Latest Odisha News

BREAKING NEWS

ଜେଲରେ କେତେ ସୁରକ୍ଷିତ କଏଦୀ ? କୋର୍ଟକୁ ଯିବାବେଳେ ଆକ୍ରମଣ କଲେ ଅନ୍ୟ ଅନ୍ତେବାସୀ

ମାଲକାନଗିରି: କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ପରେ ଜେଲରେ କଏଦୀ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ଆଜି ମାଲକାନଗିରି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀକୁ ଅନ୍ୟ ଜଣେ କଏଦୀ ମରଣାନ୍ତକ ଆକ୍ରମଣ କରିବା ପରେ ଜେଲରେ କଏଦୀ କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନ ଉଠିଛି । ଆହତ…

କ୍ରେଡିଟ୍‌ କାର୍ଡ ନଥାଇ ସାଇବର ଠକ ନେଇଗଲେ ଲକ୍ଷେ ୨୦ ହଜାର ଟଙ୍କା

ବ୍ରହ୍ମପୁର: ଗୋଟିଏ କ୍ରେଡିଟ କାର୍ଡ ବନ୍ଦ ହୋଇଯାଇଥିଲା। ଆଉ ଗୋଟିଏ କାର୍ଡ ପାଇଁ ଆଦୌ ଆବେଦନ କରିନାହାନ୍ତି। ଅଥଚ ଦୁଇଟି କାର୍ଡ ଜରିଆରେ ୧ଲକ୍ଷ ୨୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ନେଇଯାଇଛନ୍ତି ସାଇବର ଠକ୍‌। ଏନେଇ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ,…

ବିକ୍ରି ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବର ପାସ୍‌; ଧରିଲା ପୋଲିସ

ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ମହୋତ୍ସବର ପାସ୍‌ ବିକ୍ରି ଘଟଣାରେ ଦୁଇ ଯୁବକଙ୍କୁ କାବୁ କରିଛି ପୋଲିସ। ପାସ୍‌ ବିକ୍ରି କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଧରିବାରେ ସଫଳ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ପାସ୍‌ ବିକ୍ରି କରୁଥିବା ବ୍ୟକ୍ତିଙ୍କ ନାଁରେ ଅପରାଧିକ ମାମଲା…

ଗ୍ରାଣ୍ଟ ଇନ୍ ଏଡ୍ ପ୍ରାପ୍ତ ଶିକ୍ଷକଙ୍କ ପାଇଁ ୭ମ ବେତନ କମିଶନ ଲାଗୁ, ମହାନଦୀ ସିଷ୍ଟମରେ ହେବ ୨ଟି ବ୍ୟାରେଜ୍

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଆଜି ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମହାନଦୀ ସିଷ୍ଟମରେ ୨ଟି ବ୍ୟାରେଜ୍ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ମହାନଦୀର ଜଗତସିଂହପୁର ଚୌଧୁରୀଗଡ଼ାଠାରେ ଓ ମହାନଦୀର ଶାଖା ନଦୀ ପାଇକାରେ ତିଖିରିଠାରେ ବ୍ୟାରେଜ ନିର୍ମାଣ ହେବ । ବ୍ୟାରେଜ…

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗର ଅବସରପ୍ରାପ୍ତ ପ୍ରଫେସର ସୁନୀଲକାନ୍ତ ବେହେରାଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ସୁନୀଲକାନ୍ତ ବେହେରାଙ୍କ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର ସହର ହିଲପାଟଣାସ୍ଥିତ ଗୋପବନ୍ଧୁ ନଗର ନିଜ ବାସ ଭବନରେ ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ…

ପତ୍ନୀ ହନ୍ତା ସ୍ୱାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍

ଭଦ୍ରକ: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍ ଅଭିଯୁକ୍ତ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଆଜୀବନ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ଜରିମାନା ଅନାଦେୟ…

୧୭ଟି ପ୍ରସ୍ତାବକୁ ଅନୁମୋଦନ କଲା ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଖବର ଅନୁସାରେ, କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବା ପ୍ରସ୍ତାବ ମଧ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ବୃଦ୍ଧି କରାଯାଇଛି…

ରଣଜୀ ଟ୍ରଫି:ହିମାଚଳ ୪୯ରେ ଅଲଆଉଟ, ଦୀପକଙ୍କୁ ୮ ୱିକେଟ

ଡେରାଡୁନ: ହିମାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମୁକାବିଲାରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଉତରାଖଣ୍ଡର ବୋଲର ଦୀପକ ଧପୋଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ମାତ୍ର ୮.୩ ଓଭର ବୋଲିଂ କରି ୩୫ ରନରେ ୮ଟି ୱିକେଟ ଅକ୍ତିଆର କରିଥିଲେ । ତାଙ୍କ ବୋଲିଂକୁ ସାମ୍ନା କରି ନ…

ଇରାନ ଫୁଟବଲ ଖେଳାଳି ଅଲୀ ଦେଇଙ୍କ ପତ୍ନୀ ଓ ଝିଅକୁ ଦେଶ ବାହାରକୁ ଛଡାଗଲା ନାହିଁ

ତେହେରାନ: ଇରାନର ଷ୍ଟାର ଫୁଟବଲ ଖେଳାଳି ଅଲୀ ଦେଇ ମଙ୍ଗଳବାର ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ଦେଶ ବାହାରକୁ ଛଡା ଯାଉ ନ ଥିବା ନେଇ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ସୋମବାର ଅଲୀଙ୍କ ପତ୍ନୀ ତେହେରାନରୁ ଦୁବାଇ ପାଇଁ ଫ୍ଲାଇଟ ଟିକେଟ କରିଥିଲେ । ବିମାନ ଉଡିବା ପରେ ହଠାତ ଏହାର ରୁଟ ବଦଳାଯାଇ…

ଧର୍ମ-ପରମ୍ପରା ଓ ବିଜ୍ଞାନ

ଲମ୍ବୋଦର ପ୍ରସାଦ ସିଂହ ଧାରୟତି ଇତି ଧର୍ମଂ । ଅର୍ଥାତ ଧର୍ମରେ ହିଁ ନିହିତ ସୃଷ୍ଟିଧାରଣକାରୀ ଶକ୍ତି, ସଚରାଚର ପ୍ରକୃତି ନିଜସ୍ୱ ଧର୍ମରେ ସ୍ରୋତସ୍ୱତୀ, ଜୀବଜଗତର ପ୍ରତି କ୍ଷେତ୍ରରେ ନିଶ୍ଵାସପ୍ରଶ୍ଵାସ, ଖାଦ୍ୟ ପାଚନ, ରକ୍ତ ସଞ୍ଚାଳନ, ପ୍ରଯଜନ, ଓ ଜନ୍ମ ମୃତ୍ୟୁ ଭଳି ଅସୁମାରୀ କ୍ରିୟା