Latest Odisha News

BREAKING NEWS

କମର୍ସିଆଲ ଗ୍ୟାସ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ କଣ କହିଲା କଂଗ୍ରେସ

ନୂଆଦିଲ୍ଲୀ: ଆଜି ନୂଆବର୍ଷର ପ୍ରଥମ ଦିନ। ୧ ଜାନୁଆରୀ ୨୦୨୩ରେ କେନ୍ଦ୍ର ସରକାରଙ୍କୁ ମଜାଦାର ଶୁଭେଚ୍ଛା ଦେଇଛି କଂଗ୍ରେସ। ନୂଆବର୍ଷର ପ୍ରଥମ ଗିଫ୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଚର୍ଚ୍ଚା କରିଛି କଂଗ୍ରେସ। ଆଜିଠୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି।  କଂଗ୍ରେସ କହିଲା…

ସୀମା ବିବାଦ ସତ୍ତ୍ୱେ ପରସ୍ପରକୁ ଜେଲରେ ବନ୍ଦୀ ନାଗରିକଙ୍କ ତାଲିକା ଦେଲେ ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ : ଭାରତର ପଡ଼ୋଶୀ ଦେଶ ପାକିସ୍ତାନ। ସ୍ୱାଧୀନତା ପୂର୍ବରୁ ଭାରତର ଅଂଶ ଥିବାରୁ ଦୁଇ ଦେଶ ମଧ୍ୟରେ ଥିବା ସୀମାବର୍ତ୍ତୀ ଲୋକେ ସମସ୍ୟାରେ ଫସିଯାଆନ୍ତି। ଶତ୍ରୁ ରାଷ୍ଟ୍ର ବୋଲାଉଥିଲେ ବି ସୀମାବର୍ତ୍ତୀ ଲୋକେ ବେଳେ ବେଳେ ବାଟବଣା ହୋଇଯାଆନ୍ତି। କେତେବେଳେ କେମିତି ଅଜାଣତରେ ପରସ୍ପରର…

ଅମାନିଆଙ୍କୁ ଫୁଲ ଓ ଚକୋଲେଟ୍ ଦେଲେ ଉପଜିଲ୍ଲାପାଳ

କାମାକ୍ଷାନଗର: ନବବର୍ଷ ପାଳନରେ ସମସ୍ତେ ମତୁଆଲା । କିଏ କ୍ଲବ ଯାଉଛି ତ ଆଉ କିଏ ପିକନିକ୍ । କାନ୍ଥରୁ କାଲେଣ୍ଡର ବଦଳିବା ସହ ବର୍ଷକୁ ବର୍ଷ ବଢ଼ି ଚାଲିଛି ମଣିଷର ବ୍ୟସ୍ତତା । ଅନେକ ସମୟରେ ଲୋକେ ବ୍ୟସ୍ତ ଭିତରେ ହେଉ ଅବା ଜାଣିଶୁଣି ସ୍ପିଡ୍ ଡ୍ରାଇଭିଂ କରିଥାନ୍ତି । ନିଜେ ମୃତ୍ୟୁମୁଖରେ…

ଶୀତ ନାହିଁ, ୨ ଦିନ ଘନ କୁହୁଡ଼ି

ଭୁବନେଶ୍ୱର: ନୂଆବର୍ଷରେ ବି ଶୀତ ନାହିଁ । ସାମୁଦ୍ରିକ ବାୟୁର ପ୍ରଭାବରେ ବାୟୁ ମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ପାଇଛି । ଗୁରୁଚାପ ବଳୟ ସକ୍ରିୟ ଯୋଗୁ ବାୟୁ ମଣ୍ଡଳର ସ୍ଥିରତ ବୃଦ୍ଧି ପାଇଥିବାରୁ ରାତି ତାପମାତ୍ରା ବଢ଼ିଛି । ଫଳରେ ଶୀତ କମିଥିବା ବେଳେ କିଛି ଅଞ୍ଚଳରେ ଆଗାମୀ ୨ ଦିନ…

ସର୍ବସାଧାରଣଙ୍କ ଲାଗି ଖୋଲା ରହିବ ଲୋକସେବା ଭବନ ପୁଷ୍ପ ଉଦ୍ୟାନ

ଭୁବନେଶ୍ୱର: ଛୁଟିଦିନରେ ଲୋକସେବା ଭବନ ପୁଷ୍ପ ଉଦ୍ୟାନର ମଜ୍ଜା ନେଇ ପାରିବେ ସର୍ବସାଧାରଣ । ଜାନୁଆରୀ ମାସରେ ସମସ୍ତ ଛୁଟିଦିନ ଲୋକଙ୍କ ପାଇଁ ଲୋକସେବା ଭବନର ପୁଷ୍ପ ଉଦ୍ୟାନ ଖୋଲ ରହିବ । ସର୍ବସାଧାଣ ଛୁଟିଦିନରେ ଅପରାହ୍ଣ ୪ଟାରୁ ୬ଟା ଯାଏ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ପାରିବେ ।…

