Latest Odisha News

BREAKING NEWS

ଆଇସିଏମଆରର ନୂଆ ନିର୍ଦ୍ଦେଶକ ହେଲେ ରାଜୀବ ବହଲ, କରୋନା ବେଳେ ମନେ ରହିବ ବଳରାମଙ୍କ ଅବଦାନ

ନୂଆଦିଲ୍ଲୀ: ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଟର ରାଜୀବ ବହେଲ। ଶୁକ୍ରବାର କେନ୍ଦ୍ର ସରକାର ରାଜୀବ ବହଲଙ୍କୁ ତିନି ବର୍ଷ ପାଇଁ ଆଇସିଏମଆରର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିବା ବେଳେ ସ୍ବାସ୍ଥ୍ୟ ଅନୁସନ୍ଧାନ ବିଭାଗର ସଚିବ ଭାବେ…

ବିବାଦରେ ବିଶ୍ବେଶ୍ବର ଟୁଡୁଙ୍କ ବୟାନ, କୁଡୁମୀ ସମାଜ ପକ୍ଷରୁ ତେଜିଲା ବିରୋଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁ଼ଡୁଙ୍କ ବୟାନକୁ ବିରୋଧ। କଡୁମୀ ସମାଜଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡର କୁଡୁମୀ ସମାଜ ମୟୂରଭଞ୍ଜ ସାଂସଦଙ୍କ କୁଶପୁତଳିକା ଦାହ କରିବା ସହିତ ବିବାଦୀୟ ମନ୍ତବ୍ୟ ପାଇଁ…

ବିଷ୍ଣୁ ସେଠୀଙ୍କ ଏକାଦଶହରେ ଯୋଗଦେବେ ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ସମେତ କେନ୍ଦ୍ରମନ୍ତ୍ରୀ

ଭଦ୍ରକ: ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଏକାଦଶହରେ ଯୋଗ ଦେବେ ବିଜେପି ସଭାପତି ଜେ.ପି ନଡ୍ଡା। ଭଦ୍ରକ ଜିଲ୍ଲା ତିହିଡିରେ ବିଷ୍ଣୁ ସେଠୀଙ୍କ ଏକାଦଶହ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ପାଖାପାଖି 10 ହଜାର ଲୋକଙ୍କ ପାଇଁ ପକ୍ତି ଭୋଜନର ଆୟୋଜନ ହୋଇଛି।…

ଅଷ୍ଟ୍ରେଲିଆକୁ ୬ ଉଇକେଟରେ ହରାଇଲା ଟିମ୍ ଇଣ୍ଡିଆ

ନାଗପୁର: ରୋହିତ ଶର୍ମାଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ହରାଇଛି ଭାରତ । ଦ୍ବିତୀୟ ଟି-୨୦ରେ  ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୮ ଓଭରରେ ୯୦ ରନ୍ କରିଥିଲେ ମଧ୍ୟ ପରାସ୍ତ ହୋଇଛି । ବର୍ଷା ପାଇଁ  ୮ ଓଭର ଲେଖାଏଁ ଖେଳାଯାଇଥିବା ମ୍ୟାଚରେ ମାଥ୍ୟୁ…

ଅତିରିକ୍ତ ତହସିଲଦାରଙ୍କ ନିର୍ଯାତନାରୁ ମୁକୁଳି ସର୍ଟ ଷ୍ଟେ’ ହୋମ୍‌ରେ ପୋଷ୍ୟ ସନ୍ତାନ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଜଣେ ଅତିରିକ୍ତ ତହସିଲାର ନିଜ ପୋଷ୍ୟ ସନ୍ତାନକୁ ନିର୍ଯାତନା ଦେଉଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ପୋଷ୍ୟ ସନ୍ତାନ ଜଣକ ଅତିରିକ୍ତ ତହସିଲଦାର୍‌ଙ୍କ କବଳରୁ ମୁକୁଳିବା ପରେ ନିର୍ଯାତନାର କାହାଣୀ ଜଣାପଡ଼ିଛି। ଶିଶୁ ମଙ୍ଗଳ କମିଟିର ନିର୍ଦେଶ ପ୍ରକାରେ…

