Latest Odisha News

BREAKING NEWS

ଡାକ୍ତର ଦାମୋଦର ରାଉତ ଅସୁସ୍ଥ, ଡାକ୍ତରଖାନାରେ ଚାଲିଛି ଡାଏଲିସିସ୍

ଭୁବନେଶ୍ୱର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଅସୁସ୍ଥ। ପେଟରେ ପାଣି ଜମିବା କାରଣରୁ ସେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ରବିବାର ରାତରୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଚିକିତ୍ସାଧିନ ଅଛନ୍ତି। ଡାକ୍ତରଖାନାରେ ଡାକ୍ତର…

ଜୟପୁର-ମୁମ୍ବାଇ ପାସେଞ୍ଜର ଟ୍ରେନ ଭିତରେ ଗୁଳିମାଡ଼, ୪ ମୃତ

ମୁମ୍ବାଇ: ଚଳନ୍ତା ଟ୍ରେନ୍‌ରେ ଗୁଳିମାଡ଼। ଜୟପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଭିତରେ ଆରପିଏଫ୍ କନଷ୍ଟେବଲ୍‌ଙ୍କ ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଜୟପୁର-ମୁମ୍ବାଇ ପାସେଞ୍ଜର ଟ୍ରେନ୍‌ଟି ମହାରାଷ୍ଟ୍ରର ପାଲଘର ଅତିକ୍ରମ କରିବା ପରେ ଯାତ୍ରୀଙ୍କ ଉପରକୁ କନଷ୍ଟେବଲ ଗୁଳିମାଡ଼ କରିଥିଲେ।…

ସାଉଦୀ ଆରବରେ ବସିବ ୟୁକ୍ରେନ ଶାନ୍ତି କମିଟି ବୈଠକ: ଭାରତ ସମେତ ଭାଗ ନେବେ ୩୦ ଦେଶ

ଦୁବାଇ: ୟୁକ୍ରେନ-ଋଷ ମଧ୍ୟରେ ଘାମାଘୋଟ ଯୁଦ୍ଧ ଚାଲିଥିବାବେଳେ ସାଉଦୀ ଆରବ ପକ୍ଷରୁ ଅଗଷ୍ଟ ପ୍ରାରମ୍ଭରେ ଏକ ଶାନ୍ତି ବୈଠକ ବସିବ । ଏହି ବୈଠକରେ ଭାରତ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ଜଣେ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡିଛି । ଅବଶ୍ୟ ସାଉଦୀଆରବ ଏବଂ ୟୁକ୍ରେନ ପକ୍ଷରୁ ଏ ନେଇ…

ଗଜପତି ଜିଲ୍ଲାରେ ବାଘ ଆତଙ୍କ! ଭାଇରାଲ ଭିଡିଓ ଦେଖି ଲୋକେ ଛାନିଆ

ପାରଳାମୁଖେଣ୍ଡି: ଗଜପତି ଜିଲ୍ଲାରେ ବାଘ ଆତଙ୍କ । ଲୁଚିଛପି ବୁଲୁଛି ବାଘ । ଗଜପତି ଜିଲ୍ଲାର ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ଯୋଡିପଥର ଗାଁରେ ବାଘ ଭୟରେ ଖେଳି ଯାଇଛି ଆତଙ୍କ ।   ବାଘ ବୁଲୁଥିବା ସମୟର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଗତ ୨୭…

ସୁରକ୍ଷାକର୍ମୀଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଅନୁପ୍ରବେଶକାରୀ ନିହତ। ଜମ୍ମୁକାଶ୍ମୀର ଆରଏସ୍‌ ପୂରା ଆର୍ଣ୍ଣିଆ ସେକ୍ଟରରେ ବିଳମ୍ବିତ ରାତିରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ରାତି ୧.୫୦ ରେ ସୀମା ସୁରକ୍ଷା ବଳ ସେହି ଅନୁପ୍ରବେଶକାରୀଙ୍କ ଉପରେ ଗୁଳିମାଡ଼ କରିଥିଲା।…

