Latest Odisha News

BREAKING NEWS

୧୩ ଜଣ ଇସ୍ରାଏଲ ନାଗରିକ ଏବଂ ୪ ଥାଇ ନାଗରିକଙ୍କୁ ମୁକ୍ତ କଲା ହମାସ

ନୂଆଦିଲ୍ଲୀ:  ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ପାଲେଷ୍ଟାଇନ ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଗାଜା ପଟିରେ ବନ୍ଧକ ରଖିଥିବା ଇସ୍ରାଏଲ ଏବଂ ବିଦେଶୀ ନାଗରିକଙ୍କ ଦ୍ୱିତୀୟ ଗୋଷ୍ଠୀକୁ ମୁକ୍ତ କରିଛି। ଇସ୍ରାଏଲ୍ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ପ୍ରଥମେ ହମାସ ଏହି ବିନିମୟରେ…

ଲଜରୁ ଯୁବତୀଙ୍କ ମୃତଦେହ ! ମୃତ୍ୟୁର କାରଣ ଖୋଜୁଛି ପୋଲିସ୍

ବ୍ରହ୍ମପୁର : ବ୍ରହ୍ମପୁରର ଏକ ଲଜରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା  ଏକ ଲଜରେ । ମୃତ ଯୁବତୀ ଜଣକ କେରଳର ଅବଦୁଲ ପରିପାଲିପ ହୋଇଥିବା ସୂଚନା ମିଳିଛି । ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଆସି  ଏହି ଲଜରେ…

ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମହାମହିମ

ପାରାଦୀପ : ଚଳିତବର୍ଷ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମ୍ମୁ। ଏଥିନେଇ ଚଳଚଞ୍ଚଳ ହୋଇ ଉଠିଛି ପୁରା ବନ୍ଦରନଗରୀ ପାରାଦୀପ। କିଏ ରାସ୍ତା ସଫା କରୁଛି ତ କିଏ ରାସ୍ତା କଡରେ ରଙ୍ଗ ଲଗାଇ ଚକଚକ୍ କରୁଛି। ପାରାଦୀପ ର ଗଳିକନ୍ଦି ଏବେ…

କବିତା : ଚକରେ ଜୀବନ

ଆଶୁତୋଷ ମିଶ୍ର ଅତୀତର ବୋଝ ସବୁ ବୋହିଥିଲି, ମୋ ରିକ୍ସାର ତିନୋଟି ଚକରେ ଭାବିଥିଲି ବର୍ତ୍ତମାନ ଆଉ ଭବିଷ୍ୟବି ବୋହିନେବି ପେଡଲ ମାଡ଼ରେ କେତେ ଗଳିକନ୍ଦି ଭିଡ଼ ରାସ୍ତାର ମଝିରେ ମୋ ରିକ୍ସା ଗଡ଼ିଯିବ ଗୋଟେ ନିଶ୍ୱାସରେ ଆଖିରୁ ବୋହିଗଲା ଭାବନାର ତରଳ ପଦାର୍ଥ ରିକ୍ସାର କଣା ଫୁଟା…

ଭାଷା ଭାଗବତ : ଭାଷାର ନମନୀୟତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ମୋହର, ମୋର, ହୋଇଛି ମୋ ତୋହର, ତୋର, ହେଲାଣି ତୋ ଯେ ଓ ସେ ହୋଇଗଲେଣି ଯିଏ ଓ ସିଏ ଅଛୁଁ ଜାଣି ଯିଏମାନେ ଓ ଯେଉଁମାନେ କେଉଁଟି ଚଳେ ମୁହିଁ ଜାଣେ ସିଏମାନେ ହୁଏ ସେମାନେ ବୁଝଂତିନାହିଁ କେଉଁମାନେ ? କେଉଁ, ଯେଉଁ କି କୋଉ,…

ସରିଲା ବଡ ଓଷା: ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ତରଣ ଓ ଗଜଭୋଗ

କଟକ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ବଡ଼ସିଂହାର ସହ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ରାତି ୩ଟାରୁ ବାବାଙ୍କର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅକ୍ଷର ଆତ୍ମା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା ଚିନ୍ତା କରିବାକୁ ହେଲେ ପ୍ରଥମେ କ୍ଷର ଶରୀର ତଥା ଅକ୍ଷର ଆତ୍ମାକୁ ଜାଣିବା ଦରକାର । ପ୍ରଥମେ କ୍ଷର ବା ନାଶବାନ ଶରୀରକୁ ଚିନ୍ତା କରନ୍ତୁ । ଏହା ଦଶ ଇନ୍ଦ୍ରିୟ,…

ମହାପଞ୍ଚୁକ ବ୍ରତ: ଆଜି ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ : ଆଜି ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଆଜି ପଞ୍ଚୁକର ୪ର୍ଥ ଦିନରେ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ । ଏହି ବେଶରେ ଶ୍ରୀ ବିଗ୍ରହମାନେ ଶ୍ରୀଭୁଜ, ଶ୍ରୀପୟର ସମେତ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି ।…

ଓସ୍କାର ପାଇଁ ଗଲା ଫିଲ୍ମ ଟୁ ଏଲ୍‌ଥ ଫେଲ୍‌

ମୁମ୍ବାଇ: ଓସ୍କାର ପାଇଁ ପଠାଗଲା ଫିଲ୍ମ ଟୁ ଏଲ୍‌ଥ ଫେଲ୍ । ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ଟୁ ଏଲ୍‌ଥ ଫେଲ୍ ସ୍ଲିପର ହିଟ୍ ହୋଇଛି । ବିନା କୌଣସି ପ୍ରଚାର ବିନା ଜାକଜମକରେ ସିନେମାଟି ଧୀରେ ଧୀରେ ସିନେମା ଘରେ ଚହଳ ସୃଷ୍ଟି କରୁଛି । ଫିଲ୍ମଟିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ରିଲିଜ୍…

ଶିଶୁ ଗଳ୍ପ : କୁନାର ଡଙ୍ଗା ଭସା

କୁଞ୍ଜବିହାରୀ ସାହୁ ବୋଉ....ବୋଉ.... ହଁ, କଣ ହେଲା କୁନା ? ବୋଉ କାଲି ପରା କାର୍ତ୍ତିକ ପୂନେଇଁ, ଡଙ୍ଗା ଭସାହେବ ଆମ ଗାଁ ନଦୀରେ । ମୋ ପାଇଁ ଡଙ୍ଗା କିଣିଦେବୁନି କି ? କଦଳୀପଟୁକା ହେଉ ସୋଲର ଡଙ୍ଗା କିଣିଦେ । ମୁଁ ସେଥିରେ ଧୂପ, ଦୀପ, ଫୁଲ ଚନ୍ଦନ, ଭୋଗ ରଖି କାଲି…