ଓଡିଶା ଜୁନିୟର ପୁରୁଷ ହକି ଚାମ୍ପିୟନଶିପ : ସୁନ୍ଦରଗଡ ଚାମ୍ପିୟନ

ଭୁବନେଶ୍ୱର:ଏଠାରେ ଅନୁଷ୍ଠିତ ଓଡିଶା ଜୁନିୟର ପୁରୁଷ ହକି ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛି ସୁନ୍ଦରଗଡ । ଶୁକ୍ରବାର ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲରେ ସୁନ୍ଦରଗଡ ୧-୦ ଗୋଲରେ ଦେଓଗଡକୁ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି । କିଟ/କିସ ଟିମ ୪-୦ ଗୋଲରେ ସମ୍ବଲପୁରକୁ ପରାସ୍ତ କରି…

ସିନେ ଦର୍ଶକଙ୍କୁ ଆକୃଷ୍ଟ କରିପାରିଲାନି ୭୫ ଟଙ୍କିଆ ଟିକେଟ୍‌

ବ୍ରହ୍ମପୁର:ସେପ୍ଟେମ୍ବର ୨୩(ଶୁକ୍ରବାର)କୁ ସାରା ଦେଶରେ ଜାତୀୟ ସିନେମା ଦିବସ ଭାବେ ପାଳନ କରାଯାଇଛି। ଏହି ଦିନଟିକୁ ସ୍ମରଣୀୟ ସହିତ ଦର୍ଶକଙ୍କୁ ସିନେମା ହଲ୍‌ ପ୍ରତି ଆକୃଷ୍ଟ କରିବା ଉଦ୍ଧେଶ୍ୟ ନେଇ ଟିକେଟ୍‌ ଦର ହ୍ରାସ କରାଯାଇଥିଲା । ଶୁକ୍ରବାର ଗୋଟିଏ ଦିନ ପାଇଁ ଟିକେଟ୍‌ ଦର ମାତ୍ର ୭୫…

ଆରଡ଼ି ପୀଠର ବିକାଶ ନେଇ ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବଙ୍କ ଆଲୋଚନା

ଭଦ୍ରକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ  ଭି.କେ.ପାଣ୍ଡିଆନ୍ ଆଜି ଭଦ୍ରଖ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ଏବଂ ଆରଡ଼ିଧାମ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି…

ଭାରତରେ ଭଲିବଲ୍‍ର ବିକାଶ ଆଶା ଉଜ୍ଜ୍ୱଳ : ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଭାରତରେ ଭଲିବଲ୍‍ର ବିକାଶ ଆଶା ଉଜ୍ଜ୍ୱଳ ବୋଲି ଭାରତୀୟ ଭଲିବଲ୍‍ ସଂଘର ସଭାପତି ଅଚ୍ୟୁତ ସାମନ୍ତ କହିଛନ୍ତି । ନେଦରଲାଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଭଲିବଲ୍‍ ସଂଘ (ଏଫ୍‍ଆଇଭିବି)ର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗଦେଇ ଭାରତ ବିଶେଷ କରି ଓଡ଼ିଶାରେ କିଭଳି ଭଲିବଲ୍‍…

ଶବ ସହ ୧୮ ମାସ ରହିଥିଲେ ଏହି ପରିବାର !

କାନପୁର: କାନପୁରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । ଆୟକର ଅଧିକାରୀ ବିମଲେଶ ସୋନକରଙ୍କ ଶବ ସହ ତାଙ୍କ ପରିବାରବର୍ଗ ୧୮ ମାସ ଧରି ରହିଥିଲେ ମଧ୍ୟ କେହି ଏ ସମ୍ପର୍କରେ ଜାଣିପାରି ନ ଥିଲେ । ପରିବାର ଲୋକେ ସେ କୋମାରେ ଥିଲେ ବୋଲି କହୁଥିବା ବେଳେ ଡାକ୍ତର କିନ୍ତୁ ତାଙ୍କ ମୃତ୍ୟୁ ଘଟିଥିବା…