Latest Odisha News

BREAKING NEWS

ନାବାଳକଙ୍କୁ ଗାଡି ମନା: ଆଜିଠୁ ସାବଡ୍ ହେବେ ଅମାନିଆ

ଭୁବନେଶ୍ବର: ନାବାଳକଙ୍କୁ ଗାଡି ଚଲାଇବା ମନା । ଏହାକୁ ନେଇ ଆଜିଠୁ ଜୋରଦାର ଆରମ୍ଭ ହୋଇଛି ଚେକିଂ । ଏସଟିଏ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭରେ ସମସ୍ତ ଗାଡି ଓ ଏହାର ଚାଳକଙ୍କୁ ଚେକିଂ କରାଯିବ । ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ  ଏଭଳି ପଦକ୍ଷେପ ଗ୍ରହଣ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଭାଙ୍ଗିଲେ ନିୟମ । ଫେରାଦ ହେଲା କଂଗ୍ରେସ । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଲା କଂଗ୍ରେସ । ଶୂନ୍ୟକାଳରେ ନୋଟିସ୍‌କୁ ଗ୍ରହଣ କଲେ ବାଚସ୍ପତି ସୁରମା ପାଢୀ । ଅଗ୍ନିବୀର ସଂରକ୍ଷଣ ଓ ୫ ବର୍ଷ ବୟସ ସୀମା…

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍

ସମ୍ବଲପୁର: ହୀରାକୁଦ ଡ୍ୟାମରେ ଉଡିଲା ଡ୍ରୋନ୍ । ସୋସିଆଲ ମିଡିଆରେ ଭାଇରାଲ ହେଲା ଅପରେସନ ଗ୍ୟାଲେରୀର ଭିଡିଓ । ଖାଲି ସେତିକି ନୁହେଁ ଗତକାଲି ଗେଟ୍ ଖୋଲିବା ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ଏବେ ହୀରାକୁଦ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।…

ନିର୍ଯାତନା ମୁହୂର୍ତ୍ତର ଭୟାବହତାକୁ ମନେ ପକାଇ ଏମିତି କହିଲେ ଅଭିନେତ୍ରୀ …

ମୁମ୍ବାଇ:'ମନସୁନ ୱେଡିଂ', 'ଦିଲ୍ଲୀ କ୍ରାଇମ', 'ନାଇଟ୍ ମ୍ୟାନେଜର', 'ସର୍' ଏବଂ 'ଏ ଡେଥ୍ ଇନ୍ ଦ ଗଞ୍ଜ ଗୁଞ୍ଜରେ ଏକ ମୃତ୍ୟୁ' ଭଳି ଚଳଚ୍ଚିତ୍ର ଏବଂ ଧାରାବାହିକରେ ତାଙ୍କର ଅଭିନୟ ସହିତ ତିଲୋତମା ଶୋମ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି। ତାଙ୍କର ସଦ୍ୟତମ ରିଲିଜ୍ ସିରିଜ୍ ହେଉଛି 'ତ୍ରିଭୁନ୍…

ଆଗାମୀ ୩ ଘଣ୍ଟା ମଧ୍ୟରେ ୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ସୋମବାର ଓଡିଶାର ତିନୋଟି ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ତିନି ଘଣ୍ଟା ପାଇଁ ସତର୍କତା ଜାରି କରାଯାଇଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ସମ୍ଭବତଃ…

ରାଜଧାନୀରେ ଉପରମୁହାଁ ଡେଙ୍ଗୁ, ୨୦୦ ଟପିଲା

ଭୁବନେଶ୍ବର: ରାଜଧାନୀରେ ଉପରମୁହାଁ ଡେଙ୍ଗୁ ସଂକ୍ରମଣ । ବର୍ଷାଦିନ କାରଣରୁ ମଶାମାନଙ୍କର ଉପଦ୍ରବ ବଢିବାରେ ଲାଗିଛି । ଏହାର ପ୍ରଭାବରେ ଏବେ ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ୨୦୦ ପାର୍ କରିଛି । ତେବେ ଗତ ଜୁଲାଇ ୧୬ ସୁଦ୍ଧା ଏହା ୧୧୫ରେ ପହଞ୍ଚିଥିବା ବେଳେ ଏବେ ଏହାର ସଂଖ୍ୟା ଗତ ୨୭ ସୁଦ୍ଧା…

ଭିଜିଲାନ୍ସ ଜାଲରେ ଅବକାରୀ ଜଏଣ୍ଟ କମିଶନର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ। ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଏକା ସଙ୍ଗେ ୧୦ଟି ସ୍ଥାନରେ ଚଢ଼ାଉ କରିଛନ୍ତି ଭିଜିଲାନ୍ସ ଟିମ୍‌। ଭୁବନେଶ୍ବର,…

କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର: ଘଟଣାସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ, ୨ ଗୁରୁତର

କଟକ: ଶ୍ରାବଣର ଦ୍ବିତୀୟ ସୋମବାରରେ ବଡ଼ ଅଘଟଣ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର। ଘଟଣାସ୍ଥଳରେ ଜଣେ ମହିଳା କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ସୂଚନା ଅନୁସାରେ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଏକ ପିକ୍ଅପ…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିବ କଂଗ୍ରେସ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧରେ ସ୍ବାଧୀକାର ଭଙ୍ଗ ଅଭିଯୋଗ ଆଣିବ କଂଗ୍ରେସ। ଗତ ୨୬ ତାରିଖରେ ଗୃହ ଚାଲିଥିବା ବେଳେ ଅଗ୍ନିବୀରମାନଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିଥିଲେ। ବିଧାନସଭା ବା…

ଭୁବନେଶ୍ବରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ: ୨ଟି ଟ୍ରେନ୍‌ ବାତିଲ, ବଦଳିଲା ୬ଟି ଟ୍ରେନ୍‌ର ଯାତାୟାତ ସମୟ

ଭୁବନେଶ୍ୱର: ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ୟାର୍ଡରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ରାତି ୧ଟା ୩୫ରେ ଲାଇନ୍‌ଚ୍ୟୁତ ହେବା ନେଇ ରେଲୱେ ପକ୍ଷରୁ ସୂଚନା ମିଳିଛି। ରେଳଧାରଣାରୁ ୮ ବଗି ଖସିପଡ଼ିଛି। ଫଳରେ ଟ୍ରେନ୍‌ ଚଳାଚଳ ଠପ୍‌ ହୋଇଯାଇଛି। ପୂର୍ବତନ ରେଳପଥ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି…