ଅନୁବାଦ କବିତା : ଏକ ଅ-ପ୍ରେମିକ ପାଇଁ
ମୂଳ ବାଂଲା : ତସଲିମା ନାସରିନ
ତୁମେ ଏଇ ସହରରେ ରହିବ
କାମ ଅକାମରେ ଏଠାକୁ ସେଠାକୁ ଦୌଡ଼ିବ
ଅବସର ପାଇଲେ କେଉଁଠି ଆଡ୍ଡା ମାରିବ
ମଦ ପିଇବ, ତୁମୁଳ ହଇଚଇ କରିବ
ରାତି ଶୋଇ ପଡ଼ିବ
ତୁମେ ଶୋଇବନି ।
କେତେବେଳେ ଖାଲି ସମୟ ମିଳିଲେ
ଏଘର ସେଘର ହେବ
ଖାଇବା ଲାଗି, ଖେଳିବା ଲାଗି
କିଏ…