ଗର୍ଭବତୀ ବୋଲି ଜାଣିବାରୁ ଚାକିରିରୁ କାଢ଼ିଦେଲେ ବସ୍, ଏବେ କମ୍ପାନୀ ଦେବ ୧୫ ଲକ୍ଷ

ନୂଆଦିଲ୍ଲୀ: ଗର୍ଭବତୀ ବୋଲି ଜାଣିବା ପରେ ମହିଳାଙ୍କୁ କମ୍ପାନୀରୁ କାଢ଼ିଦେଲେ ମାଲିକ । ଏବେ ଦେବେ କ୍ଷତିପୂରଣ । ଆଡମିନ୍ ସେକ୍ସନରେ କାମ କରୁଥିବା ମହିଳା ଜଣଙ୍କ ଗର୍ଭବତୀ ଥିବା ନେଇ ତାଙ୍କ ମହିଳା ବସଙ୍କୁ ଜଣାଇଥିଲେ । ଆଉ ଏହି କଥା ଶୁଣିବା ମାତ୍ରେ କମ୍ପାନୀ ତାଙ୍କୁ କାଢ଼ି ଦେଇଥିଲା ।…

ପୁରସ୍କାର, ସାମୟିକ ଭାବରେ ଉତ୍ସାହିତ କରେ : ଶର୍ମିଷ୍ଠା ସାହୁ

ସମକାଳୀନ ଓଡ଼ିଆ ସାହିତ୍ୟରେ କବୀ ଶର୍ମିଷ୍ଠା ସାହୁ ଏକ ସଶ୍ରଦ୍ଧ ଉଚ୍ଚାରଣ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ କବିତା କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର…

ଅଭୁଲା ଗୀତ : ଫୁଲରସିଆରେ

ଗୀତ: ନରସିଂହ ମହାପାତ୍ର ସଂଗୀତ: ବାଳକୃଷ୍ଣ ଦାଶ ଗାୟନ : ସନ୍ଧ୍ୟା ମୁଖାର୍ଜୀ ଚଳଚ୍ଚିତ୍ର : ଶ୍ରୀଲୋକନାଥ, ୧୯୬୦ ଫୁଲରସିଆରେ ମନ ମୋର ଛୁଇଁ ଛୁଇଁ ଯା ଯା ତୋ ଲାଗି ବିକଶି ଚାହିଁଚି ଏ କୁଞ୍ଜେ ତୋ ଲାଗି ବିକଶି ଚାହିଁଚି ଏ କୁଞ୍ଜେ ଗୁଞ୍ଜନ ଦେଇ ଯା ଯା ଫୁଲରସିଆରେ ମନ ମୋର…

ନୂଆବର୍ଷରେ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ଚଳଚଞ୍ଚଳ

ଯାଜପୁର : ଆଜି ପବିତ୍ର ଶାମ୍ବ ଦଶମୀ ଏବଂ ଇଂରାଜୀ ନବ ବର୍ଷ । ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ।  ମା ବିରଜାଙ୍କୁ ଦର୍ଶନ କରି ଆଶୀଷ କାମନା କରିଛନ୍ତି ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ…

ବୃଦ୍ଧ ସେବା ସଦନରେ ଅଗ୍ନିକାଣ୍ଡ : ୨ ଜଣଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ୧୩ ଜଣ

ଦିଲ୍ଲୀ: ଦିଲ୍ଲୀର ଗ୍ରେଟର କୈଳାଶସ୍ଥିତ ଅନନ୍ତ କେୟାର ନାମକ ବୃଦ୍ଧ ସେବା ସଦନରେ ଅଗ୍ନିକାଣ୍ଡ । ନିଆଁ ଭୟରେ ଦୌଡ଼ାଦୌଡ଼ିରେ ଚାଲିଗଲା ୨ ବୃଦ୍ଧାଙ୍କ ଜୀବନ । ଆଜି ଭୋର ସାଢେ ୫ଟାରେ ବିଲ୍ଡିଂର ୩ୟ ମହଲାରେ ଲାଗିଥିଲା ନିଆଁ । ଏଥିରେ ଦୁଇ ଜଣ ବୃଦ୍ଧା ପ୍ରାଣ ହରାଇଛନ୍ତି । ସେମାନଙ୍କ ବୟସ…