼ିତ ମାମଲାର ତଦନ୍ତ…

ସୁଭଦ୍ରା ସଚେତନତା ପାଇଁ ଗଡିବ ରଥ

ଭୁବନେଶ୍ୱର: ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ସୃଷ୍ଟି ହେଉଥିବା ବିଭିନ୍ନ ଦ୍ୱନ୍ଦ୍ଵ କରିବା ପାଇଁ ଏଣିକି ଗଡିବ ସୁଭଦ୍ରା ରଥ। ଏନେଇ ସୁଭଦ୍ରା ଯୋଜନା କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା ହୋଇଛି। ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା…

ମହଙ୍ଗା ପଡ଼ିଲା ଲୋଭ, ସୁଭଦ୍ରା ସହାୟତା ପାଇଁ ଟଙ୍କା ମାଗି ହେଲେ ହଟହଟା 

ଭୁବନେଶ୍ୱର: ରାଜ୍ୟରେ ଏବେ ସୁଭଦ୍ରା କ୍ରେଜ୍। ସୁଭଦ୍ରା ସହାୟତା ପାଇଁ ଫର୍ମ ଏବଂ ଆବେଦନ ସଂପୂର୍ଣ୍ଣ ନିଶୁଳ୍କ ହୋଇଥିବା ବେଳେ ଏଥିରେ କିଛି ସରକାରୀ କର୍ମଚାରୀ ନିଜର ସ୍ୱାର୍ଥର ରୁଟି ସେକୁଛନ୍ତି। ଆବେଦନକାରୀମାନଙ୍କଠାରୁ ଟଙ୍କା ମାଗୁଛନ୍ତି। ଯାହାକୁ ନେଇ ଏବେ ପୁରା ଆକ୍ସନ ମୋଡରେ ପ୍ରଶାସନ।…

ପୁଲିସ ଏସଆଇଙ୍କ କ୍ୱାର୍ଟର୍ସରୁ ଚୋରି

ଭୁବନେଶ୍ୱର: ଭୁବନେଶ୍ୱରରେ କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଚୋର। ଏଥର ସାଧାରଣ ଲୋକଙ୍କ ଘରୁ ନୁହେଁ ବରଂ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଉଥିବା ଜଣେ ପୁଲିସ ଏସ୍‌ଆଇଙ୍କ ଘରୁ ହୋଇଛି ଚୋରି। ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ-୩ ଆର୍‌ବିଆଇ ଅଫିସ ପଛପାର୍ଶ୍ୱ ଏସ୍‌ଆଇ…

ଭୟାବହ ଅଗ୍ନିକାଣ୍ଡ; ୮ ବଖରା ଘର ଜଳିପୋଡ଼ି ପାଉଁଶ

କେନ୍ଦ୍ରାପଡ଼ା: ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୪ଟି ପରିବାରର ୮ ବଖରା ଚାଳ ଛପର ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ଛାରଖାର ହୋଇଯାଇଛି। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଆଖି ପିଛୁଳାକେ ସମସ୍ତ ବଖରା…