Latest Odisha News

BREAKING NEWS

ଏହି ସବୁ ଜିଲ୍ଲାରେ ଆଗାମୀ ୩ ଘଣ୍ଟିଆ ପ୍ରବଳ ବର୍ଷା, ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର:ଆଗାମୀ ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ଗୁଡିକ ହେଲା ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା। ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ…

ଅଲିମ୍ପିକ୍ସରେ ଫାଇନାଲ ଆଶା ଧୂଳିସାତ: ଏବେ କାଂସ୍ୟ ପଦକ ପାଇଁ ସ୍ପେନ୍ ସହ ଲଢ଼ିବ ଭାରତ

ପ୍ୟାରିସ: ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ସେମିଫାଇନାଲରେ ପରାଜୟର ସମ୍ମୁଖୀନ ହୋଇଛି। ଏଥିସହିତ ୪୪ ବର୍ଷ ପରେ ଫାଇନାଲରେ ପହଞ୍ଚିବାର ଟିମ୍ ଇଣ୍ଡିଆର ସ୍ୱପ୍ନ ମଧ୍ୟ ଭାଙ୍ଗିଯାଇଛି। ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଜର୍ମାନୀ ୩-୨ ଗୋଲରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ…

ଭିନେଶ ଫୋଗାଟ୍ ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସରେ କୁସ୍ତି ଫାଇନାଲରେ ପ୍ରବେଶ

ପ୍ୟାରିସ: ଅଗଷ୍ଟ ୬, ମଙ୍ଗଳବାର ଦିନ ଅଲିମ୍ପିକ୍ସରେ କୁସ୍ତି ଫାଇନାଲରେ ପ୍ରବେଶ କରିବାରେ ଭିନେଶ ଫୋଗାଟ୍ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ସେମିଫାଇନାଲ ମୁକାବିଲା ଖେଳୁଥିବା ଭିନେଶ ପ୍ୟାରିସରେ କ୍ୟୁବାର ଲୋପେଜ୍ ଗୁଜମ୍ୟାନ୍ ଙ୍କୁ ପରାସ୍ତ କରି ପଦକ ସୁନିଶ୍ଚିତ କରିଛନ୍ତି। କ୍ୟୁବା…

ନୋବେଲ ବିଜେତା ମହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ନିଯୁକ୍ତ

ଢ଼ାକା: ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ମଙ୍ଗଳବାର ମହମ୍ମଦ ୟୁନୁସ୍ କହିଥିଲେ ଯେ ସେ ଅନ୍ତରୀଣ ସରକାରର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଯେ ଶେଖ ହସିନା କ୍ଷମତା ହରାଇବାର ସବୁଠାରୁ…

ଅଗଷ୍ଟ ୯ ରୁ ୧୯ ପର୍ଯ୍ୟନ୍ତ ବିଜେପି ପାଳିବ ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୯ ତାରିଖରେ ରାଜ୍ୟରେ କ୍ରାନ୍ତି ଦିବସ ପାଳନ କରାଯିବ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଦେଶ ପାଇଁ ଯେଉଁମାନେ ପ୍ରାଣବଳୀ ଦେଇଛନ୍ତି ଓ ଜେଲ କାରାବରଣ ଭୋଗିଛନ୍ତି, ସେମାନଙ୍କୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ କରାଯିବ । ଏହି ଅବସରରେ…

ବାଂଲାଦେଶୀ ହିନ୍ଦୁଙ୍କୁ ଭାରତରେ ଆଶ୍ରୟ ଦେବାକୁ ସରକାରଙ୍କୁ ଅପିଲ କଲେ ଧିରେନ୍ଦ୍ର ଶାସ୍ତ୍ରୀ

ନୂଆଦିଲ୍ଲୀ: ବାଂଲାଦେଶରେ ଚାଲିଥିବା ହିଂସାତ୍ମକ ବିରୋଧ ମଧ୍ୟରେ ବର୍ତ୍ତମାନ ସେଠାରେ ଥିବା ସଂଖ୍ୟାଲଘୁଙ୍କ ଉପରେ ସବୁଠୁ ବଡ ବିପଦ ଦେଖାଦେଇଛି । ଆକ୍ରମଣକାରୀଙ୍କ ଦ୍ୱାରା ହିନ୍ଦୁ ଘର ଏବଂ ମନ୍ଦିର ଉପରେ ହେଉଥିବା ଆକ୍ରମଣ କୁ ନେଇ ନିରନ୍ତର ଖବର ସାମ୍ନାକୁ ଆସୁଛି । ଭାରତ ସରକାର ମଧ୍ୟ…

ଉଦ୍‌ଘାଟିତ ହେଲା ଜାତୀୟ ଜୁନିୟର ସନ୍ତରଣ ପ୍ରତିଯୋଗିତା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ତମ ସବଜୁନିୟର ଏବଂ ୫୦ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ ଏବଂ ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ…

୨୮୪ କୋଟି ଟଙ୍କାର ମାଲିକ ଅଟନ୍ତି ଶେଖ୍ ହାସିନାଙ୍କ ଚାକର

ନୂଆଦିଲ୍ଲୀ: କୋଟାକୁ ନେଇ ବାଂଲାଦେଶ ଦେଖାଦେଇଥିବା ହିଂସା ଥମିବାର ନାଁ ନେଉନଥିବା ବେଳେ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତର ଶରଣ ପଶିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଛନ୍ତି ଶେଖ ହସିନା । ଏହାପରେ ପ୍ରଧାନମନ୍ତ୍ରୀ…

ବାଂଲାଦେଶରେ ଟି୨୦ ମହିଳା ବିଶ୍ୱକପ ଆୟୋଜନ ନେଇ ସୃଷ୍ଟି ହେଲା ସନ୍ଦେହ

ଢ଼ାକା: ବାଂଲାଦେଶରେ ସୃଷ୍ଟି ହୋଇଥିବା ହିଂସା ପରେ ଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନା ଦେଶ ଛାଡି ପଳାଇ ଯାଇଛନ୍ତି । ସୂଚନାଯୋଗ୍ୟ, ବାଂଲାଦେଶରେ ଚଳିତ ବର୍ଷ ମହିଳା ଟି୨୦ ବିଶ୍ୱକପ ଆୟୋଜନ ହେବାରେ ଅଛି । ୩ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ବର୍ତମାନ ଆନ୍ତର୍ଜାତୀୟ କ୍ରିକେଟ…

ପୋଲିସ ବନ୍ଧୁକରୁ ଗୁଳି ଫୁଟି ଚାଲିଗଲା ୨ ଜୀବନ

ସୁବର୍ଣ୍ଣପୁର: ପୋଲିସ କର୍ମୀଙ୍କ ଗୁଳିରେ ଦୁଇ ମୃତ । ଏଭଳି କାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲମାଲ ଗ୍ରାମରେ । ଆଜି ସନ୍ଧ୍ୟାରେ ପୋଲିସ କର୍ମଚାରୀଙ୍କ ସର୍ଭିସ ପିସ୍ତଲରୁ ଏହି ଗୁଳି ଫୁଟିଥିବା ଜଣାପଡିଛି । ମୃତ ଯୁବକ ଦ୍ବୟ ହେଲେ ଚୁଲିମାଲ ଗାଁର ଓ…