Latest Odisha News

BREAKING NEWS

ସାଲେପୁରରେ ଗ୍ୟାସ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡି

ସାଲେପୁର : ସାଲେପୁରରେ ଅଭାବନୀୟ ଘଟଣା । ଗ୍ୟାସ ଟାଙ୍କି ଫାଟିଯିବାରୁ ହଠାତ୍ ନିଆଁ ଲାଗିଯାଇଥିଲା । ଅଙ୍ଗନବାଡିରୁ ପ୍ରଚୁରମାତ୍ରାରେ ଧୂଆଁ ବାହାରିଥିଲା । ମାହାଙ୍ଗା ଲଳିତଗିରି ଗାଁ ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଅଘଟଣ ଦେଖିବାକୁ ମିଳିଛି ।  ପାଚିକା ରୋଷେଇ କଲା ବେଳେ ହଠାତ୍ ନିଆଁ…

ବାଲିଯାତ୍ରାରେ ମନ ମୋହୁଛି ସ୍ମୋକ୍ ବିସ୍କୁଟ୍

କଟକ: ବିସ୍କୁଟ୍ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ପିଲାଠୁ ବୁଢ଼ା ସମସ୍ତଙ୍କୁ ବିସ୍କୁଟ୍ ଲୋଡ଼ା । ଆଉ ଚା କପ୍ ସହ ବିସ୍କୁଟ୍ ହେଲେ ଆନନ୍ଦ କାହିଁରେ କେତେ । କଟକ ବାଲିଯାତ୍ରାରେ ସ୍ମୋକ ବିସ୍କୁଟ୍ ସମସ୍ତଙ୍କ ମନ ମୋହୁଛି । ଏହି ବିସ୍କୁଟ୍ ଯିଏ ଥରେ ଖାଉଛି, ଆଉ ଥରେ ଖାଇବାକୁ ଇଚ୍ଛା କରୁଛି ।…

ପ୍ରଭାସିନୀ ମହାକୁଡ଼ଙ୍କ ଅନୂଦିତ କବିତା ସଙ୍କଳନ ଜୀଇଁ ନଥିବା ଜୀବନ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକ୍ସ ଦ୍ଵାରା ପ୍ରକାଶିତ ବିଶିଷ୍ଟ ସାହିତ୍ୟିକା ପ୍ରଭାସିନୀ ମହାକୁଡ଼ଙ୍କ ଦ୍ଵାରା ଅନୂଦିତ କବିତା ସଙ୍କଳନ ଜୀଇଁ ନଥିବା ଜୀବନ' ସ୍ଥାନୀୟ କେଦାରନାଥ ଗବେଷଣା କେନ୍ଦ୍ରର ସଭାଗୃହରେ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ହିନ୍ଦୀ କବି କୁଲଦୀପ…

ପିଲାବେଳର ସ୍ମୃତି ସାଉଁଟିଲେ ମାଡାମ୍ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ଭୁବନେଶ୍ୱରସ୍ଥିତ ତପୋବନ ହାଇସ୍କୁଲ ଓ ୟୁନିଟ୍ ୨ ସ୍ଥିତ ଗାର୍ଲସ୍ ହାଇସ୍କୁଲ ଯାଇ ପିଲାବେଳର ସ୍ମୃତି ସାଉଁଟିଛନ୍ତି । ଛାତ୍ରଛାତ୍ରୀଙ୍କ ସହିତ ଫଟୋ ଉଠାଇଲେ ରାଷ୍ଟ୍ରପତି ନିଜ…

ଲକ୍ଷ୍ମଣ ସାହୁ ‘କୈବଲ୍ୟ ଜ୍ୟୋତି ସମ୍ମାନ’ରେ ସମ୍ମାନିତ

କଟକ : ମହାନଦୀ ବିହାର ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ସାହୁଙ୍କୁ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଶ୍ରେଷ୍ଠ ସମାଲୋଚକ ଭାବରେ "କୈବଲ୍ୟ ଜ୍ୟୋତି ସମ୍ମାନ ୨୨ " ରେ ସମ୍ମାନିତ କରାଯାଇଛି । ଏଥିପାଇଁ ଶ୍ରୀ ସାହୁଙ୍କୁ ଉତ୍ତରୀୟ ଉପଢ଼ୌକନ ସହିତ ଶ୍ରୀଗଣେଶ ଟ୍ରଫି ଓ ମାନପତ୍ର ଦ୍ଵାରା…

ଦେବାଳିଆ ହୋଇପାରେ ଟ୍ବିଟର, ଆଶଙ୍କା କଲେ ମାଲିକ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର ହୋଇପାରେ ଦେବାଳିଆ। ନୂଆ ମାଲିକ ଏଲନ ମସ୍କ ସୋସିଆଲ୍ ମିଡିଆରେ ଏଭଳି ଏକ ଆଶଙ୍କା କରିଛନ୍ତି। ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ମସ୍କ ଟ୍ୱିଟର କର୍ମଚାରୀଙ୍କୁ ଫୋନ୍ କରି କହିଛନ୍ତି ଯେ ଦେବାଳିଆ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ମସ୍କ ଦୁଇ ସପ୍ତାହ ପୂର୍ବରୁ ୪୪…

ଇଞ୍ଜିନିୟରିଂ ପାଇଁ ଓଡ଼ିଆ ବହି, ଇ-କୁମ୍ଭ ପୋର୍ଟାଲ ଲଞ୍ଚ୍ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଇଂଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାୟ ୨୦ଟି ବହି ଉନ୍ମୋଚନ କରିବେ । ଏହି ବହି ଗୁଡିକ ଓଡ଼ିଆରେ ଟ୍ରାନ୍ସଲେଟ୍ କରାଯାଇଛି । ପୂର୍ବାହ୍ନ ସାଢେ ୧୧ଟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ଏହି ବହି…

ପ୍ରମାଣ ନଷ୍ଟ ପାଇଁ ୧୪୦ ଫୋନ୍ ବଦଳାଇଛନ୍ତି ସିସୋଦିଆ ଏବଂ ଅନ୍ଯମାନେ: ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରର ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ପୁଣି ଏକ ନୂଆ ଦାବି କରିଛି। ପ୍ରମାଣ ନଷ୍ଟ କରିବାକୁ ଯାଇ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟମାନେ ବାରମ୍ବାର ଫୋନ୍ ଓ ସିମ୍ ବଦଳାଇଛନ୍ତି ବୋଲି ଦାବି କରିଛି…

ନିଜ ପାଠଶାଳା ବୁଲିଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ସକାଳୁ ପ୍ରଥମେ ଭୁବନେଶ୍ୱର ତପୋବନ ହାଇସ୍କୁଲ, ଏହା ପରେ ୟୁନିଟ ୨ ସ୍ଥିତ ଗାର୍ଲ୍ସ ହାଇସ୍କୁଲରେ ପହଞ୍ଚିଛନ୍ତି ରାଷ୍ଟ୍ରପତି  । ୧୯୭୦ରୁ ୭୪ ଯାଏଁ ସେ ଏହି ସ୍କୁଲରେ ପାଠ ପଢିଥିଲେ । ତାଙ୍କୁ ସ୍ୱାଗତ…

କିଡନୀ ରୋଗୀଙ୍କ ସମସ୍ଯାର ସମାଧାନ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସଠିକ ଔଷଧ ଦାବି କରି ଧାରଣାରେ ବସିଥିବା କିଡନୀ ରୋଗୀଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ,…