ଆଜି ଲୋକସଭାରେ ଆଗତ ହେବ ଦିଲ୍ଲୀ ଅଧ୍ୟାଦେଶ ବିଲ୍

ନୂଆଦିଲ୍ଲୀ: ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିବାଦ ଲାଗି ରହିଛି। ଦିଲ୍ଲୀରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ସଂକ୍ରାନ୍ତ ଅଧ୍ୟାଦେଶକୁ ନେଇ ଆଜି ଲୋକସଭାରେ ଏକ ବିଲ୍‌ ଆଗତ କରାଯିବ। ପୂର୍ବରୁ ମୋଦୀ କ୍ୟାବିନେଟ୍ ଏହି ବିଲ୍‌କୁ ଅନୁମୋଦନ…

ଜମ୍ମୁ-କାଶ୍ମୀରରେ ମୁତୟନ ହେଲା ତେଜସ୍ ଏମକେ-୧

ଶ୍ରୀନଗର: ଭାରତୀୟ ବାୟୁସେନା ଜମ୍ମୁ-କାଶ୍ନୀରର ଅବନ୍ତିପୋରା ବିମାନଘାଟିରେ ହାଲୁକା ଲଢୁଆ ବିମାନ ତେଜସ୍ ଏମକେ-1 ମୁତୟନ କରିଛି। ଚୀନ ଓ ପାକିସ୍ତାନର ହରକତ ଦୃଷ୍ଟିରୁ ଏହି ଅଞ୍ଚଳ ସର୍ବଦା ସମ୍ବେଦନଶୀଳ ରହିଆସିଛି। ପାକିସ୍ତାନ ସହ ସୀମାବର୍ତ୍ତୀ କେନ୍ଦ୍ରଶାସିତ ଅଞ୍ଚଳର ଉପତ୍ୟକାରେ ଉଡ଼ାଣ…

କବିତା : ଶ୍ରୀ ଅପାରଗ ଉବାଚ

କାମଦେବ ମହାରଣା ପିଲାଦିନରୁ ହିଁ ଏମିତି ହିନସ୍ତା ମୁଁ। ନା ରୂପରେ ନା ଗୁଣରେ ନା ପାଠରେ ନା ଶାଠରେ ନା ମିଛରେ ମାହିର ନା ସତରେ ସୌଦାଗର ଏମିତି ଶବ୍ଦ ଯୋଡୁ ଯୋଡୁ ବାହାରି ପଡ଼େ ପଦେ ଅଧେ ତାକୁ କିଏ କହିବ କବିତା, ନା ମୁଁ କବି! ଏମିତି ଆସେନି ବୋଲି କିଛି ନିଦ ଏଡେଇ ଚାଲିଯାଏ…

ଭାଷା ଭାଗବତ : ଶିକ୍ଷା ନିରଂତର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆଗ ପୂରୁ ମୋ ଜ୍ଞାନ-କୁଂଭ ତା'ପରେ ହେବ କାର୍ଯାରଂଭ ହେବି କି ହେବିନାହିଁ ଗୁରୁ ଶିଷ୍ୟପଣ କେବେ ନ ସରୁ ସବୁବେଳେ ଶିଖିବି ଆଉ ଜୀବନ ମୋର ସରିଯାଉ ବଢ଼ୁଥାଉ ଜ୍ଞାନର ଭାଉ ଜ୍ଞାନାଂତ କେବେ ବି ନ ହେଉ ଦେଖାଇବି ଓ ଚଖାଇବି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିର୍ମାଲ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମହାପ୍ରସାଦ ମାହାତ୍ମ୍ୟ ବର୍ଣ୍ଣନାରେ ଥିବା କିଛି ତର୍କ ଆହ୍ୱାନକାରୀ ବିଷୟ ଆଲୋଚନା ପରେ ଆଜି ଏହି ମହାପ୍ରସାଦର ଉତ୍ପତ୍ତି ସମୟ ବିଭିନ୍ନ ପୁରାଣ ବର୍ଣନା…