Latest Odisha News

BREAKING NEWS

ବଲିଉଡର ଜଣାଶୁଣା କମେଡ଼ିଆନ ମୁସ୍ତାକ ମର୍ଚ୍ଚାଣ୍ଟଙ୍କ ପରଲୋକ

ମୁମ୍ବାଇ: ବଲିଉଡରେ ଶୋକର ଛାୟା । ବଲିଉଡର ଜଣେ ଜଣାଶୁଣା କଳାକାରଙ୍କ ମୃତ୍ୟୁ ଘଟିଛି । ଫଳରେ ପୁରା ବଲିଉଡ ସ୍ତବ୍ଦ ହୋଇଯାଇଛି । ଆଜି ବଲିଉଡର ବହୁ ଚର୍ଚ୍ଚିତ କମେଡିଆନ ଏବଂ ଆକ୍ଟର ମୁସ୍ତାକ ମର୍ଚ୍ଚାଣ୍ଟଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ବହୁ ଦିନ…

[ଭିଡିଓ] ଭାଣିଜୀ ବାହାଘରରେ ଭାଙ୍ଗଡା ନାଚିଲେ ଅନୁପମ ଖେର୍

ମୁମ୍ବାଇ : ବଲିଉଡ୍ ଅଭିନେତା ଅନୁମପ ଖେର ନାଚିଲେ ଭାଙ୍ଗଡା । ଭାଇରାଲ ହେଲା ଭିଡିଓ । ଅନୁପମ ଖେରଙ୍କ ଭାଣିଜୀ ବୃନ୍ଦା ଖେରଙ୍କ ବାହାଘର ମୁମ୍ବାଇର ହୋଇଯାଇଛି । ଏହି ବାହାଘରରେ ଅନୁପମଙ୍କ ଭାଇ ରାଜୁ ଖେର , ସତୀଶ କୌଶିକ, ସିକେନ୍ଦର ଖେର୍ ଓ ଅନୁପମଙ୍କ ପୁରା ପରିବାର ଯୋଗଦେଇଥିଲେ । ହେଲେ…

ମଦ ଦୋକାନ ଖୋଲିବାକୁ ବିରୋଧ କରି ଦାବିପତ୍ର ପ୍ରଦାନ

ଯାଜପୁର: ଜନବସତି ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିଛନ୍ତି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ପ୍ରହ୍ଲାଦପୁର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରାଯାଇଛି । ଏନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଏକ…

ନାଥୁରାମକୁ ପ୍ରଶଂସା, ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା; ସନ୍ଥ କାଳୀଚରଣ ବିରୋଧରେ ଥାନାରେ ମାମଲା

ଭୁବନେଶ୍ୱର: ମହାରାଷ୍ଟ୍ରର ସନ୍ଥ କାଳୀଚରଣ ମହାରାଜଙ୍କ ବିରୋଧରେ ଥାନାରେ ମାମଲା ଦାୟର । ଛତିଶଗଡ ରାୟପୁରଠାରେ ଚାଲିଥିବା ଧର୍ମ ସଂସଦର ଦ୍ୱିତୀୟ ଦିନରେ ସେ ଖୋଲାଖୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ । ଏଏନ୍‌ଆଇ ରିପୋର୍ଟ ଅନୁଯାୟୀ ହିନ୍ଦୁ ରାଷ୍ଟ୍ର ଦାବି ନେଇ…

ଇମ୍ରାନଙ୍କୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ ସାରିଲେଣି ନୱାଜ !

ଲାହୋର: ପାକିସ୍ତାନ ରାଜନୀତିରେ ବଡ ଧରଣର ଅଦଳବଦଳ ହେବା ପାଇଁ ସ୍କ୍ରିପ୍ଟ ଲେଖା ସରିଲାଣି । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ସେନା ସହାୟତାରେ ଇମ୍ରାନ ଖାଁଙ୍କୁ ହଟାଇବା ପାଇଁ ଯୋଜନା କରି ସାରିଛନ୍ତି । ପାକିସ୍ତାନର ପ୍ରତିଷ୍ଠିତ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନୱାଜ ୨୦୨୨ ଜାନୁୟାରୀରେ…

ସୁସ୍ଥ ହେଲେ ନାଇଜେରିଆ ଫେରନ୍ତା ପ୍ରଥମ ଓମିକ୍ରନ ସଂକ୍ରମିତ

କଟକ : ସୁସ୍ଥ ହେଲେ ନାଇଜେରିଆ ଫେରନ୍ତା ପ୍ରଥମ ଓମିକ୍ରନ ସଂକ୍ରମିତ । କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି । ସେ ୧୪ ଦିନ କାଳ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଆଜି ଡିସଚାର୍ଜ ହୋଇଛନ୍ତି ବୋଲି ଅଶ୍ୱିନୀ ହସ୍ପିଟାଲ କର୍ତୁପକ୍ଷ ସୂଚନା…

ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ଅଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସମଗ୍ର ଦେଶରେ ଓମିକ୍ରନ ଆକ୍ରାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଅନ୍ୟ ରାଜ୍ୟ ତୁଳନାରେ ଏବେ ଓଡ଼ିଶାରେ ସ୍ଥିତି ଭଲ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ କିମ୍ବା ଲକଡ଼ାଉନ ଭଳି ପରିସ୍ଥିତି ନାହିଁ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।…

କୋରାପୁଟ ଗସ୍ତରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କୋରାପୁଟ: ଆଜି କୋରାପୁଟ ଜିଲ୍ଲା ଗ୍ରସ୍ତ କରିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଏସ୍ ମୁରଲୀଧର । ତାଙ୍କୁ ଓକିଲ ସଂଘ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେ ଇ-ସର୍ଭିସ ଅଫ ଆଡଭୋକେଟ୍ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଜିଲ୍ଲା କୋର୍ଟ…

କଟକ ପରେ ପୁରୀରେ ଅଘଟଣ ,ମାଞ୍ଜା ସୂତା ଲାଗି କଟିଲା ଜଣଙ୍କ ବେକ

ପୁରୀ : କଟକ ପରେ ପୁରୀରେ ଅଘଟଣ। ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ମାଞ୍ଜା ସୂତା ଲାଗି ବେକ କଟିଯାଇଛି । ଡ଼ାକ୍ତରଖାନା ଛକ ସ୍ଥିତ ମାଳିଜାଗା ନିକଟରେ ଏହି ଅଘଟଣ ଘଟିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର…

[ଭିଡିଓ] କାମାକ୍ଷାନଗରରେ ଧାନ ମଣ୍ଡିର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଢେଙ୍କାନାଳ : ଶୁଭାରମ୍ଭ ହେଲା ଧାନ ମଣ୍ଡି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବ୍ଲକ ଗୋଦରିବିଲି ଠାରେ ଧାନମଣ୍ଡିର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସରଜ କୁମାର ସେଠୀ ଯୋଗଦେଇ ସରକାରୀ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ । ଅନ୍ୟପଟେ ଏନେଇ ଜିଲ୍ଲାପାଳ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୧୧…